କିଶୋର ବାସା ‘ଟାଗୋର ନ୍ୟାଶନାଲ ଫେଲୋ’ ମନୋନୀତ

ଭୁବନେଶ୍ୱର,୨୭।୪(ବ୍ୟୁରୋ)-ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଉତ୍କଳ ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ବିଭାଗ ପୂର୍ବତନ ମୁଖ୍ୟ ପ୍ରଫେସର କିଶୋର କୁମାର ବାସାଙ୍କୁ ସମ୍ମାନଜନକ ‘ଟାଗୋର ନ୍ୟାଶନାଲ ଫେଲୋ’ ଭାବେ ମନୋନୀତ କରାଯାଇଛି। ଭୋପାଳସ୍ଥିତ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟରେ ସେ ମେ ପହିଲାରୁ ଦୁଇବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହି କାର୍ଯ୍ୟ କରିବେ। ସେଠାରେ ପ୍ରଫେସର ବାସା ଊନବିଂଶ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ନୃତତ୍ତ୍ୱ ଓ ସଂଗ୍ରହାଳୟର ପରିବର୍ତ୍ତନ ଧାରା ଉପରେ ଗବେଷଣା କରିବେ। ୧୯୭୩ ମସିହା ମାଟ୍ରିକ ପରୀକ୍ଷାରେ ସାରା ରାଜ୍ୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇଥିବା ପ୍ରଫେସର ବାସା ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି। ଏଥିସହ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଡକ୍ଟରାଲ ଫେଲୋ ଭାବେ ଗବେଷଣା କରିଛନ୍ତି। ଭୋପାଳ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟ, କୋଲକାତା ଇଣ୍ଡିଆନ୍‌ ମ୍ୟୁଜିୟମ୍‌ ଏବଂ ଆନ୍ଥ୍ରୋପୋଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ପୂର୍ବତନ ନିର୍ଦ୍ଦେଶକ ଭାବେ କାର୍ଯ୍ୟକରି ସେ ପ୍ରଶଂସିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୫ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର,୧୮ା୬(ଅନୁରାଧା ମହାରଣା) – ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଥିବାବେଳେ ସାରା ଓଡ଼ିଶାରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଆସନ୍ତା ୫ଦିନ...

ଲାଞ୍ଚ ନେଲା ବେଳେ ASI ଙ୍କୁ ମାଡିବସିଲା ଭିଜିଲାନ୍ସ, ଜମି ବିବାଦ ପାଇଁ…

ପୁରୀ,୧୮।୬: ବୁଧବାର ପୁରୀ ଜିଲା ଚନ୍ଦନପୁର ଥାନାର ସହକାରୀ ଉପ-ନିରୀକ୍ଷକ (ଏଏସଆଇ) ପ୍ରଭାତ କୁମାର ପ୍ରଧାନଙ୍କୁ ଭିଜିଲାନ୍ସ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଏକ...

କାର୍ଯ୍ୟରେ ଅବହେଳା: ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ସସ୍‌ପେଣ୍ଡ

ଧର୍ମଶାଳା,୧୮।୬(ଶିବ ପ୍ରସାଦ ମହାନ୍ତି): ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ଥିତି ଗମ୍ଭୀର ରହିଛି। ଏଭଳି ସ୍ଥିତିରେ କାର୍ଯ୍ୟରେ ଅବହେଳା ଲାଗି...

ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ AI ଭିଡିଓ ପୋଷ୍ଟ କରି ଯୁବକ ଗିରଫ

ଭୁବନେଶ୍ୱର,୧୮।୬: ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ AI ତିଆରି ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ଅଭିଯୋଗରେ ରାୟଗଡ଼ା ଜିଲାର ଜଣେ ଯୁବକଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ...

ନବୀନ ପଟ୍ଟନାୟକଙ୍କୁ ହୋଇଥିବା ସର୍ଭାଇକାଲ ଆର୍ଥ୍ରାଇଟିସ୍‌ ରୋଗ କ’ଣ, ଏହାର ଚିକିତ୍ସା କିପରି ହୁଏ ?

ଭୁବନେଶ୍ୱର,୧୮।୬: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଚାଲିଥିବା ଚର୍ଚ୍ଚା ମଧ୍ୟରେ ସର୍ଭାଇକାଲ ଆର୍ଥ୍ରାଇଟିସ୍‌ (Cervical Arthritis) ଚିକିତ୍ସା ପାଇଁ ସେ ମୁମ୍ବାଇ...

ଚିକିତ୍ସା ପାଇଁ ଯିବା ପୂର୍ବରୁ ଏହି ନେତାମାନଙ୍କୁ ବିଜେଡି ଦାୟିତ୍ୱ ଦେଲେ ନବୀନ, ସମ୍ଭାଳିବେ ସବୁକିଛି

ଭୁବନେଶ୍ୱର,୧୮।୬: ବିଜୁ ଜନତା ଦଳ (ବିଜେଡି) ସଭାପତି ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ଭାଇକାଲ ଆର୍ଥ୍ରାଇଟିସ୍‌ର ଚିକିତ୍ସା ପାଇଁ ମୁମ୍ବାଇ ଯାତ୍ରା କରିବା...

IAS ଧୀମାନ ଚକମାଙ୍କ ତ୍ରିପୁରାସ୍ଥିତ ଜନ୍ମସ୍ଥାନରେ ତଦନ୍ତ କଲା ଓଡ଼ିଶା ଭିଜିଲାନ୍ସ

ଭୁବନେଶ୍ୱର,୧୮।୬: ଲାଞ୍ଚ ନେବା ମାମଲାରେ ଗିରଫ ହୋଇଥିବା ଆଇଏଏସ ଅଧିକାରୀ ଧୀମାନ ଚକମାଙ୍କ ସହ ଜଡ଼ିତ ସ୍ଥାନଗୁଡ଼ିକରେ ତଦନ୍ତ ପାଇଁ ତ୍ରିପୁରା ଓ ହିମାଚଳ ପ୍ରଦେଶରେ...

ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସିବେ ପ୍ରଧାନମନ୍ତ୍ରୀ, ଏହିସବୁ ଅଞ୍ଚଳରେ ସ୍କୁଲ ବନ୍ଦ

ଭୁବନେଶ୍ୱର, ୧୮।୬: ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୨୦ ଜୁନ (ଶୁକ୍ରବାର) ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ ସମାବେଶ ଆୟୋଜନ କରାଯାଉଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri