କିମ୍‌ ଜଙ୍ଗ୍‌ ଉନ୍‌ଙ୍କୁ ନେଇ ବଢ଼ୁଛି ଗୁଜବ

ସିଓଲ,୨୭ା୪: ଉତ୍ତରକୋରିଆ ନେତା କିମ୍‌ ଜଙ୍ଗ୍‌ ଉନ୍‌ ଦୀର୍ଘଦିନ ଅନୁପସ୍ଥିତ ରହିବା ଏବଂ ଏ ସମ୍ପର୍କରେ ଦେଶ ପକ୍ଷରୁ କୌଣସି ସୂଚନା ଦିଆ ନ ଯିବା ଘଟଣା ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗୁଜବ ବଢ଼ାଇଛି। ଏପରିକି ତାଙ୍କର ମୃତ୍ୟୁ ଘଟିଥିବା ନେଇ ମଧ୍ୟ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ତେବେ ତାଙ୍କ ନାଁରେ ବିଦେଶୀ ନେତାମାନଙ୍କ ପାଖକୁ ପତ୍ର ଓ ଉପହାର ପଠାଯାଉଛି। ଦେଶର ଗଣମାଧ୍ୟମ ମଧ୍ୟ ପୂର୍ବଭଳି ଭାବେ କିମ୍‌ଙ୍କ ଗୁଣଗାନ କରୁଛି। ତେଣୁ ସେଠାରେ କିଛି ଅସ୍ବାଭାବିକ ଦେଖିବାକୁ ମିଳୁନାହିଁ ବୋଲି ଦକ୍ଷିଣ କୋରିଆ କହିଛି। ଅସ୍ତ୍ରୋପଚାର ପରେ କିମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ଖବର ଠିକ୍‌ ନୁହେଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି।
ଏସବୁ ସତ୍ତ୍ୱେ କିମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଆଣବିକ ରାଷ୍ଟ୍ରର ଭାଗ୍ୟକୁ ନେଇ ଗୁଜବ ବନ୍ଦ ହେବା ନାଁ ଧରୁନି। ଏହାର ମୁଖ୍ୟ କାରଣ ହେଉଛି ଦୁଇ ସପ୍ତାହ ହେଲା ଉତ୍ତର କୋରିଆ ନେତାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିନାହିଁ। ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ କଥା ଉଠୁଥିଲାବେଳେ ଦେଶ ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟୀକରଣ ଦିଆଯାଉନାହିଁ। ଦେଶର ବିଶେଷଜ୍ଞ, ବୈଦେଶିକ ଅଧିକାରୀ ଓ ଗୋଇନ୍ଦା ସଂସ୍ଥା ମଧ୍ୟ ସତ୍ୟତା ଜାଣିବାକୁ ଉଦ୍ୟମ ଜାରି ରଖିଛନ୍ତି।
ସୋସିଆଲ ମିଡିଆରେ ପ୍ରସାରିତ ଖବର ଅନୁଯାୟୀ ଉତ୍ତର କୋରିଆ ନେତାଙ୍କ ଗୋଇଠି ମୋଡ଼ି ହୋଇଯିବା ଭଳି ସାମାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଛି ଓ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି କିମ୍ବା ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଆହୁରି ମଧ୍ୟ ଖବର ଆସୁଛି, ଭୁଲ୍‌ ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ପରେ କିମ୍‌ ବ୍ରେନ୍‌ ଡେଡ୍‌ କିମ୍ବା ସମ୍ପୂର୍ଣ୍ଣ ଅଚଳ ଅବସ୍ଥାରେ ଅଛନ୍ତି। ତାଙ୍କୁ ଅସ୍ତ୍ରୋପଚାର କରୁଥିବା ଡାକ୍ତରଙ୍କ ମଧ୍ୟରୁ ଜଣେ ଚାଇନାର ଥିଲେ। କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି କିମ୍‌ କୋଭିଡ୍‌-୧୯ରେ ସଂକ୍ରମିତ ହୋଇଥାଇପାରନ୍ତି। ଚାଇନା ଡାକ୍ତରଙ୍କଠାରୁ ଏହି ରୋଗ ତାଙ୍କୁ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି।
ଦକ୍ଷିଣ କୋରିଆ ମେସେଜିଂ ଆପ୍‌ରେ ପ୍ରସାରିତ ଗୁଜବ ଅନୁଯାୟୀ ଫ୍ରାନ୍ସର ଡାକ୍ତରମାନେ କିମ୍‌ଙ୍କୁ କୋମାରୁ ମୁକ୍ତ କରି ପାରିନାହାନ୍ତି।
ତାଙ୍କ ସାବତ ଭାଇ କିମ୍‌ ପ୍ୟୋଙ୍ଗ-ଇଲ୍‌ ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଥିବା ଚାଇନା ନେତାଙ୍କ ସହାୟତାରେ କ୍ଷମତା ଦଖଲ କରିଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ କିମ୍‌ଙ୍କ ଭଉଣୀ କିମ୍‌ ୟୋ ଜଙ୍ଗ୍‌ ପ୍ରଥମ ମହିଳା ଭାବେ ଉତ୍ତର କୋରିଆର ନେତୃତ୍ୱ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗଙ୍କ ସହ କିମ୍‌ଙ୍କ ଶିଖର ବୈଠକ ବେଳେ ତାଙ୍କ ଭଉଣୀ ପାଖରେ ଥିଲେ। ୨୦୧୮ ଓ୍ବିଣ୍ଟର ଅଲିମ୍ପିକ୍ସ ପାଇଁ ଅନୁଷ୍ଠିତ ବୈଠକରେ ସେ ଉତ୍ତର କୋରିଆର ପ୍ରତିନିଧିତ୍ୱ କରିଥିଲେ ଓ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସଙ୍କ ପଛରେ ବସିଥିବା ଦେଖାଯାଇଥିଲା। ଭାଇ କିମ୍‌ଙ୍କ ଠାରୁ ବ୍ୟକ୍ତିଗତ ବାର୍ତ୍ତା ନେଇ ସେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଏ-ଇନ୍‌ଙ୍କୁ ସମିଟ୍‌ରେ ଯୋଗଦେବା ଲାଗି ଆମନ୍ତ୍ରଣ କରିଥିଲେ। ସେଥିପାଇଁ ତାଙ୍କୁ ପରବର୍ତ୍ତୀ ନେତା କରାଯାଇପାରେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି।
ଦକ୍ଷିଣ କୋରିଆ ଗଣମାଧ୍ୟମ ଏଭଳି ଅନ୍‌ଲାଇନ ଗୁଜବକୁ ଖଣ୍ଡନ କରିଛି। ତେବେ ଉତ୍ତରକୋରିଆ ମୁହଁ ଖୋଲୁ ନ ଥିବାରୁ ଏବଂ ବିଶ୍ୱର ସବୁଠୁ ଶକ୍ତିଶାଳୀ ଗୋଇନ୍ଦା ସଂସ୍ଥା ମଧ୍ୟ କିମ୍‌ଙ୍କ ଘନିଷ୍ଠ ସହଯୋଗୀ ସର୍କଲରେ ପଶିପାରୁ ନ ଥିବାରୁ ଗୁଜବକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇ ନ ପାରେ ବୋଲି ଦକ୍ଷିଣ କୋରିଆ କହିଛି। କିମ୍‌ ଶେଷ ଥର ପାଇଁ ଏପ୍ରିଲ ୧୧ରେ ସର୍ବସାଧାରଣରେ ଉପସ୍ଥିତ ହୋଇ ଏକ ପଲିଟିବ୍ୟୁରୋ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଦେଶର ପ୍ରତିଷ୍ଠାତା ତଥା କିମ୍‌ଙ୍କ ଅଜା କିମ୍‌ ଇଲ୍‌-ସଙ୍ଗଙ୍କ ଜନ୍ମଦିନ ଏପ୍ରିଲ ୧୫ ଧୂମ୍‌ଧାମରେ ପାଳିତ ହୋଇଥିଲା। ଏଥିରେ କିମ୍‌ ଯୋଗ ନ ଦେବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ବଢୁଛି କ୍ରେଜ : ପସନ୍ଦରେ ଯୋଗଡ୍ୟାନ୍ସ

କଟକ ଅଫିସ, ୨୧।୬ : ନୀରୋଗ ଜୀବନଯାପନ କରିବାର ମାଧ୍ୟମ ହେଉଛି ଯୋଗ। ଯୋଗ ଦ୍ୱାରା କେବଳ ଶାରୀରିକ ନୁହେଁ ମାନସିକ ଭାବେ ମଧ୍ୟ ଲୋକମାନେ...

ଅନ୍ତର୍ଜାତୀୟ ଯୋଗ ଦିବସ: ଆୟୁର୍ବେଦ ମୋବାଇଲ୍‌ ଆପ୍‌ ଲଞ୍ଚ୍‌ କରିବ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ନ୍ୟୁୟର୍କ,୧୮।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ଆୟୁର୍ବେଦ ଚିକିତ୍ସାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏକ ନୂତନ ପରିଚିତି ଦେବାକୁ ଯାଉଛି। ଏହି ଅବସରରେ ବିଶ୍ୱ...

ବିଏସ୍‌ଏଫ୍‌ ବାଟାଲିୟନ ପକ୍ଷରୁ ଯୋଗାଭ୍ୟାସ

ଚିତ୍ରକୋଣ୍ଡା,୨୧ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ୮ମ ବିଏସ୍‌ଏଫ୍‌ ବାଟାଲିୟନ ସହାୟତାରେ ସ୍ଥାନୀୟ ମିନି ଷ୍ଟାଡିଅମ ପଡ଼ିଆଠାରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ...

୧୭୨ ଦେଶ ଗୋଟିଏ ଦିନରେ କରିବେ ଯୋଗ

ନୂଆଦିଲ୍ଲୀ,୧୩।୬: ଆସନ୍ତା ୨୧ ତାରିଖରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଉଛି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ଚଳିତ ବର୍ଷ କିଛି ମୁସଲିମ୍‌ ଦେଶ...

ପାଣିରେ ଯୋଗାସନ କଲେ ଯବାନ

ଇଟାନଗର,୨୧।୬: ସମଗ୍ର ବିଶ୍ୱରେ ଶୁକ୍ରବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଯୋଗ ଦିବସକୁ ସ୍ମରଣୀୟ କରିବା ଯବାନମାନେ ପାଣି ଓ ପାହାଡ଼ ଉପରେ ଯୋଗ...

ଅନ୍ତର୍ଜାତୀୟ ଯୋଗ ଦିବସରେ ଯବାନଙ୍କ ସହ ଯୋଗ କଲା ଡଗ୍‌ ସ୍କ୍ବାଡ

ଶ୍ରୀନଗର,୨୧।୬: ଅନ୍ତର୍ଜାତୀୟ ଦିବସ ଅବସରରେ ସାରା ବିଶ୍ୱରେ ଯୋଗ ଦିବସ ପାଳନ କରାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଞ୍ଚିରେ ଜନସାଧାରଣଙ୍କ ସହ ଯୋଗ କରିଛନ୍ତି। ଯୋଗ...

ନେଦରଲାଣ୍ଡ ଯୋଗ ଦିବସ ପାଳନରେ ଉପସ୍ଥିତ ରହିଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

ଆମଷ୍ଟରଦମ,୧୬।୬: ଆଗକୁ ଆସୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ଜୁନ୍‌ ୨୧ରେ ପାଳନ କରାଯିବ ୫ମ ଅନ୍ତର୍ଜାତୀୟ ଯୋଗ ଦିବସ। ଏଥିପାଇଁ ସାରା ବିଶ୍ୱ ଏବେ ପ୍ରସ୍ତୁତି...

ଯୋଗ ଦିବସ ଉପଲକ୍ଷେ ସ୍ବତନ୍ତ୍ର କର୍ମଶାଳାର ଆୟୋଜନ କଲା ଏମ୍ସ

ନୂଆଦିଲ୍ଲୀ,୧୬।୬: ରାଜଧାନୀ ଦିଲ୍ଲୀରେ ଥିବା ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌ (ଏଆଇଆଇଏମ୍‌ଏସ୍‌)ରବିବାର ସକାଳୁ ଏକ ଯୋଗ କର୍ମଶାଳାର ଅୟୋଜନ କରିଥିଲା। ଆସନ୍ତା ୨୧...

Advertisement
Archives

Model This Week