Posted inଜାତୀୟ

କେଜରିଓ୍ବାଲଙ୍କ ମାଗଣା ଯାତ୍ରା ଘୋଷଣାକୁ ନେଇ ପ୍ରଶ୍ନ ଉଠାଇଲେ ମହିଳା

ନୂଆଦିଲ୍ଲୀ,୪।୬: ରାଜଧାନୀ ଦିଲ୍ଲୀରେ ମେଟ୍ରୋ ଟ୍ରେନ୍‌ ଓ ସରକାରୀ ବସ୍‌ରେ ଯାତ୍ରା କରୁଥିବା ମହିଳା ଏଣିକି ମାଗଣରେ ଯାତ୍ରା କରିବେ ବୋଲି ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଘୋଷଣା କରିଥିଲେ। ହେଲେ ମଙ୍ଗଳବାର ମହିଳାମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସୋସିଆଲ ମିଡିଆରେ ଏହି ପ୍ରସଙ୍ଗ ଏବେ ଟ୍ରୋଲ୍‌ ହେବାରେ ଲାଗିଛି। ଅନେକ ମହିଳା ଲେଖିଛନ୍ତି, କେଜରିଓ୍ବାଲଙ୍କ ଏହି ରାଜନୈତୀକ ଉଦ୍ଦେଶ୍ୟ ପ୍ରଣୋଦିତ ମାଗଣା ଯାତ୍ରା ଆମକୁ ଦରକାର ନାହିଁ, ବରଂ ମହିଳାଙ୍କ ସୁରକ୍ଷା କଥା ମୁଖ୍ୟମନ୍ତ୍ରୀ ଆଗେ ଚିନ୍ତା କରନ୍ତୁ ବୋଲି ସେମାନେ କହିଛନ୍ତି। ଆଉ କେତେଜଣ ମହିଳା କହିଛନ୍ତି ମୁଖ୍ୟମନ୍ତ୍ରି ବୋଧହୁଏ ମହିଳା ସଶକ୍ତିକରଣ ବିଷୟରେ କିଛି ବୁଝି ନାହାଁନ୍ତି। ନଚେତ୍‌ ମହିଳାଙ୍କ ସହ ପୁରୁଷ ଯଦି ସମାନ ତେବେ ସେମାନଙ୍କୁ ମଧ୍ୟ ଯାତ୍ରା ସମୟରେ ଭଡା ଦେବା ଉଚିତ୍‌। ପ୍ରଥମେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ପାଇଁ ନୂଆ ବସ୍‌ ଆଣନ୍ତୁ ମେଟ୍ରୋ ଟ୍ରେନ୍‌ ବ୍ୟବସ୍ଥାକୁ ସଜାଡନ୍ତୁ ତା’ପରେ ମାଗଣା ଯାତ୍ରା କଥା ଚିନ୍ତା କରିବେ ବୋଲି ଅନେକ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚାତାପ କରୁଛନ୍ତି ମୋଦିଙ୍କୁ ଝାଲମୁଢି ଖୁଆଇଥିବା ଦୋକାନୀ: ଦୁଃଖରେ କହିଲେ, ବଡ଼ ଭୁଲ୍‌ କରିଦେଲି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

କୋଲକାତା,୨୦।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦି ଝାରଗ୍ରାମରେ ‘ଝାଲମୁଢି’ ଖାଇବା ପାଇଁ ଅଟକିଥିବାର ଫଟୋ ଏବଂ ଭିଡିଓ ଏବେ ଘୂରି ବୁଲୁଛି। କିନ୍ତୁ…

ବିମାନ ଦୁର୍ଘଟଣା ମାମଲାରେ ନୂଆ ଟୁଇଷ୍ଟ: ଦୁର୍ଘଟଣା ଖବରକୁ ଖଣ୍ଡନ କଲେ ରାଜ୍ୟ ସରକାର, କହିଲେ…

ରାୟପୁର,୨୦।୪: ଛତିଶଗଡ଼ର ଜଶପୁର ଜିଲାର ନାରାୟଣପୁର ପାହାଡ଼ ନିକଟରେ ବିମାନ ଦୁର୍ଘଟଣାର ଖବରକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭ୍ରାମକ ବୋଲି କହି ଏହାକୁ ଅସ୍ବୀକାର କରିଛନ୍ତି। କଲେକ୍ଟର…

ସ୍ବର୍ଗତ ଚାଷୀଙ୍କ ସ୍ତ୍ରୀଙ୍କୁ ସହାୟତାର ହାତ ବଢାଇଲେ ବରିଷ୍ଠ ଆଇନଜୀବୀ, ଦେଲେ ଏତିକି ଲକ୍ଷ ଟଙ୍କା

ଦେବଗଡ,୨୦।୪(ଶଶାଙ୍କ ଶେଖର ଝାଙ୍କର): କୃଷକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁରେ ୨ ଲକ୍ଷ ଟଙ୍କା ପ୍ରଦାନ କଲେ ବରିଷ୍ଠ ଆଇନଜୀବୀ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲାର ସମାଜ…

କୋର୍ଟ ପରିସରରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଖଣ୍ଡାଧରି ଆତଙ୍କିତ…

ଵ୍ରହ୍ମପୁର,୨୦।୪(ସୁବାସ ଚନ୍ଦ୍ର ପାଢ଼ୀ): କୋର୍ଟ ପରିସରରେ ହାତରେ ଖଣ୍ଡା ଧରି ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଲୋକଙ୍କୁ ଗାଳିଗୁଲଜ ସହ ଭୟଭୀତ କରିବା ଅଭିଯୋଗରେ ପୋଲିସ…

ଯୁଦ୍ଧକୁ ଡେଇଁଲା ଚାଇନା, ଇରାନୀ ଜାହାଜ ଜବତ ଉପରେ ଖୋଲାଖୋଲି ଭାବେ କଲା ମୁକାବିଲା

ଓ୍ବାଶିଂଟନ୍‌,୨୦।୪: ଇରାନ-ଆମେରିକା ବିବାଦର ସମାଧାନ ପାଇଁ ଇସଲାମାବାଦରେ ଆଲୋଚନା ଚାଲିଥିବାବେଳେ, ଇରାନ ନିଶ୍ଚିତ କରିଛି ଯେ ଆମେରିକା ଏହାର ଏକ ବାଣିଜ୍ୟ ଜାହାଜ, ଟୋସ୍କାକୁ ଜବତ କରିଛି।…

ଆସୁଥିଲେ ଅଜା-ନାତି, ଧକ୍କା ଦେଲା ଅଟୋ: ଆଉ ତା’ପରେ ଘଟିଲା…

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗାଲେରୀ ଗ୍ରାମ ପୂର୍ବରୁ ଏକ ଅଟୋ ଓ ବାଇକ ମଧ୍ୟରେ ସୋମବାର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ…

ଭାରସାମ୍ୟ ହରାଇ ପିଟି ହେଲା ବାଇକ୍, ଗଛରେ ଲାଗିଗଲା ମୁଣ୍ଡର ଖପୁରି

ମୋହନା,୨୦।୪(ମନ୍ମଥ ମିଶ୍ର): ଭାରସାମ୍ୟ ହରାଇ ଗଛକୁ ପିଟି ହେଲା ବାଇକ୍ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଡେକାପଙ୍କା…

ଗଛରେ ପିଟି ହୋଇ ବିମାନ ଦୁର୍ଘଟଣାଗ୍ରସ୍ତ

ରାୟପୁର,୨୦।୪: ଛତିଶଗଡ଼ର ଜଶପୁର ଜିଲାର ନାରାୟଣପୁରର ରତନପହଲି ଜଙ୍ଗଲରେ ଏକ ଗଛରେ ପିଟି ହୋଇ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଦ୍ଧାର କାର୍ଯ୍ୟ ସମୟରେ ଖୁରାସଗଡ଼ା ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri