କେସିଆଇର ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଓଡ଼ିଶାର ସଞ୍ଜିତ କୁମାର ମନୋନୀତ

ଭୁବନେଶ୍ୱର,୨୦।୪(ବ୍ୟୁରୋ): କେନେଲ କ୍ଲବ ଅଫ୍‌ ଇଣ୍ଡିଆ(କେସିଆଇ)ର ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଓଡ଼ିଶାର ସଞ୍ଜିତ କୁମାର ମହାନ୍ତି ମନୋନୀତ ହୋଇଛନ୍ତି। ସେ ପ୍ରଥମ ଓଡ଼ିଆ ଭାବେ କେସିଆଇର ଅଲ୍‌ ବ୍ରିଡ୍‌ ଜଜ୍‌ ହୋଇଛନ୍ତି। ଅନ୍ତଃରାଷ୍ଟ୍ରୀୟ ଜଜ୍‌ ସଞ୍ଜିତ ଜର୍ମାନ ସେଫର୍ଡ ଡଗ୍‌ ସ୍ପେଶାଲିଟି ଜଜ୍‌ ଭାବେ ପରିଚିତ। ସେ ଜର୍ମାନ ସେଫର୍ଡ ଡଗ୍‌ କନ୍‌ଫେଡେରେଶନ(ଇଣ୍ଡିଆ)ର ସଭାପତି ଅଛନ୍ତି। ପୂର୍ବରୁ କେସିଆଇର କେବଳ ଜର୍ମାନ ସେଫର୍ଡ ଜଜ୍‌ ଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କୁ ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଚୟନ କରାଯାଇଛି। ଭାରତ ଛଡ଼ା ବିଭିନ୍ନ ଜାଗାରେ ଜର୍ମାନ ସେଫର୍ଡ ଜଜ୍‌ ଭାବେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସେ ଟରଣ୍ଟୋରେ ରହୁଛନ୍ତି। ସଞ୍ଜିତ ଓଡ଼ିଶା କେନେଲ କ୍ଲବ(ଓକେସି)ର ମଧ୍ୟ ୧୫ରୁ ଊର୍ଦ୍ଧ୍ୱ ବର୍ଷ ହେବ ସଦସ୍ୟ ରହିଛନ୍ତି। କେସିଆଇର ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଚୟନ ହେବା ପରେ ଓକେସି ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୬୯ ମୁଣ୍ଡ ନେଲା କରୋନା: କଟକ-ଜଗତସିଂହପୁରରୁ ସର୍ବାଧିକ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୩୫୮କୁ ବୃଦ୍ଧି ପାଇଛି।...

ଶ୍ରୀକ୍ଷେତ୍ରରେ ୬ହଜାର ହବିଷିଆଳିଙ୍କ ସମାଗମ

ପୁରୀ ଅଫିସ, ୧୫ା୧୦: ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ। ଏହି ପୂଣ୍ୟ ମାସରେ ହବିଷିଆଳିମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ପୁରୀରେ ରହି କାର୍ତ୍ତିକ...

ଜାଗା ଖୋଜୁଛି ମଡେଲ ବସ୍‌ଷ୍ଟାଣ୍ଡ୍‌

ଢେଙ୍କାନାଳ ଅଫିସ, ୧୨।୩ ବଢୁଛି ଢେଙ୍କାନାଳ ସହର। ବଦଳୁଛି କଳେବର। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଆବଶ୍ୟକତା ଅନୁଭବ ହେଲାଣି। ହେଲେ ପ୍ରଶାସନିକ...

କରୋନା ମୁକାବିଲା ପ୍ରସ୍ତୁତି: ରାଜ୍ୟ ବାହାର ଫେରନ୍ତାଙ୍କ ସୂଚନା ପାଉନି ସ୍ବାସ୍ଥ୍ୟ ବିଭାଗ

କଟକ ସଦର,୨୩।୩(ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ କଟକ ସଦର ବ୍ଲକ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି...

ପୁଣି ବଢ଼ିଲାଣି କରୋନା, ଘରୋଇ ହଷ୍ଟେଲର ୧୩ ଅନ୍ତେବାସୀ ପଜିଟିଭ୍‌ ଚିହ୍ନଟ

କଟକ ଅଫିସ,୯ା୬: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି। ଗୁରୁବାର କଟକ ବମ୍ଫକୁଦର ଏକ ଆବାସିକ ଛାତ୍ରାବାସରୁ ୧୩ ଜଣ କରୋନା ପଜିଟିଭ୍‌...

ସବୁ ଛାତ୍ରୀନିବାସ ଲାଗି ୩ ହଜାର ମାଟ୍ରନ ପଦବୀ

ଭୁବନେଶ୍ୱର, ୧୪ା୩(ବ୍ୟୁରୋ): ଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ଲାଗି ରାଜ୍ୟ ସରକାରଙ୍କ ଏସ୍‌ସି ଆଣ୍ଡ ଏସ୍‌ଟି ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।...

ଲୀଳାକ୍ଷେତ୍ର ଚିଲିକା

ଜଗନ୍ନାଥ ମନ୍ଦିର ଉପରେ ସମୁଦାୟ ୧୮ଥର ଆକ୍ରମଣ ହୋଇଥିଲା। ଶ୍ରୀମହାପ୍ରଭୁ ୨୧ଥର ଶ୍ରୀମନ୍ଦିର ରତ୍ନସିଂହାସନରୁ ସ୍ଥାନାନ୍ତର ହୋଇଥିଲେ। ସେଥିରୁ ଶ୍ରୀକ୍ଷେତ୍ର ମଧ୍ୟରେ ଦୁଇ ଥର ଲୀଳା...

ମଧ୍ୟପ୍ରଦେଶ ଅଭିମୁଖେ ବାଘୁଣୀ ସୁନ୍ଦରୀ

ବନ୍ତଳା,୨୪ା୩(ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ରାଇଗୁଡ଼ା ଏନ୍‌କ୍ଲୋଜର ମଧ୍ୟରେ ୨୦୧୮ ନଭେମ୍ବର ୬ରୁ ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ସୁନ୍ଦରୀକୁ ମଙ୍ଗଳବାର ମଧ୍ୟପ୍ରଦେଶର...

Advertisement
Archives

Model This Week