କୋଚିଂ ସେଣ୍ଟର ଉପରେ ସରକାରଙ୍କ ଲଗାମ ରହୁ

ସୁଧୀର କୁମାର ନାୟକ

ଗୁଜରାଟ ସୁରଟ ଜିଲା ଅନ୍ତର୍ଗତ ସଦର ଥାନା ଅଞ୍ଚଳରେ ଚାଲୁଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ଯେଉଁ ଅଗ୍ନିକାଣ୍ଡ ଘଟିଯାଇଛି ତାହା ଅତ୍ୟନ୍ତ ହୃଦୟବିଦାରକ। ସୁରଟର ତକ୍ଷଶୀଳା କମ୍ପ୍ଲେକ୍ସର ଚତୁର୍ଥ ମହଲାରେ ଚାଲୁଥିବା ଏହି ଘରୋଇ କୋଚିଂ ସେଣ୍ଟରଟିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୧୯ ଜଣ ଛାତ୍ରଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ସବୁଠାରୁ ଦୁଃଖଦ ଦୃଶ୍ୟଥିଲା ଛାତ୍ରମାନେ ପ୍ରାଣ ବିକଳରେ ତିନି ଚାରି ମହଲା ଉପରୁ ଡେଇଁପଡିବା ଏବଂ ଆଉ କିଛି ନିଆଁରେ ଜୀବନ୍ତ ଦଗ୍ଧ ହୋଇଯିବା। ଆମ ଶାସନ ବ୍ୟବସ୍ଥା ଏହିପରି ଯେ କିଛି ଗୋଟେ ଅଘଟଣ ଘଟିବା ପରେ ବିଭାଗୀୟ ଅଧିକାରୀ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦିଅନ୍ତି। ପୁଣି ଦିନ କେତେଟା ଗଡିଗଲେ ସବୁକିଛି ସ୍ଥାଣୁ ହୋଇଯାଏ। ଅନେକ ସମୟରେ ଦେଶରେ ବଡ଼ ବଡ଼ ଅଗ୍ନିକାଣ୍ଡ ଘଟୁଛି। ଡାକ୍ତରଖାନା, ସପିଂମଲ୍‌, ହୋଟେଲ, ଆପାର୍ଟମେଣ୍ଟଗୁଡିକରେ ବିଶେଷକରି ଗ୍ରୀଷ୍ମ ଦିନରେ ଅଗ୍ନିକାଣ୍ଡ ଅଧିକ ଘଟୁଛି। ଏହାସତ୍ତ୍ୱେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଯେତିକି ସୁରକ୍ଷା ବାବଦରେ ପଦକ୍ଷେପ ନେବାକଥା ତାହା ନେଉନାହାନ୍ତି। ନିୟମ ଅନୁସାରେ ବହୁତଳ କୋଠାଘରଗୁଡିକରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ରହିବା ବାଧ୍ୟତାମୂଳକ। କିଛି ଅନୁଷ୍ଠାନ କେବଳ ଆଇନକୁ ଆଖିଠାର ମାରିବା ପରି ସେମାନଙ୍କ ପ୍ରକୋଷ୍ଠଗୁଡିକରେ ନାମକୁ ମାତ୍ର ଅଗ୍ନି ନିର୍ବାପନ ସିଲିଣ୍ଡର ରଖିଥାନ୍ତି। କିନ୍ତୁ ଦୁର୍ଘଟଣା ସମୟରେ ପ୍ରଶିକ୍ଷଣପ୍ରାପ୍ତ କର୍ମଚାରୀ ନ ଥିବାରୁ ତା’ର ବ୍ୟବହାର ହୋଇପାରେ ନାହିଁ।
ଆଜିକାଲି ଯେଉଁ ଭଡ଼ାଘରଗୁଡିକରେ କୋଚିଂ ସେଣ୍ଟର, ଆବାସିକ କଲେଜ୍‌, ହଷ୍ଟେଲ ଆଦି ଚାଲୁଛି ସେଗୁଡ଼ିକ ପ୍ରାୟ ଅସୁରକ୍ଷିତ ଏବଂ ଅଗ୍ନି ନିର୍ବାପନ ବ୍ୟବସ୍ଥା ନାହିଁ। କୋଠାଘରଗୁଡ଼ିକରେ ରହୁଥିବା ଛାତ୍ରୀଛାତ୍ର ସଂଖ୍ୟା ଅନୁସାରେ ପ୍ରଶସ୍ତ ଶିଡି ରହୁନାହିଁ। ଶିଡିର ସଂକୀର୍ଣ୍ଣତା ଯୋଗୁ କିଛି ଗୋଟେ ଅଘଟଣ ଘଟିଗଲେ ଉପର ମହଲାରେ ଥିବା ଲୋକମାନେ ତଳକୁ ସୁରକ୍ଷିତ ଭାବେ ଓହ୍ଲାଇ ପାରୁନାହାନ୍ତି। ପ୍ରାୟ ଆଧୁନିକ ଗୃହ ଡିଜାଇନ୍‌ରେ ଝରକା ରହୁନାହିଁ। ଗ୍ରୀଷ୍ମଋତୁରେ ସବୁବେଳେ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରରେ ଶୀତତାପ ନିୟନ୍ତ୍ରିତ ମେଶିନ୍‌ ଚାଲୁଛି। ଏହାଦ୍ୱାରା ଶର୍ଟସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିବାର ଆଶଙ୍କା ଅଧିକ। ଆଧୁନିକ ବିଲ୍‌ଡିଂ ଡିଜାଇନ୍‌ ଯେତେ ଆକର୍ଷଣୀୟ ହେଲେ ମଧ୍ୟ ବିପଦମୁକ୍ତ ନୁହେଁ।
ବର୍ତ୍ତମାନ ଦେଶରେ ଛତୁଫୁଟିଲା ପରି ଗାଁ, କୋଚିଂ ସେଣ୍ଟର, ଆବାସିକ ବିଦ୍ୟାଳୟ, ମହାବିଦ୍ୟାଳୟ ଗଢ଼ିଉଠୁଛି। ଦେଶର ଉତ୍କଟ ବେକାରି ସମସ୍ୟା ଥିଲେ ବି ଉଚ୍ଚଶିକ୍ଷା ଲାଗି ଭଲ କ୍ୟାରିୟର ଗଠନ ପାଇଁ ବିଦ୍ୟାର୍ଥୀମାନଙ୍କ ସଂଖ୍ୟା ବଢ଼ିଚାଲିଛି। ତେବେ କୋଚିଂ ସେଣ୍ଟରଗୁଡ଼ିକର ଗୁରୁତ୍ୱ ବଢ଼ିବାର ପ୍ରମୁଖ କାରଣଗୁଡ଼ିକ ବିଷୟରେ ଆଲୋଚନା କରାଯାଇପାରେ।
ଦେଶର ଅଧିକାଂଶ ସରକାରୀ ଶିକ୍ଷାନୁଷ୍ଠାନରେ ଆଗପରି ପାଠପଢ଼ା ହେଉନାହିଁ। ଦେଶର ବହୁ ସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ଶିକ୍ଷକ, ଅଧ୍ୟାପକ, ପ୍ରଫେସର୍‌ମାନଙ୍କ ଖାଲିସ୍ଥାନ ବର୍ଷ ବର୍ଷ ଧରି ଅପୂରଣୀୟ ରହୁଛି, ଯଦ୍ଦ୍ବାରା ବାର୍ଷିକ ପାଠ୍ୟଖସଡା ଅନୁଯାୟୀ ପୁସ୍ତକ ବିଷୟଗୁଡ଼ିକ ସମ୍ପୂର୍ଣ୍ଣ ପଢ଼ାଯାଉନାହିଁ। ଛାତ୍ରୀଛାତ୍ରମାନେ ବ୍ୟକ୍ତିଗତ ଫିସ୍‌ ଦେଇ ବିଭିନ୍ନ କୋଚିଂ ସେଣ୍ଟରରେ ପଢ଼ିଥାଆନ୍ତି। ହେଲେ କୋଚିଂ ସେଣ୍ଟରରେ ପାଠ ପଢ଼ାଇବା ପାଇଁ ସବୁ ଅଭିଭାବକ ଆର୍ଥିକ ସକ୍ଷମ ନୁହନ୍ତି। ବହୁ ମେଧାବୀ ପିଲା ସରକାରୀ କଲେଜଗୁଡ଼ିକରେ ପାଠ ପଢ଼ି ମଧ୍ୟ ଭଲ ଫଳ ପାଇବାରୁ ବଞ୍ଚତ୍ତ ହୁଅନ୍ତି। ଓଡ଼ିଶାରେ କେବଳ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୨୦୧୮ ଡିସେମ୍ବର ସୁଦ୍ଧା ୭୬୦ଟି ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ଉଚ୍ଚଶିକ୍ଷା ଅଧୀନରେ ଥିବା ୧୧ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ କେବଳ ରେଭେନ୍‌ଶାରେ ୧୭୦ଟି ଅଧ୍ୟାପକ ପଦବୀ ଖାଲିପଡ଼ିଛି। ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟରେ ୯୯, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୬୭, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୪୬, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ୧୨ଟି ପଦବୀ ଖାଲିପଡ଼ିଛି। ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକମାନଙ୍କ ପ୍ରତିବର୍ଷ ଆନ୍ଦୋଳନ ଚାଲୁଛି। ଏପରିକି ମାସ ମାସ ଧରି ସ୍କୁଲ୍‌, କଲେଜ ବନ୍ଦ ରହିବା ଯୋଗୁ ପିଲାମାନଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଉଛି। ଏ କ୍ଷେତ୍ରରେ ଅଭିଭାବକମାନେ ବାଧ୍ୟହୋଇ ପଇସା ଖର୍ଚ୍ଚ କରି କୋଚିଂ ସେଣ୍ଟରଗୁଡ଼ିକରେ ପିଲାଙ୍କୁ ପଢ଼ାଉଛନ୍ତି।
କୋଚିଂ ସେଣ୍ଟରଗୁଡ଼ିକ ଉପରେ ସରକାରଙ୍କ କୌଣସି ଲଗାମ ରହୁନାହିଁ। ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଜିଲା ଶିକ୍ଷା ଅଧିକାରୀ, ବ୍ଲକ୍‌ ଶିକ୍ଷା ଅଧିକାରୀ ତଥା ଜିଲା ପ୍ରଶାସନଙ୍କ ପାଖରେ ସେମାନଙ୍କ ଅଞ୍ଚଳରେ ଚାଲୁଥିବା ଏହିସବୁ ବେସରକାରୀ କୋଚିଂ ସେଣ୍ଟର ତଥ୍ୟ ରହୁନାହିଁ। କୋଚିଂ ସେଣ୍ଟର ମାଲିକମାନେ ମନଇଚ୍ଛା ଅଭିଭାବକଙ୍କଠାରୁ ଅର୍ଥ ଆଦାୟ କରୁଛନ୍ତି। ହେଲେ କେଉଁ ବାବଦରେ କେତେ ଖର୍ଚ୍ଚ କରାଯାଉଛି ତଥା ଆୟ ବ୍ୟୟ ହିସାବ ପାଇଁ ସରକାରୀ ନିର୍ଦ୍ଦେଶରେ ତାହାର ସମୀକ୍ଷା କରାଯାଉନାହିଁ। ଫଳରେ ବଡ଼ ବଡ଼ କୋଚିଂ ସେଣ୍ଟର ମାଲିକମାନେ ନିଜ ଆୟ ଅନୁସାରେ ଟ୍ୟାକ୍ସ ପୈଠ କରୁନାହାନ୍ତି। ଆଜିକାଲି ଅଭିଭାବକମାନେ ଏପରି କୋଚିଂ ସେଣ୍ଟରମୁହାଁ ହୋଇଗଲେଣି ଯେ, କେବଳ ପାଠପଢ଼ାଟିକୁ ଗୁରୁତ୍ୱଦେଇ ତାଙ୍କ ପିଲାମାନଙ୍କର ଅନ୍ୟାନ୍ୟ ମୌଳିକ ସମସ୍ୟା ଉପରେ ଧ୍ୟାନ ଦେଉନାହାନ୍ତି। ଆବାସିକ କୋଚିଂ ସେଣ୍ଟରଗୁଡ଼ିକରେ ଛାତ୍ରୀଛାତ୍ର ନାନାଦି ମାନସିକ ନିର୍ଯାତନାରେ ପୀଡ଼ିତ ହେଉଛନ୍ତି। ଭୁବନେଶ୍ୱରରେ କେତେକ କୋଚିଂ ସେଣ୍ଟରରେ ପଢୁଥିବା ଛାତ୍ରୀଛାତ୍ର ଗତବର୍ଷ ବୋର୍ଡ ଏବଂ +୨ ପରୀକ୍ଷା ଦେବା ପାଇଁ ସ୍ବୀକୃତି ପାଇ ନ ଥିଲେ। ୨୮ଜଣ ଛାତ୍ରୀଛାତ୍ରଙ୍କର କ୍ଲାସ୍‌ରୁମ୍‌ ଉପସ୍ଥାନ ୬୦%ରୁ କମ୍‌ ଥିବାରୁ ନିୟମ ଅନୁସାରେ କଲେଜ ଏବଂ ବିଦ୍ୟାଳୟ ସେମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦେଇ ନ ଥିଲା। ପରବର୍ତ୍ତୀ ସମୟରେ ଜଣାଗଲା ଯେ ଏହି ଛାତ୍ରୀଛାତ୍ର ଯେଉଁ କୋଚିଂ ସେଣ୍ଟରରେ ପାଠ ପଢୁଥିଲେ ସେଠାରେ ସେମାନଙ୍କୁ କୋଚିଂ ସେଣ୍ଟର ମାଲିକମାନେ କଲେଜ୍‌କୁ କ୍ଲାସ୍‌ କରିବା ପାଇଁ ଛାଡୁ ନ ଥିଲେ। ପୂର୍ବରୁ ଇଞ୍ଜିନିୟରିଂ, ଡାକ୍ତରୀ, ସିଭିଲ ର୍ସଭିସ୍‌, ବ୍ୟାଙ୍କିଙ୍ଗ୍‌ ଆଦି ଚାକିରି ପାଇଁ ବିଦ୍ୟାର୍ଥୀମାନେ ଦେଶରେ କିଛି କୋଚିଂ ସେଣ୍ଟରରେ ପଢୁଥିଲେ। ଆଜି ଏପରି ପରିସ୍ଥିତି ହୋଇଛି, ପିଲା ବିଦ୍ୟାଳୟ ମାଟି ମାଡୁ ମାଡୁ ଅଭିଭାବକମାନେ ଟ୍ୟୁଟୋରିଆଲ ଦ୍ୱାରରେ ପହଞ୍ଚତ୍ଲେଣି। ସାଧାରଣ କନଷ୍ଟେବଳ, ଗ୍ୟାଙ୍ଗମ୍ୟାନ୍‌, ଗ୍ରୁପ୍‌ ଡି, ଚତୁର୍ଥଶ୍ରେଣୀ ପୋଷ୍ଟ୍‌ଗୁଡ଼ିିକ ପାଇଁ ମଧ୍ୟ କୋଚିଂ ସେଣ୍ଟର ଖୋଲାଯାଇ ଶିକ୍ଷା ଦିଆଯାଉଛି। ରାଜସ୍ଥାନର କୋଟା କୋଚିଂ ସେଣ୍ଟର ବେଶ୍‌ ଜଣାଶୁଣା। ପ୍ରଫେଶନାଲ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକରେ ଏଠାରେ ପଢୁଥିବା ବିଦ୍ୟାର୍ଥୀମାନଙ୍କ ଉତ୍ତୀର୍ଣ୍ଣ ହାର ଅଧିକ। ହେଲେ ଗତ କିଛିବର୍ଷ ଧରି ଏଠାକାର କିଛି ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ଘଟଣା ବୁଦ୍ଧିଜୀବୀ ଓ ଅଭିଭାବକଙ୍କୁ ଚକିତ କରିଛି। ୨୦୧୩ରୁ ୨୦୧୭ ମସିହା ମଧ୍ୟରେ ୫୮ଜଣ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଥିବାର କୋଟା ଜିଲା ପ୍ରଶାସନ ତରଫରୁ ସୂଚନା ମିଳିଛି। କେବଳ ୨୦୧୮ରେ ୧୯ଜଣ ଛାତ୍ର ଆତ୍ମହତ୍ୟା କରିଥିବାର ଦୁଃଖଦ ଖବର ହସ୍ତଗତ ହୋଇଛି। ଅତ୍ୟଧିକ ମାନସିକ ଚାପ, ପାଠପଢ଼ାର ବୋଝ, କ୍ୟାରିୟରରେ ବିଫଳତା, ପ୍ରେମରେ ବିଫଳତା, ନିଃସଙ୍ଗତା ପାଇଁ ଆତ୍ମହତ୍ୟା ବଢୁଥିବାର ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସ୍‌ ତଥ୍ୟ ଦେଇଛି। ଏହା କେବଳ ରାଜସ୍ଥାନର କୋଟାରେ ଘଟୁନାହିଁ ଅଧିକାଂଶ କୋଚିଂ ସେଣ୍ଟରରେ ବିଦ୍ୟାର୍ଥୀମାନଙ୍କର ସଫଳତା ପାଇଁ କ୍ଷମତା ବହିର୍ଭୂତ ପାଠ ବୋଝ ଲଦି ଦିଆଯାଉଛି। ଅନ୍ୟ ଏକ ବିଷୟ ହେଉଛି ଅଧିକାଂଶ ଅଭିଭାବକ ପିଲାଙ୍କ ଦକ୍ଷତା ବାହାରେ ଲକ୍ଷ୍ୟ ସାଧନ ପାଇଁ ବାଧ୍ୟ କରିଥାନ୍ତି। ଫଳରେ ବିଦ୍ୟାର୍ଥୀମାନେ ମାନସିକ ଭାରସାମ୍ୟ ହରାଇ ଏପରି ଚରମ ପଦକ୍ଷେପ ନେଉଛନ୍ତି।
ତେବେ ଶେଷରେ ଏତିକି କୁହାଯାଇପାରେ ଯେ କୋଚିଂ ସେଣ୍ଟରର ଆବଶ୍ୟକତା ଥିଲେ ବି ଏହାର ଶୃଙ୍ଖଳିତ ପରିଚାଳନା ପାଇଁ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ନୀତି ପ୍ରଣୟନ କରାଯିବାର ଆବଶ୍ୟକତା ରହିଛି॥ କେବଳ ପାଠପଢ଼ା ନୁହେଁ, ପିଲାମାନଙ୍କ ସୁରକ୍ଷା ପାଇଁ ପରିଚାଳନା କମିଟି ଗୁରୁତ୍ୱ ଦିଅନ୍ତୁ। ବିଦ୍ୟାର୍ଥୀମାନଙ୍କୁ ମାନସିକ ଚାପରୁ ମୁକ୍ତ କରନ୍ତୁ। ଆପାତତଃ ପ୍ରତ୍ୟେକ ମାସରେ ଥରେ ଅଭିଭାବକମାନଙ୍କ ସହ ବୈଠକ ଡାକି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରନ୍ତୁ। ବହୁତଳ ପ୍ରାସାଦଗୁଡ଼ିକରେ ଚାଲୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ଅଗ୍ନିନିର୍ବାପନ ବ୍ୟବସ୍ଥା ରଖନ୍ତୁ।
ଧାମନଗର, ଭଦ୍ରକ, ମୋ.- ୯୯୩୮୦୮୦୨୯୪


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?