Posted inରାଜ୍ୟ

କୋଭିଡ୍‌-୧୯କୁ ନେଇ ସ୍ବତନ୍ତ୍ର ଡାକ ଲଫାପା

ଭୁବନେଶ୍ୱର, ୨୭।୫(ବ୍ୟୁରୋ): କୋଭିଡ଼-୧୯ ମହାମାରୀକୁ ନେଇ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ଡ଼ାକ ଲଫାଫା। ମଙ୍ଗଳବାର ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହାକୁ ଉନ୍ମୋଚନ କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ମାସ୍କର ବ୍ୟବହାର ଅତ୍ୟନ୍ତ ଜରୁରୀ। ଏହି ସ୍ବତନ୍ତ୍ର ଡ଼ାକ ଲଫାଫା ମାଧ୍ୟମରେ ମାସ୍କର ବ୍ୟବହାରକୁ ଦୈନଦିନ ଜୀବନ ଶୈଳୀର ଏକ ଅଂଶବିଶେଷ କରିବାକୁ ବାର୍ତ୍ତା ଦିଆଯାଇଛି। ରଘୁରାଜପୁରର ପଟ୍ଟଚିତ୍ର ଶିଳ୍ପୀ ଅପିନ୍ଦ୍ର ସ୍ବାଇଁଙ୍କ ଚିତ୍ରକୁ ଆଧାର କରି ଲଫାଫାକୁ ପ୍ରସ୍ତୁତ କରାଯାଇଛି। ଏଥି ସହିତ ଓଡ଼ିଶାର ୧୦ଜଣ ମହାନ ତଥା ପ୍ରସିଦ୍ଧ ବ୍ୟକ୍ତିଙ୍କୁ ନେଇ ସ୍ବତନ୍ତ୍ର ୧୦ଟି ପିକ୍ଚର ପୋଷ୍ଟକାର୍ଡ଼କୁ ମଧ୍ୟ ରାଜ୍ୟପାଳ ଉନ୍ମୋଚନ କରିଛନ୍ତି। ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ ଓ ଆଧୁନିକ ଓଡ଼ିଶାର ନିର୍ମାତାମାନଙ୍କ ତ୍ୟାଗ ଓ ଅବଦାନକୁ ସମ୍ମାନ ପ୍ରଦର୍ଶନ ସ୍ବରୂପ ଏସବୁ ପିକ୍ଚର ପୋଷ୍ଟକାର୍ଡ଼ ପ୍ରସ୍ତୁତ ହୋଇଛି। ଏହି ମହାନ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଶହୀଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀର ମୋହନ ସେନାପତି, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ଭି.ଭି. ଗିରି, ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକ ରହିଛନ୍ତି। ଓଡ଼ିଶା ଡ଼ାକ ମଣ୍ଡଳର ଏହି ମହତ ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିବା ସହ ଭାରତୀୟ ଡାକର ସାମାଜିକ ଦାୟିତ୍ୱବୋଧ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବ ବୋଲି ଆଶାପ୍ରକଟ କରିଛନ୍ତି। ଓଡ଼ିଶା ଡାକ ମଣ୍ଡଳର ମୁଖ୍ୟ ମହା ଡାକପାଳ ସୁବାସ ଚନ୍ଦ୍ର ବର୍ମା ଏହି ପ୍ରକଳ୍ପ ଓ ଅନ୍ୟାନ୍ୟ କାର୍ଯ୍ୟ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ। ଉନ୍ମୋଚନ ଉତ୍ସବରେ ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରଥଯାତ୍ରା ପ୍ରଥମ ସମନ୍ବୟ କମିଟି ବୈଠକ

ପୁରୀ ଅଫିସ, ୧୧ା୪: ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଆସନ୍ତା ଜୁନ ୨୦ରେ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁରୀ ଜିଲା ପ୍ରଶାସନ...

କ୍ଷମତାର ଅପବ୍ୟବହାର ମହଙ୍ଗା ପଡ଼ିଲା

ଭଦ୍ରକ ଅଫିସ, ୨୩।୧୨: କ୍ଷମତାର ଅପବ୍ୟବହାର ମହଙ୍ଗା ପଡ଼ିଛି। ସରକାରୀ ଅର୍ଥ ଆତ୍ମସାତ୍‌ ଅଭିଯୋଗରେ ପୂର୍ବରୁ ନିଲମ୍ବିତ ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ମଙ୍ଗଳପୁର...

ସମ୍ବଲପୁରରେ ମୋଦି: ଚିଟ୍‌ଫଣ୍ଡରେ ଯିଏ ବୁଡ଼ିଛନ୍ତି, ସେ କେମିତି ଆପଣଙ୍କ କଥା ବୁଝିବେ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ନିର୍ବାଚନୀ ପ୍ରଚାର ପାଇଁ ମଙ୍ଗଳବାର ଓଡ଼ିଶା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗଦେଇ ଉଦ୍‌ବୋଧନ ଦେଇଛନ୍ତି। ସମ୍ବଲପୁରର ରେମେଡ୍‌...

ଜିଲାରେ ପ୍ରଥମ: ଜଳେଶ୍ୱରରେ ମଡେଲ ଭିଲେଜ କାର୍ଯ୍ୟାରମ୍ଭ

ଜଳେଶ୍ୱର, ୨୭।୧୨(ସ୍ବ.ପ୍ର.)-ସରକାରଙ୍କ ନୂତନ ଯୋଜନା ଅନୁଯାୟୀ ଏଣିକି ଭୂମିହୀନ ଓ ଗୃହହୀନଙ୍କ ଲାଗି ସରକାରୀ ସ୍ଥାନରେ ଏକ ମଡେଲ ଭିଲେଜ ନିର୍ମାଣ ପାଇଁ ସ୍ଥିର ହୋଇଛି...

ଆଜିଠୁ ଚିଲିକାରେ ଡଲ୍‌ଫିନ୍‌ ଗଣନା

ବାଲୁଗଁା,୨୧ା୧୨(ଡି.ଏନ୍‌.ଏ.: )ବାଲୁଗଁା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିିଏ)ଙ୍କ ମିଳିତ ଆନୁକୂଲ୍ୟରେ ବୁଧବାରଠାରୁ ୩ ଦିନ ବ୍ୟାପୀ ସମଗ୍ର ଚିଲିକାରେ ଇରାଓ୍ବାଡ଼ି ପ୍ରଜାତିର...

ମ୍ୟୁନିସିପାଲିଟି ଆବର୍ଜନାସ୍ଥଳରେ ମହାପ୍ରସାଦ

ପୁରୀ ଅଫିସ,୪।୧୧ : ପୁରୀ ମ୍ୟୁନିସପାଲିଟି ଆବର୍ଜନାସ୍ଥଳରେ ପଡିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ। ରେଲେୱ ପର୍ଯ୍ୟଟନ ପରିସର ହବିଷିଆଳି ଶିବିରର ଏଭଳି ଦୃଶ୍ୟ ସୋସିଆଲ ମିଡିଆରେ...

ଇଞ୍ଜେକ୍ସନ ନେବା ପରେ ନବବଧୂଙ୍କ ମୃତ୍ୟୁ: ବିବାହର ମାତ୍ର ୧୦ ଦିନରେ ଜଳିଲା ଜୁଇ

ଭୁବନେଶ୍ୱର,୪।୭(ବ୍ୟୁରୋ): ପାଦରୁ ଅଳତା, ହାତରୁ ମେହେନ୍ଦି ଲିଭିନି। ବିବାହର ମାତ୍ର ୧୦ ଦିନରେ ଜଣେ ନବବଧୂଙ୍କ ଜୁଇ ଜଳିଛି। ଇଞ୍ଜେକ୍ସନ ନେବାର ମାତ୍ର କିଛି ସମୟ...

ସ୍ନାନ ବେଦୀରେ ଦାରୁଦିଅଁ

ପୁରୀ ଅଫିସ୍‌,୫।୬: ଶେଷ ହୋଇଛି ପ୍ରତୀକ୍ଷା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ। ନିର୍ଘଣ୍ଟ ସମୟରେ ଠାକୁରଙ୍କ ରାତି ୩ଟା ୧୦ରେ ପହଣ୍ଡି...

Advertisement
Archives

Model This Week