‘କେନ୍ଦ୍ର ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଅଛି’

କେନ୍ଦୁଝର,୧୫।୩(ସ୍ବ.ପ୍ର.): କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ(କେସିସିବି)ର ସମସ୍ତ ଗ୍ରାହକଙ୍କ ଜମା ଟଙ୍କା ସୁରକ୍ଷିତ ଅଛି। ୟେସ ବ୍ୟାଙ୍କ ସହିତ ଏହି ବ୍ୟାଙ୍କର କୌଣସି ସମ୍ପର୍କ ନାହିଁ। ଏଣୁ ଜମାକାରୀଙ୍କ ଟଙ୍କା/ଚେକ୍‌ ନେଣଦେଣ ଆଦି ବ୍ୟାଙ୍କ କାରବାରରେ କୌଣସି ଗୁଜବ ନ ଶୁଣିବା ପାଇଁ ଶନିବାର ସ୍ଥାନୀୟ କେସିସିବି କନ୍‌ଫରେନ୍ସ ହଲରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ସଭାପତି କାନନ ବିହାରୀ ପୋହି କହିଛନ୍ତି। ସମ୍ପ୍ରତି ବ୍ୟାଙ୍କର ୧୫ଟି ଶାଖା ଥିବା ବେଳେ ସମସ୍ତ ବ୍ୟାକିଂ ସେବା ଯୋଗାଇ ଦେଇଆସୁଛି। ଏପରିକି ଆଉ ୪ଟି ନୂତନ ଶାଖା ୩୧ ତାରିଖ ସୁଦ୍ଧା ଖୋଲିବା ନେଇ ସ୍ବୀକୃତି ମିଳିଛି। ଚେକ୍‌ କ୍ଲିୟରିଂ ସେବା ୟେସ ବ୍ୟାଙ୍କର ସମସ୍ୟାକୁ ନେଇ ସାମୟିକ ବାଧାପ୍ରାପ୍ତ ହୋଇଥିଲେ ହେଁ ଖୁବଶୀଘ୍ର ସୁବ୍ୟବସ୍ଥିତ ହେବ ବୋଲି ସେ କହିଛନ୍ତି। ଏଣୁ ରିଜର୍ଭ ବ୍ୟାଙ୍କ ଏହି ବ୍ୟାଙ୍କ ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନ ଥିବା କହିଛନ୍ତି। ବ୍ୟାଙ୍କର ଏବେ ୩୪୭୫୦୮ ଜମାକାରୀ ଥିବା ବେଳେ ସମୁଦାୟ ୪୯୭.୬୧ କୋଟି ଜମା ରାଶି ରହିଛି। ୪୬୬କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। ୨୦୦୩-୦୪ରୁ ନିରବିଛିନ୍ନ ଭାବରେ ବ୍ୟାଙ୍କ ଲାଭ କରିଆସୁଛି। ଏଣୁ ପୂର୍ବ ଭଳି ବ୍ୟାଙ୍କ ଉପରେ ଜମାକାରୀଙ୍କ ବିଶ୍ୱାସ ଓ ଭରସା ଅତୁଟ ରଖି ବ୍ୟାଙ୍କ କାରବାର ଜାରି ରଖିବାକୁ ସଭାପତି ନିବେଦନ କରିଥିଲେ। ଏହି ଖବରାଦାତା ସମ୍ମିଳନୀରେ ବ୍ୟାଙ୍କର କର୍ମଚାରୀ ଅଟଳ ଶତପଥୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗହରା ହେଉଛି ଖଣ୍ଡପଡ଼ାର ବିକାଶ

ଖଣ୍ଡପଡ଼ା,୩୦ା୩(ସ୍ବ.ପ୍ର.): ଦୀର୍ଘଦିନ ପରେ ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି। ଏଥିପାଇଁ...

୩ ଅସୁସ୍ଥ ଯାଯାବର ଶିଶୁଙ୍କ ଚିକିତ୍ସା କରାଗଲା

ବରଗଡ଼ ଅଫିସ୍‌,୨୧।୪: ବରଗଡ଼ର ମହିଳା ଡାକ୍ତର ସୁସ୍ମିତା ଦାଶ ୩ ଯାଯାବର ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ଯୋଗାଇ ଦେଇଛନ୍ତି ।...

ବାହାଘରକୁ ଯାଉଥିବା ବେଳେ ଓଲଟିଲା ପିକ୍‌ଅପ୍‌: ୧୫ରୁ ଊର୍ଦ୍ଧ୍ୱ ଆହତ, ୭ ଗୁରୁତର

ପାରଳାଖେମୁଣ୍ଡି,୨୭ା୪(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ପିକ୍‌ଅପ୍‌ ଓଲଟି ପଡ଼ିଛି। ଫଳରେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲା ବେଳେ ୭ ଜଣଙ୍କ...

ବାପାଙ୍କ ମୃତଦେହ ଦେଖି ଚାଲିଗଲା ଝିଅର ଜୀବନ

ବ୍ରହ୍ମପୁର ଅଫିସ,୨୯।୯: ବାପାଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ି ଶେଷରେ ଝିଅଙ୍କ ମୃତ୍ୟୁ ଘଟିଛି। ବ୍ରହ୍ମପୁର ସହରରେ ଏଭଳି ଏକ ଦୁଃଖଦ ଘଟଣା ଗୁରୁବାର ସାମ୍ନାକୁ ଆସିଛି।...

ଭଙ୍ଗାଗଲା ମଣିପୁର ଭବନ

ପୁରୀ ଅଫିସ, ୮ା୨: ଶ୍ରୀମନ୍ଦିର ଚୌହଦିରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଏପ୍ରିଲ ସୁଦ୍ଧା ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ନକ୍ସା ଚୂଡ଼ାନ୍ତ ହେବାକୁ ରହିଛି। ତେଣୁ...

ଘର ଘର ବୁଲି ପାଠ୍ୟପୁସ୍ତକ ବାଣ୍ଟିଲେ ଶିକ୍ଷକ

ବାଲିଗୁଡା,୨୧ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ କଟକଣା ଯୋଗୁ ସ୍କୁଲ, କଲେଜ ଆଦି ବନ୍ଦ ରହିଛି l ଏଭଳି ସ୍ଥିତିରେ ପିଲାମାନେ ଯେପରି ଘରେ ରହି ପାଠ ପଢିପାରିବେ ସେଥିପାଇଁ...

‘ସାହିତ୍ୟ ମାଧ୍ୟମରେ ଜାତିର ପ୍ରଗତି, ପ୍ରତିଷ୍ଠା ଭରିଥାଏ’

ଧର୍ମଶାଳା,୧୨।୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜାରକାସ୍ଥିତ ସିଭିକ ସେଣ୍ଟର ପରିସରରେ ଗୋକର୍ଣ୍ଣିକା ସାହିତ୍ୟ ସମାଜର ୪୪ତମ ବାର୍ଷିକ ଉତ୍ସବ, ଗୋକର୍ଣ୍ଣିକା ପୁରସ୍କାର ଓ ପୁସ୍ତକ ଉନ୍ମୋଚନ ଉତ୍ସବ...

ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରଙ୍କୁ ର଼୍ୟାଗିଂ ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

ସମ୍ବଲପୁର,୧୭।୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ପରଧିଆପାଲି ବୈଦିକ ଇଣ୍ଟର ନ୍ୟାଶନାଲ ସ୍କୁଲରେ ଜଣେ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଥିବା ମଙ୍ଗଳବାର ଶାସନ ଥାନାରେ ଅଭିଯୋଗ...

Advertisement
Archives

Model This Week