କେବଳ ବାହାରେ ନୁହେଁ, ଘରେ ବି ରଖନ୍ତୁ ସାମାଜିକ ଦୂରତ୍ୱ: ଉନ୍ନୟନ କମିଶନର

ଭୁବନେଶ୍ୱର,୧୬।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ଏବେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଆବଶ୍ୟକ। ଇତିମଧ୍ୟରେ ୬୦ ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ପରୀକ୍ଷଣ ସୁବିଧା ବୃଦ୍ଧି ପାଇଛି। ଏବେ ୧୨ଶହରୁ ୧୩ଶହ ଟେଷ୍ଟ କରାଯାଉଛି। ଆଗାମୀ ଦିନରେ ସମସ୍ତ ଜିଲାରେ ଅଧିକ ମାତ୍ରାରେ ପରୀକ୍ଷଣ କରାଯିବ। ବିଶେଷକରି ବସ୍ତିରେ ରହୁଥିବା ଲୋକ, ସ୍ବାସ୍ଥ୍ୟ କର୍ମଚାରୀ, ଗ୍ରୋସରୀ ଦୋକାନୀଙ୍କ ଭଳି ଲୋକମାନେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏହାଦ୍ୱାରା ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ସ୍ପଷ୍ଟ ହେବ। ଆଗାମୀ ଦିନରେ ଯଦି ପଜିଟିଭ୍‌ ମାମଲା ନ ବଢ଼େ ତେବେ ଏହା ନିୟନ୍ତ୍ରଣରେ ରହିଥିବେ। ଯେତେ ଶିଘ୍ର ନିରୂପଣ କରାଯିବ ସେତେ ଶିଘ୍ର ଆମେ ଏଥିରୁ ନିଜକୁ ରକ୍ଷା ପାଇପାରିବା। ଓଡ଼ିଶା ସୁବିଧାଜନକ ସ୍ଥିତିରେ ରହିଛି। ହେଲେ ଏହା ଭାବି ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିବା ଉଚିତ୍‌ ନୁହେଁ। କେବଳ ବାହାରେ ନୁହେଁ, ଘରେ ବି ସାମାଜିକ ଦୂରତ୍ୱ ରଖିବା ଉଚିତ। ବୟସ୍କ ଓ ଛୋଟ ପିଲାଙ୍କୁ ନିଜଠାରୁ ଦୂରରେ ରଖନ୍ତୁ ବୋଲି ଉନ୍ନୟନ କମିଶନର ତଥା ଅତିରକ୍ତ ଶାସନ ସଚିବ ସୁରେଶ ମହାପାତ୍ର ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦୁ ହତ୍ୟା ମାମଲା: ଗଞ୍ଜାମରୁ ଅଭିଯୁକ୍ତ ରଞ୍ଜୁ, ଦ୍ୱିତୀୟ ସ୍ବାମୀ କାହ୍ନା ଗିରଫ

ଭୁବନେଶ୍ୱର, ୧୫।୯ (ବ୍ୟୁରୋ) : ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ନାରାୟଣ ବସ୍ତିର ପି. ସୁବ୍ରତ ରାଓ ଓରଫ ଚନ୍ଦୁ ହତ୍ୟା ମାମଲାରେ କମିଶନରେଟ ପୋଲିସ...

ବିଧବାଙ୍କୁ ସଜାଇଥିଲେ ସଧବା

ଢେଙ୍କାନାଳ ଅଫିସ, ୯ା୭ ଢେଙ୍କାନାଳ ସହର ଦକ୍ଷିଣକାଳୀ ରୋଡ୍‌ ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟ ବଡ଼ ଷାଠିଏବାଟିଆ ଅଞ୍ଚଳରେ ଏକ ବଡ଼ଧରଣର ଜମି କେଳେଙ୍କାରୀ ମାମଲାର...

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନକାରୀଙ୍କୁ କଠୋର ଦଣ୍ଡ: କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୩।୩: ଲକ୍‌ଡାଉନ୍‌, କ୍ୱାରାଣ୍ଟାଇନ୍‌, ଆଇସୋଲେଶନ। ଏବେ ଏହି ୩ ଶବ୍ଦ ସବୁଠି ଶୁଣିବାକୁ ମିଳୁଛି। ଆଉ ଏହାକୁ ପାଳନ କରିବାକୁ ମଧ୍ୟ ସମସ୍ତଙ୍କୁ ଅନୁରୋଧ କରାଯାଇଛି।...

ଦେହଜୀବୀଙ୍କୁ ତୁରନ୍ତ ମାଗଣା ରାଶନ ସାମଗ୍ରୀ ଦିଅ

ଭୁବନେଶ୍ୱର,୩୦ା୯(ବ୍ୟୁରୋ):କରୋନା ମହାମାରୀ ଯୋଗୁ ଦେହଜୀବୀମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି। ସେମାନଙ୍କୁ ତୁରନ୍ତ ମାଗଣାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ଓଡ଼ିଶା ସମେତ...

ଆତ୍ମନିର୍ଭର ଭାରତ ଅଭିମୁଖେ ବଜେଟ

ଭୁବନେଶ୍ୱର, ୪ା୨ (ବ୍ୟୁରୋ):ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ‘ଆତ୍ମନିର୍ଭର ଭାରତ ଅଭିମୁଖେ ବଜେଟ ୨୦୨୧-୨୨’ ଉପରେ ଏକ...

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଏଏସ୍‌ଆଇ

କେସିଙ୍ଗା,୨୩।୩(ଡି.ଏନ୍‌.ଏ.): ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପୋଲିସ ଏଏସ୍‌ଆଇ ରମେଶ ଚନ୍ଦ୍ର ପଟ୍ଟନାୟକ । ସେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନାରେ...

ସନ୍ତାନ ପ୍ରସବ କଲେ କରୋନା ପଜିଟିଭ ମହିଳା

ଆଗ୍ରା,୩୦।୪: ଉତ୍ତରପ୍ରଦେଶ ଆଗ୍ରାରେ ଜଣେ କରୋନା ପଜିଟିଭ ମହିଳା ଗୁରୁବାର ସିଜରିଆନ ସେକ୍ସନ ମାଧ୍ୟମରେ ଏକ ସନ୍ତାନ ପ୍ରସବ କରିଛନ୍ତି। ସରୋଜିନି ନାଇଡୁ ମେଡିକାଲରେ ସେ...

ବନ ବିଭାଗର ନିରସ୍ତ୍ର ମୁକାବିଲା

ଢେଙ୍କାନାଳ ଅଫିସ୍‌, ୩୧।୭: ବଦଳିଗଲାଣି ଶିକାର କୌଶଳ। ଏକଦା ତୀର, ବିଦ୍ୟୁତ୍‌ ଫାଶରେ ବନ୍ୟପ୍ରାଣୀଙ୍କୁ ମାରୁଥିବା ଶିକାରୀ ଏବେ ଧରିଲେଣି ଅତ୍ୟାଧୁନିକ ବନ୍ଧୁକ। ବନ ବିଭାଗ...

Advertisement
Archives

Model This Week