କାଶ-ନିଶ୍ୱାସପ୍ରଶ୍ୱାସରୁ ବି ଚିହ୍ନଟ ହେବେ କରୋନା ସଂକ୍ରମିତ !

ବେଙ୍ଗାଲୁରୁ,୧୬।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ବହୁବିଧ ସଚେତନତା ଏବଂ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦିଆଯାଉଛି। ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନ(ଆଇଆଇଏସ୍‌ସି) ପକ୍ଷରୁ ଏକ ନୂଆ ପ୍ରକାରର ଉପକରଣ ନିର୍ମାଣ କରାଯାଇଛି। ଏହି ଉପକରଣ କାଶ ଏବଂ ନିଶ୍ୱାସପ୍ରଶ୍ୱାସ ଶୈଳୀରୁ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ସକ୍ଷମ ହେବ ବୋଲି ଆଇଆଇଏସ୍‌ସି କହିଛି। ଏହାଦ୍ୱାରା ସ୍ବାସ୍ଥ୍ୟକର୍ମୀମାନଙ୍କୁ ସଂକ୍ରମଣର ଆଶଙ୍କା ରହିବ ନାହିଁ। ଏହି ଉପକରଣ ଦ୍ୱାରା ନିଶ୍ୱାସପ୍ରଶ୍ୱାସ ତରଙ୍ଗ ଏବଂ କାଶରୁ ଏକ ବାୟୋମାର୍କର ପ୍ରସ୍ତୁତ କରାଯିବ। ଏନେଇ ୮ ଜଣ ଗବେଷକ ଗବେଷଣା ଜାରି ରଖିଛନ୍ତି। ନିଶ୍ୱାସପ୍ରଶ୍ୱାସ ତରଙ୍ଗ ଏବଂ କାଶକୁ ୫ ମିନିଟ୍‌ ପର୍ଯ୍ୟନ୍ତ ରେକର୍ଡିଂ କରାଯିବା ପରେ କରୋନା ସଂକ୍ରମଣ ହୋଇଛି କି ନାହିଁ ତାହା ପରୀକ୍ଷା କରାଯିବ। ଗବେଷଣାରୁ ମିଳିଥିବା ଜ୍ଞାନକୁ ପୃଥିବୀର ଅନ୍ୟ ଦେଶର ବୈଜ୍ଞାନିକଙ୍କୁ ଜଣାଇ ଦିଆଯିବ ଯାହାଦ୍ୱାରା କରୋନ ସହିତ ଲଢ଼େଇ କରିବାରେ ସହଜ ହେବ ବୋଲି ଆଇଆଇଏସ୍‌ସିର ପ୍ରଫେସର ଶ୍ରୀରାମ ଗଣପତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୧୭।୫: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ବିରୋଧରେ ହୋଇଥିବା ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ସୋମବାର ୨ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି।...

ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ଗାଇଡ୍‌ଲାଇନ

ନୂଆଦିଲ୍ଲୀ, ୫।୧୧: ସାରା ଦେଶରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଗୁରୁବାର ଗାଇଡ୍‌ଲାଇନ ଜାରି କରିଛନ୍ତି। ନୂଆ ଗାଇଡ୍‌ଲାଇନ...

ଆଜି ବି ୧୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୪ା୩(ବ୍ୟୁରୋ): ରାଜ୍ୟରେ ସୋମବାର ବି ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଆଜି ରାଜ୍ୟରୁ ୬୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

ହାଇବ୍ରିଡ୍‌ ହେବ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୧୩ା୬ : ଏଥର ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ହାଇବ୍ରିଡ୍‌ ହୋଇପାରେ। ଅର୍ଥାତ୍‌ ଉଭୟ ରାଜ୍ୟ ସଭା ଓ ଲୋକ ସଭାରେ ସଦସ୍ୟଙ୍କ ଉପସ୍ଥିତି ବ୍ୟକ୍ତିଗତ ଏବଂ...

କଂଗ୍ରେସର ନିଦ ଭାଙ୍ଗୁନାହିଁ: ମୋଦି

ନୂଆଦିଲ୍ଲୀ,୨୦।୭: ସଂସଦର ମୌସୁମୀ ଅଧିବେଶନରେ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଭାଜପା ସଂସଦୀୟ ଦଳର ଏକ...

ସାମ୍ପ୍ରଦାୟିକ ଦଙ୍ଗା ଷଡ଼ଯନ୍ତ୍ର: ମରିସସ୍‌ରୁ ଆସିଥିଲା ୫୦ କୋଟି

ନୂଆଦିଲ୍ଲୀ, ୭।୧୦: ଉତ୍ତରପ୍ରଦେଶ ହାଥରସ୍‌ ମାମଲାରେ ସାମ୍ପ୍ରଦାୟିକ ଦଙ୍ଗା ଷଡ଼ଯନ୍ତ୍ର ପାଇଁ ମରିସସ୍‌ରୁ ୫୦ କୋଟି ଟଙ୍କା ଆସିଥିଲା। ଏସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ପକ୍ଷରୁ ସୂଚନା...

ଆସନ ବଞ୍ଚାଇପାରିଲେନି ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୧୦।୩ : ଉତ୍ତରପ୍ରଦେଶ ଜନାଦେଶର ଚିତ୍ର ଏବେ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି। ଭାଜପା ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା କେଶବ ପ୍ରସାଦ ମୌର୍ଯ୍ୟ ସିରାଥୁ...

ଉଦ୍ଧବ-ରିଆଙ୍କୁ ଝଟ୍‌କା: ଦାଖଲ କରାଯିବ ରିଭ୍ୟୁ ପିଟିଶନ୍‌

ନୂଆଦିଲ୍ଲୀ, ୧୯।୮: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ ଏବେ ସିବିଆଇ କରିବ। ଏନେଇ ସୁପ୍ରିମ୍‌କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।...

Advertisement
Archives

Model This Week