କେବିସିରେ ଭାଗ ନେଇ ପାରିବେ ନାହିଁ ଅମିତାଭଙ୍କ ପରିବାର

ଅମିତାଭ ବଚ୍ଚନ ଖୁବ୍‌ଶୀଘ୍ର ଲୋକପ୍ରିୟ ରିଅଲିଟି ଶୋ’ ‘କୌନ୍‌ ବନେଗା କରୋଡ଼ପତି’(କେବିସି) ସିଜିନ୍‌ ୧୧ରେ ପୁଣି ଟିଭି ପରଦାକୁ ଫେରିବେ। ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶୋ’ ସହିତ ଜଡ଼ିତ କିଛି ପ୍ରଶ୍ନର ଉତ୍ତର ଦେଇଛନ୍ତି ଅମିତାଭ। ସେ କହିଛନ୍ତି, ତାଙ୍କ ପରିବାରର କୌଣସି ସଦସ୍ୟ ଏହି ଶୋ’ରେ ଭାଗ ନେବାର ଅନୁମତି ନାହିଁ। ସେ ଏକ ପ୍ରୋଜେକ୍ଟକୁ ପ୍ରମୋଟ କରିବାକୁ ଆସିପାରନ୍ତି କିନ୍ତୁ ଜଣେ ପ୍ରତିଯୋଗୀଙ୍କ ପରି ଏହି ଖେଳ ଖେଳିପାରନ୍ତି ନାହିଁ। ଅମିତାଭ ଏକଥା ବି କହିଛନ୍ତି କି, ତାଙ୍କୁ ହଟ୍‌ ସିଟ୍‌ରେ ବସିଲେ ବହୁତ ଡର ଲାଗେ। କାରଣ ତାଙ୍କର ସାଧାରଣ ଜ୍ଞାନ ଏତେ ଭଲ ହୁଏ ନାହିଁ। ଯେତେବେଳେ ୨୦୦୦ ମସିହାରେ ‘କୌନ ବନେଗା କରୋଡ଼ପତି’ଆରମ୍ଭ ହୋଇଥିଲା ସେତେବେଳେ କିଛି ଲୋକ ମୋତେ ଏହି ଶୋ’ କରିବାକୁ ମନା କରିଥିଲେ। ଏମିତିକି ମୋ’ ପରିବାର ସଦସ୍ୟ ମଧ୍ୟ ମୋତେ ମନା କରିଥିଲେ। କିନ୍ତୁ ଶୋ’ ସହିତ ଜଡ଼ିତ ଲୋକମାନେ ବହୁତ ଦାୟିତ୍ୱସମ୍ପନ୍ନ ଥିଲେ। ସେମାନେ ଚାହୁଁଥିଲେ ମୁଁ ଏହି ଶୋ’ କରେ ବୋଲି। ଶୋ’ ଆରମ୍ଭ ହେବା ପରେ ମୋତେ ଏମିତି ପରିବେଶ ମିଳିଲା ଯାହାକୁ ନେଇ ଆଜି ମୁଁ ଗର୍ବ ଅନୁଭବ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଜାଗା କଳାକାର ପାଇଁ ଶ୍ରେଷ୍ଠ ମଞ୍ଚ

ପିଲାଟିଦିନୁ ମୁହଁରେ ପାଉଁଶ ମାଖି ମିଛିମିଛିକା ନାଟକ କରୁ କରୁ ପାଲଟିଛନ୍ତି ସତ ନାଟକର ସଫଳ କଳାକାର। ନାଟକର ନିଶା ଓ ପେସାକୁ ଏକାସାଙ୍ଗରେ ନେଇ...

ଆକ୍ସନ, ଥ୍ରିଲର ଓ ରୋମାନ୍ସ ନେଇ ଆସିବ ‘ଖୁଦାହାଫିଜ’

ମୁମ୍ବାଇ: ବଲିଉଡ୍‌ର ‘କମାଣ୍ଡୋ’ ହିରୋ ବିଦ୍ୟୁତ ଜାନଓ୍ବାଲଙ୍କ ଅଭିନୀତ ଫିଲ୍ମ ‘ଖୁଦାହାଫିଜ’ର ଶୁଟିଂ ଆରମ୍ଭ ହୋଇଯାଇଛି। ଉଜ୍‌ବେକିସ୍ତାନରେ ଏହାର ଶୁଟିଂ ଆରମ୍ଭ ହେବା ନେଇ ଖବର...

ଅଭିନେତା ମୋହିତ୍‌ଙ୍କ ଦେହାନ୍ତ

ମୁମ୍ବାଇ, ୨୪।୫:ବଲିଉଡ୍‌ର ଜଣାଶୁଣା ଅଭିନେତା ମୋହିତ୍‌ ବାଘେଲଙ୍କ କ୍ୟାନ୍‌ସରରେ ଶନିବାର ସକାଳେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା। ନିଜ ହୋମ୍‌ଟାଉନ୍‌...

ଆଉ ଏକ ରେକର୍ଡ କଲେ ପ୍ରିୟଙ୍କା: ଇନ୍‌ଷ୍ଟାଗ୍ରାମ୍‌ରେ ସବୁଠୁ ଅଧିକ ଫଲୋଅର୍ସ

ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍‌ରେ ନୁହନ୍ତି, ହଲିଉଡ୍‌ରେ ମଧ୍ୟ ବେଶ୍‌ ଲୋକପ୍ରିୟ। ଏବେ ତାଙ୍କୁ ଆଉ ଏକ ସଫଳତା ମିଳିଛି। ସୋସିଆଲ...

ମଲାଇକାଙ୍କୁ ଜନ୍ମଦିନରେ ଏପରି ଶୁଭେଚ୍ଛା ଜଣାଇଲେ ଅର୍ଜୁନ

ମୁମ୍ବାଇ: ବଲିଉଡ୍‌ର ନୂଆ ଲଭବର୍ଡ ମଲାଇକା ଅରୋରା- ଅର୍ଜୁନ କପୁର ନିଜ ସମ୍ପର୍କକୁ ଖୋଲାଖୋଲି ସ୍ବିକାର କରିବା ଆରମ୍ଭ କଲେଣି। ବୁଧବାର ମଲାଇକାଙ୍କ ଜନ୍ମଦିନ ଉପଲକ୍ଷେ...

ଚିହ୍ନନ୍ତୁ ଅଭିନେତ୍ରୀ ଜଣକ କିଏ, ତାଙ୍କର ରହିଛି ରଣବୀରଙ୍କ ସହ ସମ୍ପର୍କ

ବଲିଉଡ୍‌ର କିଛି ଅଭିନେତ୍ରୀ ସୋସିଆଲ ମିଡିଆରେ ଏମିତି ଫଟୋ ପୋଷ୍ଟ କରୁଛନ୍ତି, ଚିହ୍ନିବା ମୁସ୍କିଲ ହୋଇପଡୁଛି। ଏବେ ଜଣେ ଅଭିନେତ୍ରୀ ଏକ ଫଟୋ ଶେୟାର କରିଛନ୍ତି,...

ପୂର୍ବରୁ ହୋଟେଲରେ କରୁଥିଲେ ଚାକିରି, ବଳିଷ୍ଠ ଅଭିନୟ ପାଇଁ ବଲିଉଡ୍‌ରେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ

ବଲିଉଡ୍‌ ଫିଲ୍ମ ‘ଶୁଦ୍ଧ ଦେଶୀ ରୋମାନ୍ସ’ରେ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ବାଣୀ କପୁରଙ୍କ ଆଜି ଅର୍ଥାତ୍‌ ଶୁକ୍ରବାର ୩୧ତମ ଜନ୍ମଦିନ। ବାଣୀ ବେଶି...

ହାର୍ଦ୍ଦିକଙ୍କ ଜୀବନରେ ନୂଆ ପ୍ରେମିକା

ମୁମ୍ବାଇ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। ବିଗତ ଦିନରେ ବଲିଉଡ୍‌ ଅଭିନେତ୍ରୀ ଈଶା ଗୁପ୍ତା, ଉର୍ବଶୀ ରୌତେଲା ଏବଂ...

Coronavirus Update


Archives

Model This Week

Why Dharitri