କେନାଲ ଅବରୋଧ କରି ଗୃହ ନିର୍ମାଣ : ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ତିର୍ତ୍ତୋଲ,୨୫ା୬(ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ତେନ୍ତୁଳିପଦା ପଞ୍ଚାୟତର ଶାରଳାରୋଡ ବଜାର ଶେଷମୁଣ୍ଡରେ କେନାଲ ଅବରୋଧ କରି ଜଣେ ବ୍ୟକ୍ତି ସ୍ଥାୟୀ ଗୃହ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାଇଁଗୋଳ ଓ ତେନ୍ତୁଳିପଦା ରାଜସ୍ବ ଗ୍ରାମର ଚାଷଜମିକୁ ଏହି କେନାଲ ଦ୍ୱାରା ଜଳସେଚନ ସୁବିଧା ହୋଇଥାଏ। ତେଣୁ କେନାଲ ଅବରୋଧକୁ ବିରୋଧ କରି ଏହି ଗ୍ରାମର ଚାଷୀମାନେ ସୋମବାର ତହସିଲ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ବାଇଁଗୋଳ, ତେନ୍ତୁଳିପଦା ଓ ରଥିପୁର ଗ୍ରାମର ଚାଷୀମାନଙ୍କ ତରଫରୁ ପୂର୍ବରୁ ଏନେଇ ତହସିଲଦାରଙ୍କୁ ଅଭିଯୋଗପତ୍ର ଦିଆଯାଇଥିଲା। ଏହି କେନାଲ ଦ୍ୱାରା ୨୦୦ ପରିବାରର ୫୦୦ ଏକର ଚାଷଜମିକୁ ନିରବିଚ୍ଛିନ୍ନ ଜଳସେଚନ ସୁବିଧା ହେଉଥିବାରୁ ସ୍ଥାୟୀ ନିର୍ମାଣ ବନ୍ଦ ପାଇଁ ଏଥିରେ ନିବେଦନ କରାଯାଇଥିଲା। ପରେ ତହସିଲ ପ୍ରଶାସନ ପକ୍ଷରୁ ସେଠାରେ ୧୪୪ ଧାରା ଜାରି କରାଯାଇଥିଲା। ତେଣୁ ସମ୍ପୃକ୍ତ ବ୍ୟକ୍ତି ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲେ। କିନ୍ତୁ ୧୪୪ ଧାରା ଉଠିଯିବା ପରେ ସମ୍ପୃକ୍ତ ବ୍ରକ୍ତି ପୁଣି ସ୍ଥାୟୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ବାଇଁଗୋଳ ଗ୍ରାମର ଚାଷୀମାନେ ତହସିଲଦାର ସୁଜାତା ପାତ୍ରଙ୍କୁ ଭେଟି ଅଭିଯୋଗପତ୍ର ଦେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ନିର୍ମାଣ କରୁଥିବା ପ୍ଲଟର ପଛପଟେ ଥିବା ୧୯୨୬ ନମ୍ବର ପ୍ଲଟର କିଛି ଅଂଶକୁ ମଧ୍ୟ ସେ ଜବରଦଖଲ କରି ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ଏସବୁର ସୀମା ନିର୍ଦ୍ଧାରଣ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିଦାକୁ ନିର୍ଦ୍ଦେଶ ଦେବା ପାଇଁ ସେମାନେ ଦାବି କରିଛନ୍ତି। ପରେ ଚାଷୀମାନେ ଜଗତସିଂହପୁର ଉପଜିଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି। ଉପଜିଲାପାଳ ସୀମା ନିର୍ଦ୍ଧାରଣ କରିବା ପାଇଁ ତିର୍ତ୍ତୋଲ ତହସିଲ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀ ନାହାନ୍ତି, କାର୍ଯ୍ୟ ବାଧାପ୍ରାପ୍ତ

କୁଜଙ୍ଗ, ୨୯ା୧ (ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ ଆବଶ୍ୟକ ଅନୁସାରେ ଅଧିକାରୀ ନ ଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାମ ଠିକ୍‌ ସମୟରେ ହୋଇପାରୁନାହିଁ।...

ଜଗତ୍‌ସିଂହପୁରରେ ଆଜିଠୁ ଖୋଲିବ ସମସ୍ତ ମନ୍ଦିର

ଜଗତ୍‌ସିଂହପୁର ଅଫିସ,୬।୮: ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା କଟକଣା କୋହଳ ହେବା ପରେ ଶୁକ୍ରବାରଠାରୁ ମା’ ଶାରଳା, ପ୍ରଭୁ ଗୋରେଖନାଥଙ୍କ ସମେତ ଜଗତ୍‌ସିଂହପୁର ଜିଲାର ସମସ୍ତ...

କାଗଜ କଲମରେ ସୀମିତ ଗାଁ କଲ୍ୟାଣ ସମିତି

ନାଉଗଁ।,୫ା୧୨(ସ୍ବ.ପ୍ର.): ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ୨୦୦୭ରେ ନାଉଗଁ। ବ୍ଲକରେ ଗଠନ କରାଯାଇଥିଲା ଗଁ। କଲ୍ୟାଣ ସମିତି। ଏହାର ମୂଳ ଲକ୍ଷ୍ୟ ଥିଲା ଗଁ।...

ବାଇକ୍‌ ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ୍‌

ନାଉଗାଁ,୫ା୧(ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ମହିମା ଆଶ୍ରମ ସମ୍ମୁଖରୁ ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ସହିତ ବ୍ୟାଙ୍କ...

ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର

ଜଗତ୍‌ସିଂହପୁର ଅଫିସ,୬ା୨: ତ୍ରିସ୍ତରୀୟ ନିର୍ବାଚନରେ ଜଗତ୍‌ସିଂହପୁର ଜିଲାର ରଘୁନାଥପୁର ୧ନଂ. ଜିଲା ପରିଷଦ ଜୋନ ଭଳି ୨ନଂ. ଜୋନ୍‌ ମଧ୍ୟ ଅଧିକ ଗୁରୁତ୍ୱ ବହନ କରୁଛି।...

ପୁଣି ବିଜେଡି ହାତରେ ତିର୍ତ୍ତୋଲ

ଜଗତ୍‌ସିଂହପୁର ଅଫିସ, ୧୦ା୧୧-ତିର୍ତ୍ତୋଲ ଉପନିର୍ବାଚନରେ ପୁଣି ବିଜେଡି ବାଜିମାତ୍‌ କରିଛି। ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସ ତାଙ୍କ ନିକଟତ୍ତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ରାଜକିଶୋର ବେହେରାଙ୍କ୪୧,୭୦୩...

ଟ୍ରକ୍‌ ଧକ୍କାରେ ୩ ଛାତ୍ରୀ ଗୁରୁତର: ଡ୍ରାଇଭର ଗିରଫ

ଜଗତସିଂହପୁର ଅଫିସ,୧୩।୧: ସ୍ଥାନୀୟ ବଡ଼ବଜାର ନିକଟ ମୁଖ୍ୟ ରାସ୍ତାରେ ସୋମବାର ଅପରାହ୍ନରେ ଏକ ଟ୍ରକ୍‌ ସ୍କୁଟିକୁ ଧକ୍କା ଦେବାରୁ ଏଥିରେ ଯାଉଥିବା ସ୍ଥାନୀୟ ଡିଆଇଇଟିର ୩...

ପୁଣି ଅଜଣା ଜନ୍ତୁ ଆକ୍ରମଣ: ୪ ମେଣ୍ଢା ମୃତ

ଜଗତ୍‌ସିଂହପୁର ଅଫିସ, ୧୮ା୩: କଟକ ଜିଲା ନିଆଳି ଓ କଣ୍ଟାପଡ଼ା ପରେ ଏବେ ଜଗତ୍‌ସିଂହପୁର ଜିଲା ବିରିଡ଼ି ବ୍ଲକ ଅଞ୍ଚଳରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଙ୍କ...

Advertisement
Archives

Model This Week