କୂଅରେ ପଡ଼ି ବୃଦ୍ଧାଙ୍କ ପ୍ରାଣ ଗଲା

ପାଟଣା,୧୫ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ଅନ୍ତର୍ଗତ ବଳିଆ ପଶି ଗ୍ରାମର ଏକ କୂଅରୁ ମଙ୍ଗଳବାର ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବଳିଆପଶି ଗ୍ରାମର ଭୀମସେନ ନାଏକଙ୍କ ସ୍ତ୍ରୀ ଭାନୁମତୀ ନାଏକ। ସୋମବାର ରାତିରେ ଭାନୁମତୀ ପରିଶ୍ରା ଯିବା ପାଇଁ ପଦାକୁ ଯାଇଥିଲେ। ବାର୍ଦ୍ଧକ୍ୟ ଜନିତ ଆଖିକୁ ଭଲ ଦେଖା ଯାଉ ନ ଥିବା ଓ ଅସାବଧାନତା ଯୋଗୁଁ ପଡିଶା ଘର ବାଡ଼ିରେ ଥିବା ଏକ କୂଅରେ ପଡ଼ି ଯାଇଥିଲେ। ମଙ୍ଗଳବାର ସକାଳୁ ଗାଁ ଲୋକେ କୂଅରେ ମୃତଦେହ ଭାସୁଥିବା ଦେଖି ପୋଲିସ ଓ ପାଟଣା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରି ତୁରୁମୁଙ୍ଗା ପୋଲିସକୁ ହସ୍ତାନ୍ତର କରିଛି। ଏନେଇ ତୁରୁମୁଙ୍ଗା ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୧୦/୨୦) ରୁଜୁ କରି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାଣ୍ଡରେ ଶୋଇବା କାଳ ହେଲା, ଗାଈ ମାଡି ଦେବାରୁ ଗଲା ଶିଶୁକନ୍ୟାଙ୍କ ଜୀବନ

ଟିକ୍ରାପଡା,୩୦ା୫(ଡି.ଏନ.ଏ.) -ବଲାଙ୍ଗୀର ଜିଲା ସଇଁତଳା ଥାନା ଟିକ୍ରାପଡା ଫାଣ୍ଡି ଅଧିନ ଝିଙ୍କିଡୁଙ୍ଗୁରି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଘର ସମ୍ମୁଖ ଦାଣ୍ଡରେ ଶୋଇଥିବା ବେଳେ...

ହିଙ୍ଗୁଳା କୋଇଲା ଖଣିରେ ଦୁର୍ଘଟଣା: ଡ୍ରିଲ୍‌ ମେଶିନରୁ ଖସି ଠିକା କର୍ମଚାରୀ ମୃତ

ତାଳଚେର,୬ା୫(ନି.ପ୍ର.) – ତାଳଚେରସ୍ଥିତ ଏମ୍‌ସିଏଲ୍‌ର ହିଙ୍ଗୁଳା କୋଇଲା ଖଣିରେ ମଙ୍ଗଳବାର ଦୁର୍ଘଟଣାରେ ଠିକା କର୍ମଚାରୀ ସୋମେତ ଜମାଡଙ୍କ ମୃତ୍ୟୁ ହୋଇଛି। ତାଙ୍କ ଘର ଛତିଶଗଡ ରାଜ୍ୟରେ।...

ଗଞ୍ଜାମରେ କରୋନା ସଚେତନତା ଜୋରଦାର

ଗଞ୍ଜାମ, ୨୪।୩(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇ ଦେଇଥିବା ବେଳେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜୋରଦାର...

ହିରୋ ଏକ୍ସଟ୍ରିମ୍‌ ୧୬୦-ଆର୍‌ ବଜାର ପ୍ରବେଶ

ଢେଙ୍କାନାଳ ଅଫିସ,୧୧ା୮ ଢେଙ୍କାନାଳ ସହର କୁଞ୍ଜକାନ୍ତଠାରେ ଥିବା ସୋମ୍‌ ଅଟୋରେ ସୋମବାର ମଧ୍ୟାହ୍ନରେ ପ୍ରମୁଖ ଦୁଇଚକିଆ ଯାନ ନିର୍ମାଣକାରୀ କମ୍ପାନୀ ହିରୋ ମୋଟୋକର୍ପ ଲିମିଟେଡ୍‌ ପକ୍ଷରୁ...

ଶାଳଗାଁ ନିକଟରେ ରେଳ ଦୁର୍ଘଟଣା ଘଟଣା: ଆହତଙ୍କ ସୂଚନା ପାଇଁ ହେଲ୍ପଲାଇନ୍‌ ନଂ-୧୦୭୨ ଜାରି

କଟକ ଅଫିସ,୧୬।୧: କଟକ ନିର୍ଗୁଣ୍ଡି ଷ୍ଟେଶନ ନିକଟ ଶାଳଗାଁଠାରେ ଲୋକମାନ୍ୟ ତିଳକ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ...

ନିୟମ ଊଲ୍ଲଂଘନ କରି ୯ ଗିରଫ

ଯୋଡ଼ା, ୨୯।୪ (ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଥିବା ଏସେଲ ଖଣି ଓ ଜଜାଙ୍ଗସ୍ଥିତ ଜଜାଙ୍ଗ ଖଣିର ପରିବହନ କାର୍ଯ୍ୟକୁ ବନ୍ଦ କରିଥିବା...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ବୃଦ୍ଧାଙ୍କ ମୃତ୍ୟୁ, ସ୍ବାବ୍‌ ନମୁନା ପରୀକ୍ଷା ହୋଇ ନ ଥିବାରୁ ମୃତଦେହ ନିକଟକୁ ଗଲେନି ଗ୍ରାମବାସୀ

ଦେବଗଡ଼,୧୮।୫:  ଦେବଗଡ଼ ଥାନା ତଥା ବାରକୋଟ ବ୍ଲକ ଅନ୍ତର୍ଗତ ଘୁରୁଡୁଖମଣ ଗ୍ରାମରେ ହୋମ କ୍ୱାରାଣ୍ଟାଇନ୍‌ରେ ଥିବା ଜଣେ ବୃଦ୍ଧାଙ୍କର ରବିବାର ମୃତ୍ୟୁ ଘଟିଛି। ବୃଦ୍ଧାଙ୍କର ମୃତ୍ୟୁର...

ଡିସେମ୍ବର ୨୨ରେ ବାରବାଟୀରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଦିନିକିଆ: ୫ରୁ ମିଳିବ ଟିକେଟ

କଟକ ଅଫିସ,୧୬।୧୧: ସ୍ଥାନୀୟ ବାରବାଟୀ ଷ୍ଟାଡିୟମ୍‌ରେ ଆସନ୍ତା ଡିସେମ୍ବର ୨୨ ତାରିଖରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିଲାଗି...

Coronavirus Update

Archives

Model This Week

Why Dharitri