କେନ୍ଦୁଝରରେ ବେକ, ହାତ କଟା ଅବସ୍ଥାରେ ଯୁବକ ଉଦ୍ଧାର

କେନ୍ଦୁଝର, ୧୩।୩ (ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ୪୯ତମ ଜାତୀୟ ରାଜପଥର ଧାଙ୍ଗରପଡ଼ା ନିକଟରୁ ଶୁକ୍ରବାର ରକ୍ତାକ୍ତ ଅବସ୍ଥାରେ ଜଣେ ଅଜଣା ଯୁବକଙ୍କୁ ଉଦ୍ଧାର କରାଯାଇଛି। ତାଙ୍କ ହାତ ଏବଂ ବେକ କଟା ଯାଇଥିବା ବେଳେ ସେ ରାସ୍ତାରେ ଦୌଡୁଥିବା ବେଳେ ସ୍ଥାନୀୟ କେତେଜଣ ଯୁବକ ଦେଖି ତାକୁ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି। ତେବେ ତାଙ୍କ ହାତ ଓ ବେକକୁ କେହି ଧାରୁଆ ଅସ୍ତ୍ରରେ କଟିଦେଇଥିବା ଅନୁମାନ କରାଯାଉଛି। ଏହା ହତ୍ୟା ଉଦ୍ୟମ ନା ଆଉ କିଛି ସେ ନେଇ ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀଙ୍କ ଲାଣ୍ଡମାଇନ୍‌ ବିସ୍ଫୋରଣରେ ଚାଲିଗଲା ଯୁବକଙ୍କ ଜୀବନ

ଫୁଲବାଣୀ ଅଫିସ, ୯।୨-କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ସାଡୀଙ୍ଗିଆ ପଞ୍ଚାୟତ କିଆମୁଣ୍ଡା ନିକଟରେ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍‌ ବିସ୍ପୋରଣରେ ଜଣେ ୨୨ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି।...

ଗଞ୍ଜାମର ୩ ପଞ୍ଚାୟତକୁ ଜାତୀୟ ଆୱାର୍ଡ: ଟୁଇଟ୍‌କରି ସୂଚନା ଦେଲେ ଜିଲାପାଳ

ଛତ୍ରପୁର, ୨୪।୪( ଡି.ଏନ୍‌.ଏ.): ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଶୁକ୍ରବାର ଗଞ୍ଜାମ ଜ଼ିଲାର ୩ ପଞ୍ଚାୟତକୁ ୩ଟି ବିଭାଗରେ ଜାତୀୟ ପଞ୍ଚାୟତ ଆୱାର୍ଡ ମିଳିଛି। ଓଡ଼ିଶାରେ...

ନଦୀ ପାଣି ପିଉଛନ୍ତି ଶାଇଁସଶାସନବାସୀ

ନିମାପଡ଼ା,୧୦।୩(ଡି.ଏନ୍‌.ଏ.): ଗ୍ରୀଷ୍ମଋତୁ ଆରମ୍ଭରୁ ନିମାପଡ଼ା ବ୍ଲକରେ ପାନୀୟଜଳ ସଙ୍କଟ ଦେଖାଦେଇଛି। ଏହି ବ୍ଲକ ଅଧୀନ ଶାଇଁସଶାସନ ପଞ୍ଚାୟତରେ ଗତ କିଛିଦିନ ହେବ ପାନୀୟଜଳ ନ ପାଇ...

ଗଞ୍ଜାମର ବିଭିନ୍ନ ଆଇସୋଲେଶନ ସେଣ୍ଟରରେ ୩୬୧ ଭୁବନେଶ୍ୱର ଫେରନ୍ତା

ଛତ୍ରପୁର, ୧୫।୪(ଡି.ଏନ୍‌.ଏ.)- ଭୁବନେଶ୍ୱରରୁ ଗଞ୍ଜାମ ଜିଲାକୁ ଫେରିଥିବା ୩୬୧ ଜଣଙ୍କୁ ବିଭିନ୍ନ ଆଇସୋଲସନ ସେଣ୍ଟରରେ ରଖାଯାଇଛି। ବର୍ତ୍ତମାନ ୫ହଜାର ୮୧୯ ଜଣ ଅନ୍ୟ ରାଜ୍ୟରୁ ଫେରନ୍ତା...

୬ ପଞ୍ଚାୟତ ହିତାଧିକାରୀଙ୍କ ଗୋଟିଏ ମାସର ଚାଉଳ ଗାଏବ

ନବରଙ୍ଗପୁର,୨୯।୬(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଲମ୍ବିବାରେ ଲାଗିଛି ସାଧାରଣ ବଣ୍ଟନ ଚାଉଳ ଦୁର୍ନୀତି ଚେର। ପୂର୍ବରୁ ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ ଅମଲାଭଟ୍ଟା ପଞ୍ଚାୟତରେ ୧୫୦୪ ଗରିବ...

ଠାକୁରଗଡ଼ ଥାନା ଅଞ୍ଚଳରେ ବଢୁଛି ଚୋରା ମଦ କାରବାର

ବଇଣ୍ଡା,୨୦।୭(ଡି.ଏନ.ଏ.): ଆଠମଲ୍ଲିକ  ଜିଲା ଅନୁଗୋଳ ବ୍ଲକ ଠାକୁରଡ଼ ଥାନା ପେଡ଼ିପର, ସାନହୁଲା, କୁରୁମଟାପ, କୁର୍ତ୍ତିବାସପୁର, ପାଇକସାହି, ସାପଘରା, ଟାପଢୋଲ ଆଦି ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଚୋରା...

ଏସ୍‌ଟିଏଫ୍‌ ଉପରକୁ ଗୋଚାଲାଣକାରୀଙ୍କ ଗୁଳିମାଡ଼

ଭୁବନେଶ୍ୱର,(ବ୍ୟୁରୋ)/କେନ୍ଦୁଝର,୮ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ୪୯ ନଂ. ଜାତୀୟ ରାଜପଥ ଦେଇ ପ୍ରତିଦିନ ପଶ୍ଚିମବଙ୍ଗକୁ ବେଆଇନ ଭାବେ ଗୋଚାଲାଣ କରାଯାଉଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏସ୍‌ଟିଏଫ୍‌ ଟିମ୍‌...

ଜେସିବିରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ

କେନ୍ଦ୍ରାପଡ଼ା ଅଫିସ,୮ା୫: କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ନଡ଼ିଆବରେଇ ପଞ୍ଚାୟତ ଡାହାଳପୁର ଗ୍ରାମର ଗୋଚର ଜମିରେ ଜେସିବି ଲଗାଇ ପୋଖରୀ ଖୋଳା ଯାଉଛି। ଏହି କାର୍ଯ୍ୟ...

Advertisement
Archives

Model This Week