କୁଶଭଦ୍ରା ଗଣ୍ଡରେ ବୁଡ଼ିଗଲେ ୩ କଲେଜ ଛାତ୍ର: ନିମାପଡ଼ାରେ ପ୍ରବଳ ଉତ୍ତେଜନା, ରାସ୍ତାରୋକୋ

ନିମାପଡ଼ା,୧୭।୪(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଥାନା ଅନ୍ତର୍ଗତ କୁଶଭଦ୍ରା ନଦୀର ଧୀରପୁର ବାଲିଘାଟ ଗଣ୍ଡରେ ଗାଧୋଉଥିବାବେଳେ ୩ଜଣ କଲେଜ ଛାତ୍ର ବୁଡି ଯାଇଛନ୍ତି। ମଙ୍ଗଳବାର ଅପରାହ୍ନରେ ଘଟିଛି ଏହି ଘଟଣା। ବୁଡି ଯାଇଥିବା ଛାତ୍ରମାନେହେଲେ ସ୍ଥାନୀୟ ଶ୍ୟାମସୁନ୍ଦରପୁରର ଜ୍ୟୋତିରଞ୍ଜନ ସାହୁ (୨୧), ବଳଙ୍ଗା ନିନିଗାଁର କମଳ ଲୋଚନ ଜେନା(୧୬) ଓ ପୁରୀ ସହରର ତେଜେଶ୍ୱର ମହାନ୍ତି(୨୦)। ଓଡ୍ରାଫ୍‌ ଟିମ୍‌ ଓ ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ସମୟ ଧରି ଖୋଜାଖୋଜି କରି ଲୋକଙ୍କ ସହାୟତାରେ ତିନି ମୃତଦେହକୁ ଉଦ୍ଧାର କରିଥିଲେ। ଜ୍ୟୋତିରଞ୍ଜନ ନିମାପଡ଼ାସ୍ଥିତ ସ୍ବାଧୀନ ରେସିଡେନ୍ସିଆଲ କଲେଜର ଯୁକ୍ତ୩ର ଛାତ୍ର। ତେଜେଶ୍ୱର ନିମାପଡ଼ା କଲେଜର ଯୁକ୍ତ୩ ଶେଷବର୍ଷ ବାଣିଜ୍ୟ ଛାତ୍ର ହୋଇଥିବାବେଳେ ସେ ମେସ୍‌ରେ ରହି ପାଠ ପଢ଼ୁଥିଲେ। ସେହିଭଳି କମଳଲୋଚନ ନିମାପଡ଼ା ଡିଏଭି ସ୍କୁଲ୍‌ରେ ପଢ଼ିବା ସହ ଶ୍ୟାମସୁନ୍ଦରପୁରଠାରେ ଘରଭଡ଼ା ନେଇ ପରିବାର ସହ ରୁହନ୍ତି। ସେ ଚିଳତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି।
ମିଳିଥିବା ସୂଚନାନୁସାରେ, ମଙ୍ଗଳବାର ପ୍ରବଳ ଗରମ ହୋଇଥିଲା। ଜ୍ୟୋତିରଞ୍ଜନ, ତେଜେଶ୍ୱର ଓ କମଳ ଲୋଚନ ଅପରାହ୍ନ ପ୍ରାୟ ୩ଟାରେ ଗାଧୋଇବାକୁ ଧୀରପୁର ବାଲିଘାଟ ଗଣ୍ଡକୁ ଯାଇଥିଲେ। ଗାଧୋଉଥିବାବେଳେ ସେମାନଙ୍କର ଗୋଡ଼ ଖସି ଯିବାରୁ ଜଣଙ୍କ ପରେ ଜଣେ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ଚିତ୍କାର ଶୁଣି ଗୁହାଳପଡ଼ା ଗ୍ରାମର ସୁଜିତ କୁମାର ତ୍ରିପାଠୀ ଓ ଅନ୍ୟ କେତେଜଣ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ। ମାତ୍ର ପହଞ୍ଚତ୍ବାବେଳକୁ ତିନିଜଣ ପାଣିରେ ବୁଡି ଯାଇଥିଲେ। ସେମାନେ ପାଟିକରି ଅନ୍ୟମାନଙ୍କୁ ଡାକିବା ସହ ବୁଡିଯାଇଥିବା ଛାତ୍ରମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଗଣ୍ଡରେ ପାଣି ଅଧିକ ଥିବାରୁ ତାହା ସମ୍ଭବ ହୋଇ ନ ଥିଲା। ଖବର ପ୍ରଚାରିତ ହୋଇଯିବା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ସ୍ଥାନୀୟ ଲୋକଙ୍କ କହିବାନୁସାରେ ଉକ୍ତ ଗଣ୍ଡରେ ୪୦ଫୁଟରୁ ଅଧିକ ଗଭୀରର ପାଣି ରହିଛି। ତେଣୁ ଲୋକେ ନଦୀ କୂଳରେ ରହି ଖୋଜାଖୋଜି କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ନିମାପଡ଼ା ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ବା ପରେ ଲୋକଙ୍କ ସହାୟତାରେ ନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କାହାକୁ ଠାବ କରିପାରି ନ ଥିଲେ। ଗୋପ ଥାନା ଅନ୍ତର୍ଗତ ବେଣିପୁର ଗ୍ରାମର ଜଣେ ବୁଡାଳି ଆନନ୍ଦ ସେଠୀ ଓରଫ କମନା ପହଞ୍ଚତ୍ ଉଦ୍ଧାର କାର୍ଯ୍ୟରେ ସାମିଲ୍‌ ହୋଇଥିଲେ। ବହୁ ସମୟ ପରେ ସେ ଗଭୀର ପାଣିରେ ବୁଡି ତେଜେଶ୍ୱରଙ୍କୁ ଉଦ୍ଧାର କରି ଉପରକୁ ଆଣିଥିଲେ। ପରେ ଅଗ୍ନିଶମ ବାହିନୀ ତାଙ୍କୁ ନିମାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଓଡ୍ରାଫ ଟିମ୍‌ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ରାତି ପ୍ରାୟ ୧୦ଟାରେ କମଳଲୋଚନ ଓ ସାଢ଼େ ୧୦ଟାରେ ଜ୍ୟୋତିରଞ୍ଜନଙ୍କୁ ଠାବ କରାଯିବା ପରେ ଆମ୍ବୁଲାନ୍ସରେ ତାଙ୍କୁ ନିମାପଡ଼ା ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ଅଞ୍ଚଳର ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ଲୋକ ଡାକ୍ତରଖାନାରେ ପହଞ୍ଚତ୍ ହୋହଲ୍ଲା କରିବରୁ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଛାଡ଼ି ଦେଇ ନ ଥିଲେ। ବେଆଇନ ବାଲିଘାଟ ବନ୍ଦ ପାଇଁ ଦାବି କରିଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ନିମାପଡ଼ା ଏସ୍‌ଡିପିଓ ଶରତ ମିଶ୍ର ଓ ଆଇଆଇସି ଜନାର୍ଦ୍ଦନ ପାଢ଼ୀ ଫୋର୍ସ ସହ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ।
ଏହି ଘଟଣାକୁ ନେଇ ନିମାପଡ଼ା ଅଞ୍ଚଳ ସ୍ତବ୍ଧ ହୋଇଯାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘଟଣାସ୍ଥଳ ନଦୀପଠା, ଶ୍ୟାମସୁନ୍ଦରପୁର ଓ ଡାକ୍ତରଖାନାରେ ଲୋକଙ୍କ ଭିଡ଼ ଲାଗି ରହିଥିବାବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଟକଣାକୁ ମାନୁନାହାନ୍ତି ମତ୍ସ୍ୟଜୀବୀ, ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ

କେନ୍ଦ୍ରାପଡ଼ା,୨୮ା୧୧(ଜଗନ୍ନାଥ ଧଳ): ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଗତ ନଭେମ୍ବର ପହିଲାରୁ ଆସନ୍ତା ୨୦୨୭ ମେ ଶେଷ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ କଟକଣା ମଧ୍ୟରେ…

ଘରୁ ବାହାରିଥିଲେ ସନ୍ତୋଷ, ବାରଙ୍ଗରେ ଜଳିଗଲା ଜୀବନ: ଏସିପି କହିଲେ….

ବାରଙ୍ଗ,୨୮।୧୧(ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଗୋଡ଼ିସାହି ଅଞ୍ଚଳରେ ଏକ କାର୍‌ ନିକଟରୁ ଉଦ୍ଧାର ହୋଇଥିବା ଅର୍ଦ୍ଧଦଗ୍ଧ ମୃତଦେହର ପରିଚୟ ମିଳିଛି। ମୃତକ ହେଉଛନ୍ତି କଟକ କଲ୍ୟାଣ…

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଗୋଡ଼େଇ ଗୋଡ଼େଇ ହାଣିଲେ

ଭୁବନେଶ୍ୱର, ୨୮ । ୧୧ରାଜଧାନୀରେ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରି ହାଣିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ପୂର୍ବ…

ଅନ୍ୟ ନିର୍ବାଚନମଣ୍ଡଳୀ ବୁଲିବେ ବିଧାୟକ, କଡ଼ା ନିର୍ଦ୍ଦେଶ ଦେଇ କହିଲେ…

ଭୁବନେଶ୍ୱର,୨୮ା୧୧: ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସଙ୍ଗଠନକୁ ଆହୁରି ମଜଭୁତ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜ…

୧୦ ଡିଗ୍ରୀ ତଳେ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର, ୨୮ା୧୧ (ବନ୍ଦନା ସେଠୀ): ରାଜ୍ୟରେ ହଠାତ୍‌ ତାପମାତ୍ରା କମିବା ସହ ଶୀତ ଅନୁଭୂତ ହୋଇଛି। ଏକାଧିକ ସ୍ଥାନରେ ଦିନକ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି।…

ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ଝିଅ: ‘କମଳା ରାଇଜିଂ ଷ୍ଟାର୍ସ ଆୱାର୍ଡ-୨୦୨୬’ ପାଇବେ ଆଡଭୋକେଟ ଅଙ୍କିତା ଗଙ୍ଗା ଦେବ

ଭୁବନେଶ୍ୱର,୨୭।୧୧: ପରିବେଶ ସୁରକ୍ଷା, ସାମୁଦ୍ରିକ ସଂରକ୍ଷଣ, ପଶୁ କଲ୍ୟାଣ ଏବଂ ଯୁବ ନେତୃତ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ବିଶିଷ୍ଟ ଆଇନଜୀବୀ ତଥା ସାମାଜିକ କର୍ମୀ…

ଅଙ୍ଗନବାଡ଼ି କର୍ମଚାରୀଙ୍କ ପାଇଁ ଖୁସି ଖବର: ଦରମା ସହ ଅବସର-ମୃତ୍ୟୁକାଳୀନ ସହାୟତା ରାଶି ବଢ଼ାଇଲେ ସରକାର; ଜାଣନ୍ତୁ ଏବେ…

ଭୁବନେଶ୍ୱର,୨୭।୧୧: ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ପାଇଁ ବଡ଼ ଖୁସି ଖବର ଆସିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଅଙ୍ଗନବାଡ଼ି କର୍ମଚାରୀମାନଙ୍କର ମାସିକ ପାରିଶ୍ରମିକ ସହିତ ଅବସରକାଳୀନ…

ଓଡ଼ିଶା ପ୍ରଶାସନର ରଣନୀତି ଆଗରେ ହାର ମାନିଲା ଆନ୍ଧ୍ର; କୋଟିଆରେ ସରପଞ୍ଚ-ସମିତି ନିର୍ବାଚନ ପ୍ରୟାସ ବିଫଳ

ପଟ୍ଟାଙ୍ଗି, ୨୭।୧୧ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତର ତିନୋଟି ଗ୍ରାମରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ପକ୍ଷରୁ ଆୟୋଜିତ ସରପଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?