Posted inଖେଳ

କୁମ୍ବଲେ ଚୟନ କମିଟିର ଅଧ୍ୟକ୍ଷ ହେବା ଦରକାର: ସେହ୍ବାଗ

ନୂଆଦିଲ୍ଲୀ, ୨୨।୮ (ପି.ଟି.)- ଖେଳାଳିଙ୍କ ମନୋବଳ ବଢ଼ାଇବାର ଦକ୍ଷତା କିମ୍ବଦନ୍ତୀ ପୂର୍ବତନ ଭାରତୀୟ ସ୍ପିନର ଅନିଲ କୁମ୍ବଲେଙ୍କ ନିକଟରେ ରହିଛି। ତେଣୁ ଚୟନ କମିଟିର ଅଧ୍ୟକ୍ଷ ହେବା ପାଇଁ କୁମ୍ବଲେ ଜଣେ ଉପଯୁକ୍ତ ପାର୍ଥୀ। କିନ୍ତୁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ପଦ ଲାଗି ପାଉଣା ବୃଦ୍ଧି କରିବା ଆବଶ୍ୟକ ରହିଛି ବୋଲି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ କହିଛନ୍ତି। ‘ମୁଁ ଭାବୁଛି ଅନିଲ କୁମ୍ବଲେ ଚୟନ କମିଟିର ଅଧ୍ୟକ୍ଷ ପଦ ପାଇଁ ଉପଯୁକ୍ତ ପ୍ରାର୍ଥୀ ହୋଇପାରନ୍ତି। ସେ ଏଭଳି ଜଣେ ବ୍ୟକ୍ତି ଯିଏକି ଖେଳାଳି ଭାବେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ରାହୁଲ ଡ୍ରାଭିଡ୍‌ଙ୍କ ସହ ଭାବ ବିନିମୟ କରିଛନ୍ତି। ସେହିଭଳି କୋଚ୍‌ ଭାବେ ଯୁବ ଖେଳାଳିଙ୍କ ସହ ମିଶିଛନ୍ତି’ ବୋଲି ସେହ୍ବାଗ ଏଠାରେ ଏକ ନୂଆ ଆପ୍‌ ଉନ୍ମୋଚନ କରିବା ଅବସରରେ ଏହା କହିଛନ୍ତି। ସେହ୍ବାଗ ଆହୁରି ମଧ୍ୟ କହିଛନ୍ତି, ‘ଯେତେବେଳେ ସେ ଦଳକୁ ପ୍ରତ୍ୟାବର୍ତ୍ତନ (୨୦୦୭-୦୮ ଅଷ୍ଟ୍ରେଲିଆ ସିରିଜ) କରିଥିଲେ, ଅଧିନାୟକ କୁମ୍ବଲେ ତାଙ୍କ ରୁମ୍‌କୁ ଆସି କହିଥିଲେ ଆଗାମୀ ୨ଟି ସିରିଜ ପର୍ଯ୍ୟନ୍ତ ମୋତେ ବାଦ୍‌ ଦିଆଯିବ ନାହିଁ। ଜଣେ ଖେଳାଳିକୁ ଏହିଭଳି ମନୋବଳ ବଢ଼ାଇବାର ଆବଶ୍ୟକତା ରହିଥାଏ। କିନ୍ତୁ ଚୟନ କମିଟିର ଅଧ୍ୟକ୍ଷଙ୍କ ପାଉଣା ଏବେ ବାର୍ଷିକ ଏକ କୋଟି ଟଙ୍କା ରହିଛି। ଯଦି ବିସିସିଆଇ ଏଥିରେ ବୃଦ୍ଧି କରେ ତେବେ ଅଧିକରୁ ଅଧିକ ଖେଳାଳି ଚୟନ କମିଟିର ଅଧ୍ୟକ୍ଷ ହେବା ପାଇଁ ଆଗ୍ରହ ପ୍ରକାଶ କରିବେ’ ବୋଲି ନଜଫଗଡ଼ର ନଓ୍ବାବ ଭାବେ ପରିଚିତ ସେହ୍ବାଗ ଏହା କହିଛନ୍ତି। ୨୦୧୭ରେ ବିସିସିଆଇ ସମ୍ପାଦକ ଓ ସ୍ବର୍ଗତ ଡ. ଏମ୍‌.ଭି. ଶ୍ରୀଧର (ଜିଏମ୍‌, କ୍ରିକେଟ୍‌ ଅପରେଶନ) ମୋତେ ଜାତୀୟ ଦଳର ମୁଖ୍ୟ କୋଚ୍‌ ପଦ ପାଇଁ ଆବେଦନ କରିବାକୁ କହିଥିଲେ। ତେଣୁ ସେତେବେଳେ ମୁଁ ଏହି ସମ୍ମାନଜନକ ପଦ ପାଇଁ ଆଦେଦନ କରିଥିଲି। କିନ୍ତୁ ଏଥର ମୋତେ କେହି କହି ନ ଥିବାରୁ ମୁଁ ମୁଖ୍ୟ କୋଚ୍‌ ପଦ ପାଇଁ ଆବେଦନ କଲି ନାହିଁ ବୋଲି ସେହ୍ବାଗ ଏହି ଅବସରରେ ପ୍ରକାଶ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଗୁରୁବରଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ନେଇ ସେହ୍ବାଗ କହିଛନ୍ତି, ଯଦି ଭାରତ ୫ ଜଣ ବୋଲରଙ୍କୁ ନେଇ ଖେଳିବ ତାହାଲେ ଚୂଡ଼ାନ୍ତ ଏକାଦଶରେ ଅଜିଙ୍କ୍ୟ ରାହାନେଙ୍କୁ ସୁଯୋଗ ଦିଆଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ପାନିଶ କ୍ଲବ ଭାଲେନସିଆର ଏକତୃତୀୟାଂଶ ଖେଳାଳି ଆକ୍ରାନ୍ତ

ମାଡ୍ରିଡ୍‌, ୧୭।୩ (ଏଏଫ୍‌ପି)- ସ୍ପେନ ଫୁଟ୍‌ବଲ କ୍ଲବ ଭାଲେନସିଆ ଦଳର ୩୫ ପ୍ରତିଶତ ଖେଳାଳି ମାରାତ୍ମକ କରୋନା ଭାଇରସ୍‌ରେ ଆକ୍ରାନ୍ତ ରହିଛନ୍ତି। କ୍ଲବର ଏକତୃତୀୟାଂଶ ଖେଳାଳି...

ଗୋପାଳସ୍ବାମୀ ବିସିସିଆଇ ନିର୍ବାଚନ ଅଧିକାରୀ

ମୁମ୍ବାଇ,୮।୬(ପି.ଟି.)- ଆସନ୍ତା ଅକ୍ଟୋବର ୨୨ ତାରିଖରେ ଆୟୋଜନ ହେବାକୁଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିର୍ବାଚନ ପାଇଁ ପ୍ରାକ୍‌ ପସ୍ତୁତି ଆରମ୍ଭ ହୋଇଛି। ପୂର୍ବତନ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ବେକରେ ପଡିଲା ଜୋତାମାଳ

ଭାରତୀୟ ଦଳର ଷ୍ଟାର୍‌ ଖେଳାଳି ଶ୍ରେୟାସ ଆୟାର୍‌ ଜୋତା ସଂଗ୍ରହ କରିବାକୁ ବେଶ୍‌ ଭଲ ପାଆନ୍ତି। ଅଷ୍ଟ୍ରେଲିଆରେ ଏକଦିବସୀୟ ଏବଂ ଟି-୨୦ ଖେଳି ସ୍ବଦେଶ ଫେରିବା...

୬ ବର୍ଷରେ ଟେଲରଙ୍କ ପ୍ରଥମ ଟି୨୦ ଅର୍ଦ୍ଧଶତକ

ଅକ୍‌ଲାଣ୍ଡ,୨୪।୧- ଭାରତ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ବରିଷ୍ଠ ବ୍ୟାଟ୍ସମ୍ୟାନ ରସ ଟେଲର ୨୭ ବଲରେ ବିସ୍ଫୋରକ ୫୪ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କ...

ଧୋନୀଙ୍କ ୭ ନଂ ଜର୍ସି ପଛର କାରଣ

ଚେନ୍ନାଇ,୨୩।୮: ମହେନ୍ଦ୍ର ସିଂ ଧୋନୀ ଦେଶର ସଫଳ ତଥା ଲୋକପ୍ରିୟ କ୍ରିକେଟ ଅଧିନାୟକ। ସେ ସର୍ବଦା ୭ ନଂ ଜର୍ସି ପିନ୍ଧନ୍ତି। ଏହାର କାରଣ ଖୁବ୍‌...

କାର୍ତ୍ତିକଙ୍କୁ ଉଇକେଟକିପିଂ ଦାୟିତ୍ୱ ଦେଇ ଫିଲ୍ଡିଂ କଲେ ଧୋନୀ

ଲଣ୍ଡନ,୨୬।୫- ବର୍ତ୍ତମାନ କ୍ରିକେଟର ଶ୍ରେଷ୍ଠ ତଥା ଦ୍ରୁତତମ ଉଇକେଟକିପର ମହେନ୍ଦ୍ର ସିଂ ଧୋନୀ, ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ଅଂଶ। ଏଠାରେ ନ୍ୟୁଜିଲାଣ୍ଡ...

ମୁହଁ ଖୋଲିଲେ ଶ୍ରେୟାସ: ଅଧିନାୟକ ପଦକୁ ନେଇ କହିଲେ…

ୟୁଏଇ,୨୩।୯: ଦିଲ୍ଲୀ କ୍ୟାପିଟାଲ୍ସର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର ଅଧିନାୟକ ପଦକୁ ନେଇ ନିଜ ମତ ପ୍ରକାଶ କରିଛନ୍ତି। ଆୟର୍‌ କହିଛନ୍ତି ଯେ, ସେ ଇଣ୍ଡିଆନ...

ନିର୍ଦ୍ଧାରିତ ସମୟରେ ହେବ ପୁରୁଷ ଟି୨୦ ବିଶ୍ୱକପ୍‌

ସିଡ୍‌ନୀ, ୧୭ା୩ (ପି.ଟି.)- କୋଭିଡ୍‌-୧୯ର ପ୍ରକୋପ ସତ୍ତ୍ୱେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଦେଶରେ ପୁରୁଷ ଟି୨୦ ବିଶ୍ୱ କପ୍‌ ଅନୁଷ୍ଠିତ ହେବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ...

Advertisement
Archives

Model This Week