କେବଳ ଏହି କାରଣ ପାଇଁ ପୁଅ ରଣବୀରଙ୍କୁ ଶକ୍ତଚାପୁଡ଼ା ମାରିଥିଲେ ରିଷି: ଆଉ ତା’ ପରେ…

ସ୍ବର୍ଗତ ଅଭିନେତା-ନିର୍ମାତା ରିଷି କପୁର ତାଙ୍କ ସମୟର ଚକୋଲେଟ ହିରୋ ଭାବେ କାର୍ଯ୍ୟ କରିଥିଲେ। ସେ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମ କରିଥିଲେ। ସୁନ୍ଦର ଅଭିନୟ ପାଇଁ ତାଙ୍କ ଫିଲ୍ମକୁ ସମସ୍ତେ ପସନ୍ଦ କରନ୍ତି। ଆଜି ସେ ଆମ ସହିତ ନାହାନ୍ତି ସତ, ହେଲେ ସେପ୍ଟେମ୍ବର ୪ରେ ଜନ୍ମ ନେଇଥିବା ଏହି ମହାନ୍‌ କଳାକାରଙ୍କୁ ଏବେବି ଦର୍ଶକ ମନେ ରଖିଛନ୍ତି। ତାଙ୍କ କ୍ରୋଧ ବିଷୟରେ କାହାକୁ ବା ଅଜଣା । ରଣବୀର କପୁର ନିଜେ ଏକ ସାକ୍ଷାତ୍‌କାରରେ କହିଥିଲେ, ଥରେ ବାପା ରାଗି ଯାଇ ତାଙ୍କୁ ଚାପୁଡ଼ା ମାରିଥିଲେ। ତେବେ ରଣବୀରଙ୍କ ଏପରି କ’ଣ ଭୁଲ ଥିଲ,ା ଯାହା ତାଙ୍କ ବାପା ସହି ପାରି ନଥିଲେ।

ଯିଏ ରିଷିଙ୍କୁ ଜାଣିଛନ୍ତି ସେ ଏହା ମଧ୍ୟ ଜାଣିଥିବେ ଯେ, ସେ କୌଣସି ଭୁଲ କଥାକୁ ବରଦାସ୍ତ କରନ୍ତି ନାହିଁ । ଗଣମାଧ୍ୟମ ଆଗରେ ସେ ଅନେକ ଥର ନିଜର କ୍ରୋଧ ପ୍ରକାଶ କରିଛନ୍ତି।

ଏହା ହେଉଛି ସେହି ସମୟର କଥା, ଯେତେବେଳେ ରଣବୀରଙ୍କୁ ମାତ୍ର ୧୨ ବର୍ଷ ହୋଇଥିଲା। ରିଷି ଥରେ ତାଙ୍କ ଘରେ ପୂଜା ରଖିଥିଲେ। ଘରର ସମସ୍ତ ଲୋକ ପୂଜାରେ ଉପସ୍ଥିତ ଥିଲେ। ତା’ପରେ ରଣବୀର ମଧ୍ୟ ପୂଜାରେ ଯୋଗଦେବା ପାଇଁ ପହଞ୍ଚିଥିଲେ। ରଣବୀରଙ୍କୁ ଦେଖି ତାଙ୍କ ବାପା ବହୁତ ରାଗିଯାଇ ଗାଲରେ ଠୋ କରି ଶକ୍ତ ଚାପୁଡ଼ା ମାରିଥିଲେ।

କାରଣ ରଣବୀର ପୂଜାକୁ ଜୋତା ପିନ୍ଧି ଆସିଥିଲେ। ରଣବୀର ଜାଣି ନ ଥିଲେ ଯେ, ପୂଜାରେ ଜୋତା ପିନ୍ଧି ବସିବା କଥା ନୁହେଁ। ପୁଅକୁ ଦେଖିବା ମାତ୍ରେ ସେ ରାଗିଯାଇ ତାଙ୍କୁ ମାରିଥିଲେ। ପରେ ବୁଝାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସୁସ୍ଥ ‘ଗନ୍ଦି ବାତ୍‌’ ଫେମ୍‌ ଅଭିନେତ୍ରୀ

  ମୁମ୍ବାଇ: ଟେଲି କଳାକାର ଗହନା ବଶିଷ୍ଟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗୁରୁବାର ଦ୍ୱିପ୍ରହରରେ ଗହନା ଏକ ଓ୍ବେବ...

ସେଲ୍ଫ ଆଇସୋଲେଶନରେ ସୋନମ: ଝରକା ଦେଇ ଶାଶୁଙ୍କ ସହ କଥା ହେଲେ

ମୁମ୍ବାଇ, ୧୯।୩: ବଲିଉଡ୍‌ ନାୟିକା ସୋନମ କପୁର କରୋନାରୁ ଦୂରେଇ ରହିବା ପାଇଁ ସେଲ୍ଫ ଆଇସୋଲେଶନରେ ଥିବା ଜଣାପଡିଛି। ନିକଟରେ ସେ ତାଙ୍କ ସ୍ବାମୀ ଆନନ୍ଦ...

କ୍ରିକେଟର୍‌ମାନେ କେଉଁ କୁଳର ନୁହନ୍ତି, କାହିଁକି ଏମିତି କହିଲେ କଙ୍ଗନା

ଆମେରିକୀୟ ପପ ତାରକା ରିହାନା କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ ଅନେକ ବିଶ୍ୱସ୍ତରୀୟ ସେଲିବ୍ରିଟି ଏହାକୁ ସମର୍ଥନ କରିଛନ୍ତି। ବିଶ୍ୱସ୍ତରୀୟ ସେଲିବ୍ରିଟିମାନେ କୃଷକ ଆନ୍ଦୋଳନକୁ...

୧୫ ବର୍ଷ ପୂର୍ବେ କାହାକୁ ମୋ’ ପ୍ରତିଭା ଉପରେ ବିଶ୍ୱାସ ନ ଥିଲା: ଦୀପିକା

ମୁମ୍ବାଇ: ‘କାନ୍ସ’ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ଲାଗି ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଫ୍ରାନ୍ସରେ ପହଞ୍ଚିଛନ୍ତି। ସେ ଚଳିତ ବର୍ଷ ଏଥିରେ ଜୁରି ମଧ୍ୟ ଅଛନ୍ତି।...

ସୋନୁ ସୁଦ୍‌ଙ୍କୁ ୧ କୋଟି ଟଙ୍କା ମାଗିଲେ ପ୍ରଶଂସକ; ଜବାବରେ ମିଳିଲା ଏମିତି

ଦେଶରେ କରୋନା ମହାମାରୀ ବ୍ୟାପିବା ଦିନରୁ ଅଭିନେତା ସୋନୁ ସୁଦ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ଆଜି ସମଗ୍ର ଦେଶ ତାଙ୍କୁ ପ୍ରକୃତ ହିରୋ ପରି ଦେଖୁଛି।...

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଦାନ କଲେ ଅକ୍ଷୟ କୁମାର

ମୁମ୍ବାଇ,୧୭।୧: ପ୍ରଥମ ବଲିଉଡ୍‌ ଷ୍ଟାର ଭାବେ ଅକ୍ଷୟ କୁମାର ଅଯୋଧ୍ୟାରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିରର ନିର୍ମାଣ ପାଇଁ ଦାନ କରିଛନ୍ତି । ଏ...

ଫିଲ୍ମରେ କଳାକାରମାନେ ପିନ୍ଧୁଥିବା ପୋଷାକ କ’ଣ ହୁଏ

ମୁମ୍ବାଇ: ବଲିଲଡ୍‌ ମୁଭି ନିର୍ମାଣ କରିବାରେ ପ୍ରଯୋଜକ ନିର୍ଦ୍ଦେଶକ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାଆନ୍ତି। ଫିଲ୍ମ ହିଟ୍‌ ହେଉ ଅବା ଫ୍ଲପ୍‌ ଟଙ୍କା ଖର୍ଚ୍ଚ...

ରାଜ୍ୟରେ ଥମୁନି କରୋନା, ଫିଲ୍ମ ରିଲିଜ୍‌ କରିବାକୁ ଅଡ଼ି ବସିଛନ୍ତି ସାଉଥ୍‌ ଷ୍ଟାର ବିଜୟ

ଚେନ୍ନାଇ,୨୮ା୧୨- ତାମିଲନାଡୁରେ ଏବେ ଦିନକୁ ହଜାରେରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଉ ରାଜ୍ୟରେ ଏପର୍ଯ୍ୟନ୍ତ ୧୨,୦୬୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି,...

Advertisement
Archives

Model This Week