କିଶୋର ବାସା ‘ଟାଗୋର ନ୍ୟାଶନାଲ ଫେଲୋ’ ମନୋନୀତ

ଭୁବନେଶ୍ୱର,୨୭।୪(ବ୍ୟୁରୋ)-ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଉତ୍କଳ ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ବିଭାଗ ପୂର୍ବତନ ମୁଖ୍ୟ ପ୍ରଫେସର କିଶୋର କୁମାର ବାସାଙ୍କୁ ସମ୍ମାନଜନକ ‘ଟାଗୋର ନ୍ୟାଶନାଲ ଫେଲୋ’ ଭାବେ ମନୋନୀତ କରାଯାଇଛି। ଭୋପାଳସ୍ଥିତ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟରେ ସେ ମେ ପହିଲାରୁ ଦୁଇବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହି କାର୍ଯ୍ୟ କରିବେ। ସେଠାରେ ପ୍ରଫେସର ବାସା ଊନବିଂଶ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ନୃତତ୍ତ୍ୱ ଓ ସଂଗ୍ରହାଳୟର ପରିବର୍ତ୍ତନ ଧାରା ଉପରେ ଗବେଷଣା କରିବେ। ୧୯୭୩ ମସିହା ମାଟ୍ରିକ ପରୀକ୍ଷାରେ ସାରା ରାଜ୍ୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇଥିବା ପ୍ରଫେସର ବାସା ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି। ଏଥିସହ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଡକ୍ଟରାଲ ଫେଲୋ ଭାବେ ଗବେଷଣା କରିଛନ୍ତି। ଭୋପାଳ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟ, କୋଲକାତା ଇଣ୍ଡିଆନ୍‌ ମ୍ୟୁଜିୟମ୍‌ ଏବଂ ଆନ୍ଥ୍ରୋପୋଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ପୂର୍ବତନ ନିର୍ଦ୍ଦେଶକ ଭାବେ କାର୍ଯ୍ୟକରି ସେ ପ୍ରଶଂସିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ନର୍ସିଂ ଛାତ୍ରୀଙ୍କ ସାଇକଲ ଚୋରି, ସିସିଟିଭିରେ ରେକର୍ଡ

ବଲାଙ୍ଗୀର,୧୨।୫(ସୁନିଲ କୁମାର ମହାନ୍ତି): ହସ୍ପିଟାଲ ଭିତରେ ପୀଡିତ ରୋଗୀଙ୍କୁ ସେବା ଯୋଗାଉଥିବାବେଳେ ଜଣେ ନର୍ସିଂ ଛାତ୍ରୀଙ୍କ ସାଇକଲକୁ ହସ୍ପିଟାଲ ପରିସରରୁ ଜଣେ ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ…

ଯୌତୁକ ପାଇଁ ବଧୂ ହତ୍ୟା: ସ୍ୱାମୀ, ଶାଶୁ , ଶଶୁର ଗିରଫ

ନନ୍ଦପୁର,୧୨।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଖୁର୍ଜୀ ପଞ୍ଚାୟତ ନନ୍ଦୀଗାଁରେ ସୋମବାର ଜଣେ ନବବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼…

NEET-UG ପରୀକ୍ଷା ବାତିଲ; ସମାଲୋଚନା କଲେ ନବୀନ, ପରୀକ୍ଷାର୍ଥୀଙ୍କ ପ୍ରତି ବିଶ୍ୱାସଘାତକତା…

ଭୁବନେଶ୍ବର,୧୨।୫: NEET- UG ୨୦୨୬ ପରୀକ୍ଷାକୁ NTA ବାତିଲ କରିଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ମେ ୩ ତାରିଖରେ ହୋଇଥିବା ପରୀକ୍ଷା ରଦ୍ଦ  କରାଯାଇଛି ।…

ରାମଚନ୍ଦ୍ରପୁରରେ ଟ୍ରେନ ରହଣି ଦାବି

ଲାଞ୍ଜିଗଡ଼, ୧୨।୫ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ପଞ୍ଚାୟତର ରାମଚନ୍ଦ୍ରପୁର ପାସେଞ୍ଜର ହଲଟରେ ଟ୍ରେନ ରହଣି ଦାବି କରି ରେଳଯାତ୍ରୀ…

ମତୁଆଳି ଗ୍ରାମରେ ଦନ୍ତା ହାତୀର ଜଳକ୍ରୀଡା, ଆତଙ୍କିତ ଗ୍ରାମବାସୀ

ଦେବଗଡ,୧୨।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲ୍ଲା ବାରକୋଟ ବ୍ଳକ ଦେବଗଡ ବନଖଣ୍ଡ ଦନ୍ତାରିବାହାଲ ଗ୍ରାମରେ ଦନ୍ତା ହାତୀଙ୍କ ଆତଙ୍କ ଦେଖିବାକୁ ମିଳିଛି । ଗାଁର ମତୁଆଳି ନାଳରେ…

ଶହୀଦ ମାଧୋ ସିଂଙ୍କ ଜୀବନୀରେ ଭୁଲ ତଥ୍ୟକୁ ନେଇ ବିଜେଡିର ପ୍ରତିବାଦ, ସରକାରଙ୍କୁ ଦାବିପତ୍ର

ବରଗଡ଼, ୧୨।୫ (ପ୍ରେମାନନ୍ଦ ଖମାରୀ): ଭାରତର ସ୍ୱାଧୀନତା ସଂଗ୍ରାମରେ ବରଗଡ଼ ମାଟିର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ପରିପ୍ରେକ୍ଷିତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ…

ପଞ୍ଚାୟତ,ପୌର ନିର୍ବାଚନ ପୂର୍ବରୁ ଭାଜପାର ରଣନୀତି : ନୀତିନ ନବୀନଙ୍କ ଗସ୍ତକୁ ନେଇ ମନମୋହନ କହିଲେ…

ଭୁବନେଶ୍ୱର, ୧୨/୫ : ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ୧୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟ ଭାଜପା ମୁଖ୍ୟାଳୟରେ ଆୟୋଜିତ ଜିଲାସ୍ତରୀୟ ପ୍ରଶିକ୍ଷଣ…

ଘୁମୁସର ବନଖଣ୍ଡରେ ବଣ୍ଟନ ହେବ ୩୫ ଲକ୍ଷ ଚାରା, ବନ୍ୟପ୍ରାଣୀଙ୍କ ଖାଦ୍ୟ ପାଇଁ ୪୦ ପ୍ରତିଶତ ଫଳନ୍ତି ଚାରା ଲାଗିବ

ଭଞ୍ଜନଗର,୧୨।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ରାଜ୍ୟର ଏକ ପୁରାତନ ବନଖଣ୍ଡ । ଏହି ବନଖଣ୍ଡ ୧୮୩୦ ମସିହାରେ ବ୍ରିଟିଶ ଶାସକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri