କେତେକ ରୋଗରୁ ରଖେ ଦୂରେଇ ଏହି ରସ…

ସକାଳେ ଚାମୁଚେ ଅଁଳାରସ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ପିପ୍ପଳୀ ଏକ ଭାଗ ଓ ସୈନ୍ଧବ ଲୁଣ ଏକତ୍ର ଚୂର୍ଣ୍ଣ କରି ସେଥିରେ ଅଁଳାରସ ମିଶାଇ ଉଷୁମ ଜଳ ସହିତ ପିଇଲେ ବଦହଜମି, ଅମ୍ଳ, ହାକୁଟି, ପେଟଫମ୍ପା ଆଦି ଭଲ ହୁଏ। ନିୟମିତ ଏହାକୁ ପିଇଲେ ଥଣ୍ଡା ଭଲ ହେବା ସହିତ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏହା ରକ୍ତ ସଞ୍ଚାଳନ ବୃଦ୍ଧି କରିବା ସହିତ କୋଲେଷ୍ଟରଲ ସ୍ତର ହ୍ରାସ କରେ। ଫଳରେ ରକ୍ତଚାପରୁ ମୁକ୍ତି ମିଳିଥାଏ । ତୁଳସୀ ରସ ସହିତ ଏହାକୁ ମିଶାଇ ପିଇଲେ ଦେହରେ ଫଳି, ଫଳି ଯାଉଥିବା ଅଗିଆ ବାତ ଭଲ ହୋଇଥାଏ। ଅଁଳାରସରେ ମହୁ ମିଶାଇ ସକାଳେ ଓ ସନ୍ଧ୍ୟାରେ ଖାଇଲେ ହାର୍ଟ ଆଟାକ ଆଶଙ୍କା ଦୂର ହୁଏ। ନିୟମିତ ଅଁଳାରସ ପିଇଲେ ନପୁଂଷକତା ସମସ୍ୟା ଦୂର ହୁଏ। ଅଁଳାରସ ସହିତ କିଛି ଗୁଡ଼ ମିଶାଇ ସକାଳେ ଓ ସନ୍ଧ୍ୟାରେ ପିଇଲେ ଅଣ୍ଟାବିନ୍ଧା ଭଲ ହୋଇଥାଏ। ସେହିପରି ଅଁଳାରସ ସହିତ ନିମ୍ବପତ୍ର ଚୂର୍ଣ୍ଣ ମିଶାଇ ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ ଖାଇଲେ ୩ରୁ୪ ମାସରେ କୁଷ୍ଠରୋଗ ଭଲ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେଶ କଥା ଚିନ୍ତାକର: ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ଓଓ୍ବାଇସିଙ୍କ ସମାଲୋଚନା

ହାଇଦ୍ରାବାଦ,୬ା୧(ପି.ଟି.): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତୀୟ ମୁସଲମାନଙ୍କ ସମ୍ପର୍କରେ ମୁଣ୍ଡ ନ ଖେଳାଇ ନିଜ ଦେଶ କଥା ଚିନ୍ତା କରନ୍ତୁ ବୋଲି ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ...

ମେଟ୍ରୋ ଟ୍ରେନ୍‌ରେ ଠିଆ ହୋଇ ଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜଳ ଓ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରୁଥିବାର ଏକ ଫଟୋ ସୋସିଆଲ୍‌...

ବଲିଉଡ୍‌ରେ ଏଣ୍ଟ୍ରି ମାରିଲେ ରାନୁ, ହିମେଶଙ୍କ ସହ ଗାଇଲେ ଗୀତ

ପଶ୍ଚିମବଙ୍ଗର ରାନାଘାଟ ରେଳ ଷ୍ଟେଶନରେ ଗୀତ ଗାଇ ସୋସିଆଲ ମିଡିଆରେ ଷ୍ଟାର୍‌ ପାଲଟିଥିବା ରାନୁ ମଣ୍ଡଳ ବଲିଉଡ୍‌ରେ ଏଣ୍ଟ୍ରି ମାରିଛନ୍ତି। ବଲିଉଡ୍‌ ଗାୟକ ହିମେଶ୍‌ ରେଶମିୟାଙ୍କ...

ଚିଦାମ୍ବରମଙ୍କୁ ଗିରଫ କରିବାକୁ ଇଡିକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୫।୧୦: ଚିଦାମ୍ବରମଙ୍କୁ ଲାଗିଛି ଝଟକା। ଆଏନ୍‌ଏକ୍ସ ମିଡିଆ ମାମଲାରେ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଗିରଫ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ...

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଜାରି କଲା ଭାଜପା: ଦାଦ୍‌ରିରୁ ବବିତା ଫୋଗଟ

ଚଣ୍ଡିଗଡ,୩୦।୯: ହରିୟାଣାରେ ବିଧାନସଭା ନିର୍ବାଚନ ଲାଗି ୭୮ ଆସନ ପାଇଁ ଭାଜପା ପକ୍ଷରୁ ସୋମବାର ଆଶାୟୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ପୁଣି ଥରେ ହରିୟାଣା...

୧୨ କୋଟି ଟଙ୍କାର ଲଟେରୀ ଜିଣିଲେ ଦିନ ମଜୁରିଆ

କନ୍ନୁର,୧୨।୨: କେରଳର ଜଣେ ଦିନ ମଜୁରିଆଙ୍କ ଭାଗ୍ୟ ରାତାରାତି ବଦଳି ଯାଇଛି। ସେ ୧୨ କୋଟି ଟଙ୍କାର ଲଟେରୀ ଜିଣିଛନ୍ତି। ସ୍ଥାନୀୟ କନ୍ନୁରର ଥୋଲାମ୍ବ୍ରାସ୍ଥିତ ପୁରାଲିମାଲା...

ହାଇକୋର୍ଟ ପକ୍ଷରୁ ଜେଏନ୍‌ୟୁ ଛାତ୍ରଙ୍କୁ ମିଳିଲା ଆଶ୍ୱସନା

ନୂଆଦିଲ୍ଲୀ,୨୪।୧: ହଷ୍ଟେଲ ଫି ବୃଦ୍ଧି ପ୍ରତିବାଦରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ)ର ଛାତ୍ରଙ୍କୁ ମିଳିଛି ଆଶ୍ୱସନା। ଶୁକ୍ରବାର ଏହି ଆବେଦନର ଶୁଣାଣି କରି...

ସୋନଭଦ୍ର ହତ୍ୟାକାଣ୍ଡ: ପୀଡିତଙ୍କ ପରିବାରକୁ ଭେଟି ନ ପାରି ଧାରଣାରେ ବସିଲେ ପ୍ରିୟଙ୍କା

ଲକ୍ଷ୍ନୌ, ୧୯।୭: ଉତ୍ତର ପ୍ରଦେଶର ସୋନଭଦ୍ର ଜିଲାର ଘୋରାବଲ କୋତବାଲୀ ଅଞ୍ଚଳର ମୂର୍ତ୍ତିଆ ଗାଁରେ ଜମି ବିବାଦକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ରକ୍ତ ସଂଘର୍ଷ ଘଟି...


Coronavirus Update

Archives

Model This Week

Why Dharitri