କୁମାୟୁନ୍‌ ସଂସ୍କୃତି ଉପରେ ୩୦୦ରୁ ଅଧିକ ଟିକ୍‌ଟକ୍‌ ଭିଡ଼ିଓ କରିଛନ୍ତି ଛାତ୍ରୀ: ୧୦ ଭିଡ଼ିଓକୁ ଦେଖା ସରିଲାଣି ୧ ନିୟୁତରୁ ଅଧିକ ଥର

ନୂଆଦିଲ୍ଲୀ,୪।୩: ଉତ୍ତରାଖଣ୍ଡ ପିଥୋରାଗଡ଼ର ନାପଡ଼ ଗାଁର ଜଣେ ପୋଷ୍ଟ ଗ୍ରାଜୁଏଟ୍‌ ଛାତ୍ରୀ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କୁମାୟୁନ୍‌ ସଂସ୍କୃତିର ୩୦୦ରୁ ଅଧିକ ଟିକ୍‌ଟକ୍‌ ଭିଡ଼ିଓ ଦେଖିବାକୁ ପ୍ରଶଂସକ ପସନ୍ଦ କରୁଛନ୍ତି। ଇତିମଧ୍ୟରେ ତାଙ୍କର ୧୦ଟି ଭିଡ଼ିଓକୁ ୧ନିୟୁତରୁ ଅଧିକ ଥର ମଧ୍ୟ ଦେଖା ସରିଛି। ତାଙ୍କର ଫଲୋଅର୍ସ ସଂଖ୍ୟା ୧୦ ଲକ୍ଷରୁ ଅଧିକ ରହିଛି। ଏହି ଛାତ୍ରୀ ଜଣକ ହେଉଛନ୍ତି ଭାବନା ଚୁଫାଲ୍‌। ଗୋଟିଏ ବର୍ଷ ତଳେ ସେ କୁମାୟୁନ୍‌ ସଂସ୍କୃତି ଉପରେ ଟିକ୍‌ଟକ୍‌ ଭିଡ଼ିଓ ତିଆରି କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ପରେ ଟିକ୍‌ଟକ୍‌ରେ ତାଙ୍କର ଫଲୋଅର୍ସଙ୍କ ସଂଖ୍ୟା ବଢ଼ିଚାଲିଥିଲା। ଭାବନାଙ୍କ ପିତା ଗୋବିନ୍ଦ ଚୁଫାଲ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ମାତା ଗଙ୍ଗା ଦେବୀ ଜଣେ ଗୃହିଣୀ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ଭାବନାଙ୍କୁ ସମ୍ପ୍ରତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଉତ୍ତରାଖଣ୍ଡ ସଂସ୍କୃତି ଉପରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରଗ୍ରହଣର ପ୍ରଭାବ ବିଭିନ୍ନ ରାଶି ଉପରେ: ଜାଣନ୍ତୁ ଶୁଭ ସଂଖ୍ୟା, ରଙ୍ଗ ବିଷୟରେ

ନୂଆଦିଲ୍ଲୀ, ୪।୭: ଜୁଲାଇ ୫ରେ ଉପଛାୟା ଚନ୍ଦ୍ରଗ୍ରହଣ ହେବ। ଭାରତରେ ଚନ୍ଦ୍ରଗ୍ରହଣ ଯୋଗୁ ସୂତକ ଳାଗୁ ହେବ ନାହିଁ। ତେବେ ଗ୍ରହଣ ହେଉଥିବାରୁ ଏହି ସମୟରେ...

ରାଗିଗଲେ ରାକ୍ଷୀ

ବମ୍ବେ: ରାଗିଗଲେ ବଲିଉଡ୍‌ର ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ବନ୍ତ। ଭାବୁଥିବେ କାରଣ କ’ଣ। ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ର ଶେହନାଜ୍‌ ଗିଲଙ୍କୁ ‘ପଞ୍ଜାବର ରାକ୍ଷା ସାଓ୍ବନ୍ତ’...

ଗ୍ଲୋବାଲ ଏସୀୟ ସେଲିବ୍ରିଟି ତାଲିକାରେ ସୋନୁ ସୁଦ୍‌ ନଂ୧

ବଲିଉଡ ଅଭିନେତା ସୋନୁ ସୁଦଙ୍କ ନାମ ଏବେ ସବୁଠି ଚର୍ଚ୍ଚା। ଲକଡାଉନ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଯେଉଁଭଳି ଭାବରେ ହାତ ବଢ଼ାଉଛନ୍ତି,...

ସାଉଥ୍‌ ସୁପରଷ୍ଟାର ରବି ତେଜାଙ୍କ ପ୍ରକୃତ ନାମ କ’ଣ ଜାଣନ୍ତି

ସାଉଥ୍‌ ସୁପରଷ୍ଟାର ରବି ତେଜା ଆଜି ୫୪ ବର୍ଷରେ ପଦାର୍ପଣ କରିଛନ୍ତି।ସେ ତିନି ଦଶନ୍ଧି ଧରି ଟଲିଉଡ ଇଣ୍ଡଷ୍ଟ୍ରିରେ ରାଜ୍‌ କରୁଛନ୍ତି। ସେ ଆକ୍ସନ ଏବଂ...

ପାନ ପାଇଁ…

ରାଜ କୁମାର ହିରାନୀଙ୍କ ‘ପିକେ’ ଶୁଟିଂ ସମୟର କଥା। ଏହାର ଶୁଟିଂ ଶେଟ୍‌କୁ କିଏ ଆସୁ ବା ନ ଆସୁ, ପ୍ରଥମେ ଜଣେ ପାନ ଦୋକାନୀ...

ନୋରାଙ୍କ ଅପସରା ଲୁକ୍‌

ମୁମ୍ବାଇ: ନୋରା ଫତେହି ଏବେ ବଲିଉଡ୍‌ରେ ରାଜ କରୁଛନ୍ତି । ଏହି ଡ୍ୟାନ୍ସ କୁଇନ୍ ନିଜ ଅଭିନୟ ସହ ଡ୍ୟାନ୍ସରେ ୟଙ୍ଗଷ୍ଟରଙ୍କୁ ଦିୱାନା ବନାଉଥିବା ବେଳେ...

ସ୍ୱାଧିନତାର ମହାପର୍ବ ସହ ଆରମ୍ଭ ହେବ ‘କୌନ ବନେଗା କରୋଡପତି’ର ନୂଆ ସିଜନ

ମୁମ୍ବାଇ,୨୪ ।୭: ଟେଲିଭିଜନ ଦୁନିଆର ସବୁଠାରୁ ଆକର୍ଷିତ କ୍ୱିଜ ରିୟଲିଟି ଶୋ’ ‘କୌନ ବନେଗା କରୋଡପତି’ ବେଶ କିଛିବର୍ଷ ହେବ ଦର୍ଶକଙ୍କ ମନୋରଞ୍ଜନ କରି ଆସିଛି...

ଚୋରି କରିବାକୁ ଆସି ଏସି ରୁମ୍‌ରେ ମାଲିକ ପାଖରେ ଶୋଇ ପଡ଼ିଲା ଚୋର

ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରୁ ଏକ ମଜାଦାର ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଗୋଟିଏ ଚୋରର କାରନାମା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏବଂ ଏହା...

Advertisement
Archives

Model This Week