କାହାର ପାଦ ଛୁଇଁଲେ ବରୁଣ

ମୁମ୍ବାଇ: ଜଣାଶୁଣା ଫିଲ୍ମ ନିର୍ମାତା ଡେଭିଡ ଧଓ୍ବନଙ୍କ ପୁଅ ହେଉଛନ୍ତି ବରୁଣ ଧଓ୍ବନ। ନିଜ ଅଭିନୟ ପାଇଁ ସେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ବେଶ୍‌ ପରିଚିତ। ହେଲେ ନିକଟରେ ବରୁଣଙ୍କର ଏମିତି ଏକ ଫଟୋ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ସମସ୍ତେ କହୁଛନ୍ତି ସତରେ ବରୁଣ ହେଉଛନ୍ତି ଜଣେ ଅମାୟିକ ବ୍ୟକ୍ତିତ୍ୱ। ଫଟୋରେ ବରୁଣ ଧଓ୍ବନ ଅଭିନେତା ବରୁଣ ଶର୍ମାଙ୍କ ପାଦ ଛୁଇଁଥିବା ଦେଖାଯାଇଛି। ଅସଲ କଥା ହେଲା ଉଭୟ କଳାକାର ଯେତେବେଳେ ମୁମ୍ବାଇରେ ଦେଖାହେଲେ ସେତେବେଳେ ବରୁଣ ଧଓ୍ବନ ବରୁଣ ଶର୍ମାଙ୍କ ପାଦ ଛୁଇଁବାକୁ ଯିବା ସମୟରେ ସେ ତାଙ୍କୁ ଅଟକାଇ ଦେଇଥିଲେ। ଆଉ ଏହାପରେ ଉଭୟେ ପରସ୍ପରକୁ ଆଲିଙ୍ଗନ କରି ଫଟୋଗ୍ରାଫରଙ୍କୁ ପୋଜ୍‌ ଦେଇଥିଲେ। କିନ୍ତୁ ଏହି ଫଟୋଟି ଦେଖିବା ପରେ ଚର୍ଚ୍ଚା ହୋଇଥିଲା କି ବରୁଣ ଧଓ୍ବନ ବେଶ୍‌ ଖୋଲା ମଣିଷଟିଏ। ଆଉ ସେ ଅନ୍ୟ କଳାକାରଙ୍କର ମଧ୍ୟ ସମ୍ମାନ କରନ୍ତି। ଉଭୟ କଳାକାର ଷ୍ଟ୍ରିଟ୍‌ ଡ୍ୟାନ୍ସର ଥ୍ରିଡିରେ ନଜର ଆସିବେ ତା’ସହ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ। ରେମୋ ଡିସୋଜା ଏହାର ନିର୍ଦ୍ଦେଶନା ଦେବେ। ଏହା ପୂର୍ବରୁ ଏହି ଯୋଡି ରୋହିତ ସେଟ୍ଟିଙ୍କ ଫିଲ୍ମ ‘ଦିଲଓ୍ବାଲେ’ରେ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାଜ୍‌ ଗଟ୍‌ ଟ୍ୟାଲେଣ୍ଟରେ ଭାରତୀୟ ଗ୍ରୁପ୍‌ର ଚମତ୍କାର ପ୍ରଦର୍ଶନ, ଭାବୁକ କଲା ‘ଭି ଅନ୍‌ବିଟେବୁଲ’: ଦେଖନ୍ତୁ ଭିଡିଓ

ମୁମ୍ବାଇ: ଆମେରିକୀୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଆମେରିକାଜ୍‌ ଗଟ୍‌ ଟ୍ୟାଲେଣ୍ଟ’ରେ ଚମତ୍କାର ପ୍ରଦର୍ଶନ କରିଛି ଭାରତୀୟ ଡ୍ୟାନ୍ସ ଗ୍ରୁପ୍‌ ‘ଭି. ଅନ୍‌ବିଟେବୁଲ’। ଏହି ଗ୍ରୁପ୍‌ର କଳାକାରଙ୍କ...

ପିଜାପ୍ରିୟ ପରିଣିତି

ପରିଣିତିଙ୍କ ସବୁଠୁ ପ୍ରିୟ ଖାଦ୍ୟ କ’ଣ ଜାଣନ୍ତି? ତାହା ହେଲା ପିଜା। କେବଳ ସେ ପିଜା ଖାଆନ୍ତି ନାହିଁ, ଭିନ୍ନ ଭିନ୍ନ ସ୍ବାଦର ପିଜା ମଧ୍ୟ...

ଡରୁଛନ୍ତି ଦୀପିକା

ଦୀପିକାଙ୍କ ମନରେ ଏବେ ଭୟ ଘାରିଛି। ଗୋଟିଏ କଥା ପ୍ରକାଶ କରିବାକୁ ସେ ଡରୁଛନ୍ତି। କଥା କ’ଣ କି ନିକଟରେ ସେ ଏକ ନୂଆ ସିନେମାରେ...

ନେଟଫ୍ଲିକ୍ସରେ ମାଧୁରୀଙ୍କ ପ୍ରଥମ ସିରିଜ

ମୁମ୍ବାଇ: ବଲିଉଡ ଧକ୍ ଧକ୍ ଗର୍ଲ ମାଧରୀ ଦିକ୍ଷିତ ନେନେ ନେଟଫ୍ଲିକ୍ସ ସିରିଜ ଦ ଫେମ ଗେମ ସହ ଡିଜିଟାଲ ଡେବ୍ୟୁ କରିବାକୁ ସମ୍ପୂର୍ଣ୍ଣ ଭାବେ...

ତିନି ଘଣ୍ଟାରେ ୧୫ କିଲୋ ଓଜନ ବଢାଇଲେ କ୍ରିତି

ମୁମ୍ବାଇ:ବଲିଉଡ୍‌ର କେତେଜର ଷ୍ଟାର ଅଛନ୍ତି ଯେଉଁମାନେ ନିଜ ଦମଦାର ଅନ୍ଦାଜ ପାଇଁ ରୁହନ୍ତି ଚର୍ଚ୍ଚାରେ । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କ୍ରିତି ଖରବନ୍ଦା ।...

ସବୁଠୁ ଦାମୀ ଏନଗେଜମେଣ୍ଟ ରିଂ

୨୦୧୬ରେ ଆମୀର ଖାନଙ୍କ ସୁପରହିଟ ଚଳଚ୍ଚିତ୍ର ଗଜିନରେ ଅଭିନୟ କରିଥିଲେ ଅଭିନେତ୍ରୀ ଆସିନ ଥଟ୍ଟୁମକାଲ। ସେ ଦକ୍ଷିଣ ଭାରତର ସବୁଠାରୁ ଦାମୀ ଅଭିନେତ୍ରୀ ଭାବେ ମଧ୍ୟ...

ବହୁମୁଖୀ ହାସ୍ୟାଭିନେତା ପ୍ରଭାକର

ପ୍ରଭାକର ସାହୁ। ଡାକନାମ ଚଗନ। ସେ ଯାତ୍ରା ଜଗତରେ ଏହି ନାମରେ ହିଁ ପରିଚିତ। ଚଗନ ଜଣେ ନିଆରା ମଣିଷ। ସମସ୍ତେ ତାଙ୍କୁ ମଞ୍ଚରେ ଦେଖନ୍ତି...

ରେକର୍ଡ ଭାଙ୍ଗିଲା ‘ପୋନ୍ନିୟନ ସେଲଭନ’: ୩ ଦିନରେ ୨୦୦ କୋଟିରୁ ଅଧିକ ଆୟ

ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟନ ସେଲଭନ’ ସେପ୍ଟେମ୍ବର ୩୦ରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବାକୁ ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ ଲାଗିରହିଛି। ଫିଲ୍ମଟି ରିଲିଜ୍‌...

Advertisement
Archives

Model This Week