Posted inଜାତୀୟ

କୁନାଲଙ୍କୁ ଇଣ୍ଡିଗୋରେ ୬ ମାସ ଯାତ୍ରା ମନା: ବିମାନରେ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ନୂଆଦିଲ୍ଲୀ,୨୯ା୧: ରିପବ୍ଲିକ୍‌ ଟିଭିର ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ବିମାନରେ ଦୁର୍ବ୍ୟବହାର କରିବା ଷ୍ଟାଣ୍ଡଅପ୍‌ କମେଡିଆନ୍‌ କୁନାଲ କାମରାଙ୍କୁ ମହଙ୍ଗା ପଡ଼ିଛି। କୁନାଲଙ୍କ ଏ ସମ୍ପର୍କିତ ଭିଡିଓ ଭାଇରାଲ ହେବା ପରେ ତାଙ୍କ ବିମାନ ଯାତ୍ରା ଉପରେ ଇଣ୍ଡିଗୋ ୬ ମାସ ପାଇଁ ରୋକ ଲଗାଇଛି। ଇଣ୍ଡିଗୋ ପକ୍ଷରୁ କରାଯାଇଥିବା ଟୁଇଟ୍‌ରେ କୁନାଲଙ୍କ ବ୍ୟବହାରକୁ ଅଗ୍ରହଣୀୟ ବୋଲି ଦର୍ଶାଯିବା ସହ ବିମାନରେ ଯାତ୍ରାବେଳେ କାହାକୁ ବ୍ୟକ୍ତିଗତ ଆକ୍ଷେପ ନ କରିବା ପାଇଁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି।
କୁନାଲ କାମରା ମଙ୍ଗଳବାର ଟୁଇଟରରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ରିପବ୍ଲିକ୍‌ ଟିଭିର ଏଡିଟର ଇନ୍‌ ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀଙ୍କ ସହ ୬ଇ୫୩୧୭ ଫ୍ଲାଇଟ୍‌ରେ ଯାତ୍ରାବେଳେ କଥା ହେଉଥିବା ଦେଖିବାକୁ ମିଳିଥିଲା। ସେ ଅର୍ଣ୍ଣବଙ୍କୁ କେତେକ ପ୍ରଶ୍ନ କରିଥିଲେ। ପୋଷ୍ଟ କରିଥିବା ଭିଡିଓରେ କ୍ୟାପଶନ ଲେଖିଥିଲେ, ଅର୍ଣ୍ଣବଙ୍କ ସହ ଫ୍ଲାଇଟ୍‌ରେ ଦେଖାହେଲା। ତାଙ୍କୁ ତାଙ୍କର ସାମ୍ବାଦିକତା ବିଷୟରେ କହିଲି ଓ କେତେକ ପ୍ରଶ୍ନ କଲି। କିନ୍ତୁ ସେ ମୋତେ ମାନସିକ ଅସ୍ଥିର ବୋଲି କହିଲେ। ତେଣୁ କିଛି ସମୟ ପରେ ନିଜ ସିଟ୍‌ରେ ବସିବା ଛଡ଼ା ଅନ୍ୟ ବିକଳ୍ପ ନ ଥିଲା। ‘ମୁଁ ଏହା ମୋର ହୀରୋ ରୋହିତ ପାଇଁ କରିଛି’। ୨୦୧୬ରେ ହାଇଦ୍ରାବାଦ ୟୁନିଭର୍ସିଟିରେ ଆମତ୍ହତ୍ୟା କରିଥିବା ରୋହିତ ଭେମୁଲାଙ୍କ ଉଦ୍ଦେଶ୍ୟରେ ସେ ଏପରି କରିଥିବା କହିଥିଲେ। ପରେ ଆଉ ଏକ ଟୁଇଟ୍‌ରେ କୁନାଲ ନିଜ କାର୍ଯ୍ୟକୁ ଯଥାର୍ଥ ଦର୍ଶାଇବାକୁ ଯାଇ ଲେଖିଥିଲେ, ଅର୍ଣ୍ଣବଙ୍କ ସାମ୍ବାଦିକତାକୁ ନେଇ ସେ ଯାହା ଅନୁଭବ କରନ୍ତି ତା’ର ଏକ ମନୋଲୋଗ୍‌ ଦେଇଛନ୍ତି। ନିଜ ବ୍ୟବହାର ପାଇଁ ସେ ଅନୁତପ୍ତ ନୁହନ୍ତି। ଇତିମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରି କହିଛନ୍ତି, ବିମାନ ଭିତରେ ଅଶାନ୍ତି ସୃଷ୍ଟି ଓ ହଇରାଣ କରିବା ପାଇଁ ଆକ୍ରମଣାମତ୍କ ବ୍ୟବହାର ଯାତ୍ରୀଙ୍କ ପାଇଁ ଗ୍ରହଣୀୟ ନୁହେଁ। ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଯାତ୍ରା କଟକଣା ଲଗାଇବା ପାଇଁ ଏୟାରଲାଇନ୍ସଗୁଡ଼ିକୁ ପରାମର୍ଶ ଦେବା ଛଡ଼ା ଆମ ପାଖରେ ଅନ୍ୟ ବିକଳ୍ପ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri