କୃଷି ନିର୍ଦ୍ଧାରଣ ସମୀକ୍ଷା ବୈଠକ: ୧,୮୫,୧୦୦ ହେକ୍ଟରରେ ଚାଷ ଲକ୍ଷ୍ୟ

ଢେଙ୍କାନାଳ ଅଫିସ, ୫।୬- ଢେଙ୍କାନାଳ ଜିଲା ସଦ୍‌ଭାବନା ଗୃହ ପରିସରରେ ମଙ୍ଗଳବାର କୃଷି ନିର୍ଦ୍ଧାରଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଖରିଫ୍‌ ଚାଷ-୨୦୧୯ ଲାଗି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଛି।
ଜମିର କିସମ, ବର୍ଷା ଆକଳନ ଏବଂ ଜଳସେଚନର ସୁବିଧାକୁ ଦୃଷ୍ଟିରେ ରଖି ୧,୮୫,୧୦୦ ହେକ୍ଟର ଜମିରେ ଫସଲ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୯୪,୯୪୦ ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନ, ୨୨,୯୧୬ ହେକ୍ଟରରେ ଡାଲିଜାତୀୟ ଫସଲ, ୨୦,୫୮୦ ହେକ୍ଟରରେ ତୈଳବୀଜ, ୩୭,୪୫୮ ହେକ୍ଟରରେ ପରିବା, ୫,୮୦୦ ହେକ୍ଟରରେ ମସଲାଜାତୀୟ, ୪୦୦ ହେକ୍ଟରରେ ଆଳୁ ଚାଷ ପାଇଁ ଯୋଜନା କରାଯାଇଛି।
ସାମୁଦ୍ରିକ ବାତ୍ୟା ‘ଫନୀ’ ପ୍ରଭାବରେ ଜିଲାରେ ଭଲ ବର୍ଷା ହୋଇଛି। ଜିଲାର ପ୍ରମୁଖ ଜଳଭଣ୍ଡାରର ଜଳସ୍ତର ଅଧିକ ରହିଛି। ତେଣୁ ଖରିଫ୍‌ ଚାଷ ପାଇଁ ପାଣିର ଅଭାବ ରହିବ ନାହିଁ ବୋଲି ଜଳସେଚନ ବିଭାଗ ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଛି। ତଦନୁଯାୟୀ ୧,୦୪,୭୫୭ ହେକ୍ଟର ଜମି ଜଳସେଚିତ ହୋଇପାରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଜଳସେଚନର ଠିକ୍‌ ପରିଚାଳନା କରିବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
କେବଳ ରାସାୟନିକ ସାର ପ୍ରୟୋଗ ଦ୍ୱାରା ଭଲ ଫସଲ ଉତ୍ପାଦନ ହୋଇପାରିବ ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଛି, ତାହା ଶତପ୍ରତିଶତ ଠିକ୍‌ ନୁହେଁ। ଆବଶ୍ୟକତା ଅନୁଯାୟୀ ଜମିରେ ଜୈବିକ ସାର ପ୍ରୟୋଗ କରିବାକୁ ପଡ଼ିବ। ଏହାଦ୍ୱାରା ଗୁଣାତ୍ମକ ଫସଲ ଉତ୍ପାଦନ ହୋଇପାରିବ। ଏ ନେଇ ଚାଷୀଙ୍କୁ ସଚେତନ କରିବା ଦିଗରେ ଯତ୍ନବାନ ହେବାକୁ କୃଷି ବିଭାଗ ଅଧିକାରୀଙ୍କୁ କୁହାଯାଇଛି। ଏଥିସହ ମିଶ୍ରିତ ଫସଲ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି।
ଖରିଫ୍‌ ଚାଷ ପାଇଁ ବିହନ ନିଗମ ସମବାୟ କେନ୍ଦ୍ର ପକ୍ଷରୁ ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇ ଦିଆଯିବ। ୭,୩୦୦ କୁଇଣ୍ଟାଲ ଧାନ, ୧୦୦ କୁଇଣ୍ଟାଲ ମୁଗ, ୧୪୫ କୁଇଣ୍ଟାଲ ବିରି, ୨୫ କୁଇଣ୍ଟାଲ ହରଡ଼, ୪୪୦ କୁଇଣ୍ଟାଲ ଚିନାବାଦାମ, ୧୫ କୁଇଣ୍ଟାଲ ରାଶି, ୨୦୦ କୁଇଣ୍ଟାଲ ଧନିଚା ବିହନ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି।
ପ୍ରାରମ୍ଭରେ କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରା କୃଷି ନିର୍ଦ୍ଧାରଣ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଭଗବାନ ଦାସ ବିଭାଗର ବିବରଣୀ ସହିତ ଧନ୍ୟବାଦ ପ୍ରଦାନ କରିଥିଲେ। ବୈଠକରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରାଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କପିଳାସ ଦର୍ଶନ ସାରି ଫେରିବାବେଳେ ଅଘଟଣ: ଓଲଟି ପଡିଲା କାର୍‌, ଭିତରେ ଥିଲେ ୬ ଯାତ୍ରୀ

ଢେଙ୍କାନାଳ ,୧୬।୧(ରତନ ନାୟାର): ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଘାଟି ରାସ୍ତା ୧୦ ନମ୍ବର ବାଙ୍କରେ ଶୁକ୍ରବାର ଅପରାହ୍ନରେ ଏକ କାର୍‌ ଭାରସାମ୍ୟ ହରାଇ...

ଜିଲାପାଳଙ୍କ ଅଫିସ ଆଗରେ ଆତ୍ମହତ୍ୟା ଉଦ୍ୟମ କଲେ ସ୍ତ୍ରୀ-ସ୍ବାମୀ, ଜଙ୍ଗଲରୁ ପାଇଥିବା ଶିଶୁକୁ ନେଇଯିବାରୁ…

ଢେଙ୍କାନାଳ,୧୫।୧(ରତନ ନାୟାର) : ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବାଛୁରୀ ବାଙ୍କ ଗ୍ରାମର ମୁଷା ନାୟକ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିବାବେଳେ ଏକ ନବଜାତ...

ବାଇକରେ ଯାଉଥିବା ବେଳେ ଅଘଟଣ, ମାଞ୍ଜାସୂତା ଲାଗି କଟିଗଲା ଯୁବକଙ୍କ ନାକ…

ଢେଙ୍କାନାଳ,୧୪।୧(ରତନ ନାୟାର): ମାଞ୍ଜାସୂତା ଲାଗି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଢେଙ୍କାନାଳ ସହରର ପ୍ରମୁଖ ବଜାର ମୀନାବଜାର ଅଂଚଳରେ ବୁଧବାର ଅପରାହ୍ନରେ କିଛି ଯୁବକ...

ଜଙ୍ଗଲ ଭିତରେ ଚାଲିଥିଲା ଦେଶୀ ମଦ ଭାଟି: ଅଚାନକ ପହଞ୍ଚିଲା ଅବକାରୀ ଟିମ-ପୋଲିସ, ଦେଖିକି ମାଫିଆମାନେ…

ପରଜଙ୍ଗ, ୧୩।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ଭୋର୍‌ ସମୟରେ ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ସ୍ଥାନରେ ପୋଲିସ ଏବଂ ଅବକାରୀ ଟିମ,...

ରାଜେଶ ହତ୍ୟାକାଣ୍ଡ:  ଅଭିଯୁକ୍ତଙ୍କୁ ଧରିବା ପ୍ରତିବାଦରେ ରାଜପଥ ଅବରୋଧ 

ପରଜଙ୍ଗ,୧୧।୧(ନିଗମାନନ୍ଦ ଦଳବେହେରା): ବହୁ ଚର୍ଚ୍ଚିତ ଫଟୋ ଗ୍ରାଫର୍‌  ରାଜେଶ ପାଣି ହତ୍ୟାକାଣ୍ଡକୁ  ଇତି ମଧ୍ୟରେ ଦୁଇ ମାସ  ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ସକ୍ଷମ ହୋଇପାରୁନାହିଁ...

ଖୁଲମଖୋଲା କରୁଥିଲେ ମଦ ବିକ୍ରି: ଭିଡିଓ ହେଉଥିଲା ଭାଇରାଲ, ପରେ…

ପରଜଙ୍ଗ୧୦।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା  ସାଆନ୍ଦା ଫାଣ୍ଡିଠାରୁ ଅଳ୍ପଦୂର ରୋଡ଼ ଗାଁମାରୁ ଜଣେ ମଦ ବେପାରୀଙ୍କୁ ଧରିଛି ଅବକାରୀ ଟିମ୍‌। ଏଥିସହିତ ତାଙ୍କଠାରୁ...

ଓଡ଼ିଶାର ଏହି ଜିଲାରେ ହେବ ନୂଆ ମେଗା ଷ୍ଟିଲ୍ ପ୍ଲାଣ୍ଟ, ସୃଷ୍ଟି ହେବ ୧୪ ହଜାରରୁ ଉର୍ଦ୍ଧ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୮ା୧: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା...

ବୌଦ୍ଧରୁ ଢେଙ୍କାନାଳକୁ ଚାଲାଣ ହେଉଥିଲା ଗଞ୍ଜେଇ: ଗାଁ ଯାତ୍ରା ପଡ଼ିଆରେ…

ପରଜଙ୍ଗ,୭ା୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କୁଆଳୋ ଗାଁ ଯାତ୍ରା ପଡ଼ିଆ ନିକଟରୁ ବୁଧବାର ଭୋଟ୍‌ କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri