Posted inଖେଳ

କୋଭିଡ୍‌ ଭ୍ୟାକ୍ସିନ୍‌ ପରେ ଅନ୍ତର୍ଜାତୀୟ ହକି

ଲାଉସାନେ, ୨୧ା୫ (ପି.ଟି.)-କରୋନା ଭାଇରସ୍‌ ମହାମାରୀରୁ ଆରୋଗ୍ୟ ଲାଭ କରିବା ଲାଗି ଭ୍ୟାକ୍ସିିନ୍‌ ବାହାରିବା ପରେ ଯାଇ ଅନ୍ତର୍ଜାତୀୟ ହକି ଆରମ୍ଭ ହୋଇ ପାରେ ବୋଲି ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ହକି (ଏଫ୍‌ଆଇଏଚ୍‌) ଘୋଷଣା କରିଛି। ବିଭିନ୍ନ ସ୍ତରରେ ଖେଳ ଆରମ୍ଭ କରିବା ଲାଗି ଖେଳର ଗଭର୍ନିଂବଡି ୫ଟି ପର୍ଯ୍ୟାୟ ପ୍ରକ୍ରିୟା ସ୍ଥିର କରିଛି। ଏଫ୍‌ଆଇଏଚ୍‌ କହିଛନ୍ତି, ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ନେଇ ବିଶ୍ୱ ପ୍ରତିଯୋଗିତା କେବଳ ଅନ୍ତିମ ପର୍ଯ୍ୟାୟ ପ୍ରକ୍ରିୟା ପରେ ଆରମ୍ଭ ହୋଇପାରିବ ହେଲେ ଏଥିପାଇଁ ସମୟସୀମା ଧାର୍ଯ୍ୟ କରାଯାଇ ନାହିଁ। ନେଦରଲାଣ୍ଡ ଓ ବେଲଜିୟମ ଇତିମଧ୍ୟରେ ସତର୍କତାର ସାମାଜିକ ଦୂରତ୍ୱ ବଜାୟ ରଖି ସେମାନଙ୍କ ଟ୍ରେନିଂ ଆରମ୍ଭ କରିଛନ୍ତି। ଏହାକୁ ପ୍ରଥମ ପର୍ଯ୍ୟାୟ କୁହାଯାଇପାରେ। ପରେ ଆଞ୍ଚଳିକ ପ୍ରତିଯୋଗିତା, ଦୁଇ ପଡୋଶୀ ଦେଶ ମଧ୍ୟରେ ମ୍ୟାଚ ଏବଂ ଟ୍ରାନ୍ସ-କଣ୍ଟିନେଣ୍ଟାଲ ଟୁର୍ନାମେଣ୍ଟ ଏବଂ ଶେଷରେ ଭ୍ୟାକ୍ସିନ୍‌ ବାହରିବା ଦରକାର। ତା’ପରେ ଯାଇ ସ୍ବାଭାବିକ ପ୍ରତିଯୋଗିତା କଥା ବିଚାର କରାଯାଇପାରେ ବୋଲି ଏଫ୍‌ଆଇଏଚ୍‌ କହିଛି। ଆୟୋଜକମାନଙ୍କୁ ହକି ଓ୍ବାର୍କଫୋର୍ସ ଏବଂ ଖେଳପ୍ରେମୀଙ୍କ ସୁରକ୍ଷା ପାଇଁ ଆୟୋଜକ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରକ୍ତଦାନ କରିବାକୁ ଶରୀରରେ ଗୋଟିଏ ବି ଟାଟୁ କରି ନାହାନ୍ତି ଏହି ଶ୍ରେଷ୍ଠ ଫୁଟବଲ ଖେଳାଳି, ନିଜେ ଜଣେ ବୋନ୍‌ ମ୍ୟାରୋ ଡୋନର୍‌

ପ୍ରାୟତଃ ଖେଳାଳିମାନେ ନିଜ ହେୟାରଷ୍ଟାଇଲ୍‌, ବିଳାସପୂର୍ଣ୍ଣ କାର୍‌, ପୋଷାକ ସାଙ୍ଗକୁ ଶରୀରରେ ବିଭିନ୍ନ ପ୍ରକାର ଟାଟୁକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ହେଲେ ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳି...

ବିସ୍ଫୋରକ ଆରମ୍ଭ ଦେଲେ ରୋହିତ – କୋହଲି

ଅହମ୍ମଦାବାଦ,୨୦।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ଚାଲିଥିବା ଅନ୍ତିମ ଟି୨୦ ମ୍ୟାଚରେ ଭାରତୀୟ ଦଳକୁ ବିସ୍ଫୋରକ ଆରମ୍ଭ ଦେଇଛନ୍ତି ଅଧିନାୟକ ବିରାଟ କୋହଲି ଏବଂ...

‘କୋହଲିଙ୍କ ପ୍ରକୃତ ରୂପ ମୁଁ ଜାଣିଛି’

ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର ଏକ ଭିନ୍ନ ଶୈଳୀ ଦେଖିବାକୁ ମିଳିଛି। ସେ ତାଙ୍କ କ୍ରିକେଟର ସ୍ବାମୀଙ୍କ ପାଇଁ ଫଟୋଗ୍ରାଫର ସାଜିଛନ୍ତି। ଅନୁଷ୍କାଙ୍କ ଏହି ଲୁକ...

ଖେଳାଇ ଦେଲାନି ବର୍ଷା

ସେଞ୍ଚୁରିଆନ,୨୭।୧୨: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ବର୍ଷାରେ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ସୋମବାର ଦିନ ତମାମ ବର୍ଷା...

ଆଇପିଏଲ୍‌: ମିଡ୍‌ଲ ଅର୍ଡରକୁ ନେଇ ଚିନ୍ତାରେ ହାଇଦ୍ରାବାଦ

ନୂଆଦିଲ୍ଲୀ,୫।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌) ସବୁଠାରୁ ସ୍ଥିର ପ୍ରଦର୍ଶନ କରୁଥିବା ଦଳ ବିବେଚିତ ହୋଇ ଆସୁଛି। ଗତ ୫ ବର୍ଷ...

କୋଟି କୋଟି ପ୍ରଶଂସକଙ୍କୁ ନିରାଶ କରିବା ପରେ ଅଧିନାୟକ କୋହଲି ରଖିଲେ ଏଭଳି ପ୍ରତିକ୍ରିୟା, କହିଲେ..

ଆଡିଲେଡ୍‌,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିବାରାତ୍ର ଟେଷ୍ଟରେ ଭାରତ ୮ ଉଇକେଟରେ ପରାଜିତ ହୋଇଛି। ବିରାଟ କୋହଲୀଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଟସ୍‌ ଜିତି...

କରୋନା ଯୋଗୁ ଚାକିରି ହରାଇଲେ ସଚିନଙ୍କ ପରି ଅବିକଳ ଦେଖାଯାଉଥିବା ବଲ୍‌ବୀର

ଚଣ୍ଡିଗଡ଼, ୨୪।୬- ମହାନ ଭାରତୀୟ କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କ ପରି ଅବିକଳ ଦେଖାଯାଉଥିବା ପଞ୍ଜାବର ବଲବୀର ଚାନ୍ଦଙ୍କୁ କିଏ ନ ଜାଣେ। ଗତ ୩ ଦଶନ୍ଧି...

କୋପା ଆମେରିକା ଫୁଟବଲ: ବ୍ରାଜିଲ- ଇକ୍ୱେଡର ମ୍ୟାଚ୍‌ ଡ୍ର

ସାଓ ପାଉଲୋ,୨୯।୬: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟରେ ରବିବାର ବ୍ରାଜିଲ ଓ ଇକ୍ୱେଡର ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। ଗୋଇଆନିଆର...

Advertisement
Archives

Model This Week