Posted inଜାତୀୟ

କାଶୀରେ ଖୋଲିଲା ପ୍ରଥମ ଓ୍ବାଟର ବ୍ୟାଙ୍କ: ଖାତା ଖୋଲିବାକୁ ଆଧାର ବାଧ୍ୟତାମୂଳକ

ବାରଣାସୀ,୪।୮: ଉତ୍ତର ପ୍ରଦେଶ କାଶୀର ଅଧିକାଂଶ ଅଞ୍ଚଳରେ ଏବେବି ଶୁଦ୍ଧ ପାନୀୟ ଜଳ ସଙ୍କଟ ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ମୁସଲିମ ରାଷ୍ଟ୍ରୀୟ ମଞ୍ଚ ଓ ବିଶାଳ ଭାରତ ସଂସ୍ଥା ଶକ୍କର ତାଲାବଠାରେ ଏକ ଓ୍ବାଟର ବ୍ୟାଙ୍କ ଆରମ୍ଭ କରିଛନ୍ତି। ଏଠାକୁ ଆସୁଥିବା ଲୋକଙ୍କୁ ନିୟମିତ ୨୦ରୁ ୮୦ ଲିଟର ପର୍ଯ୍ୟନ୍ତ ପାଣି ମାଗଣାରେ ମିଳିପାରିବ। ଆହୁରି ମଧ୍ୟ ଏଠାରୁ ପାଣି ନେଉଥିବା ଲୋକେ ଶପଥ କରିବେ କି ପାଣି ଯେପରି ନଷ୍ଟ ନ କରାଯାଏ। ଏବେ ଏହି ବ୍ୟାଙ୍କର ସୁବିଧା ପାଖାପାଖି ୨ଶହ ପରିବାର ପାଉଛନ୍ତି। ଏହି ବ୍ୟାଙ୍କରେ ଖାତା ଖୋଲିବାକୁ ଆଧାରକାର୍ଡକୁ ବାଧ୍ୟତାମୂଳକ କରାଯାଇଛି। ଏହାସହ ତିନୋଟି ପାସପୋର୍ଟ ସାଇଜ୍‌ ଫଟୋଗ୍ରାଫ ମଧ୍ୟ ଆବଶ୍ୟକ ପଡୁଛି। ବ୍ୟାଙ୍କର ଚେୟାରମ୍ୟାନ ଡ. ରାଜୀବ ଶ୍ରୀବାସ୍ତବ କୁହନ୍ତି ସାଧାରଣ ବ୍ୟାଙ୍କ ଭଳି ଏହା କାମ କରୁଛି। ଏଥିରେ ଖାତା ଖୋଲିବା ସହ ଦିନକୁ କିଏ କେତେ ଲିଟର ପାଣି ନେଲେ ତାହା ଏଣ୍ଟ୍ରି କରାଯାଉଛି। ଆଉ ପାଣି ନେବା ପାଇଁ ଓ୍ବିଡ୍ରାଲ ଫର୍ମ ମଧ୍ୟ ପୂରଣ କରିବାକୁ ପଡୁଛି। ଏଠାରେ ମ୍ୟାନେଜରଙ୍କ ସମେତ ଆଉ ୬ ଜଣ କର୍ମଚାରୀ କାମ କରୁଛନ୍ତି। ତେବେ ଯେଉଁମାନେ ଏଠାରୁ ପାଣି ନେଉଛନ୍ତି ସେମାନେ ଏହାକୁ ଠିକ୍‌ ଭାବେ ଉପଯୋଗ କରୁଛନ୍ତି କି ନା ତା’ର କାଉନସିଲିଂ ମଧ୍ୟ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଳ ସଂରକ୍ଷଣ ଯୋଜନାକୁ ଦେଖି ଏଭଳି ବ୍ୟାଙ୍କ ଖୋଲା ଯାଇଥିବା ଡ. ଶ୍ରୀବାସ୍ତବ କହିଛନ୍ତି। ଏହା ପାଇଳଟ ପ୍ରୋଜେକ୍ଟ ଭାବେ ଖୋଲା ଯାଇଥିବା ବେଳେ ଏହାର ସଫଳତାକୁ ଦେଖି ଆଗକୁ ଆହୁରି ଏମିତି ବ୍ୟାଙ୍କ ଖୋଲା ଯିବାର ବ୍ୟବସ୍ଥା ରହିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ପ୍ରଦେଶ ନିର୍ବାଚନ: ଭୋଟ ଦେଲେନି ମୁଲାୟମଙ୍କ ପତ୍ନୀ, ବୋହୂ , ପୁଅ!

ଲକ୍ଷ୍ନୌ,୨୧ ।୨: ଉତ୍ତର ପ୍ରଦେଶର ଇଟାୱାରେ ଯେ କୌଣସି ନିର୍ବାଚନ ହେଉନା କାହିଁକି ସମସ୍ତଙ୍କର କିନ୍ତୁ ନଜର ଥାଏ ମୁଲାୟମ ସିଂ ଯାଦବଙ୍କ ପରିବାର ଉପରେ...

ଜେଲ୍‌ରେ ଥାଇ ମନ୍ଦ ରାଜନୀତି କରୁଛନ୍ତି ଲାଲୁ: ସୁଶୀଲ ମୋଦି

ପାଟନା,୨୫।୧୧: ବିହାର ବିଧାନସଭା ବାଚସ୍ପତି ପଦ ପାଇଁ ବୁଧବାର ନିର୍ବାଚନ ଚାଲିଛି। ଏହା ପୂର୍ବରୁ ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ଏକ ଅଡିଓ ଭାଇରାଲ...

ଆଇଆଇଟି ମାଡ୍ରାସରେ ୫ଜିର ସଫଳ ପରୀକ୍ଷଣ

ଚେନ୍ନାଇ,୧୯।୫: ଆଇଆଇଟି ମାଡ୍ରାସରେ ୫ଜି କଲ୍‌ର ସଫଳତାର ସହ ପରୀକ୍ଷଣ କରାଯାଇଛି। ଏହି ଅବସରରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୫ଜି ଭଏସ୍‌ ଏବଂ...

ଭାଜପାକୁ କଡା ଚ୍ୟାଲେଞ୍ଜ୍‌ ଦେଲେ ଦିଦି: ଦମ୍‌ ଅଛି ତ ୩୦ ଆସନ ଜିତି ଦେଖାଅ

କୋଲକତା,୨୯।୧୨: ପୁଣି ଭାଜପା ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବୀରଭୂମରେ ମଙ୍ଗଳବାର ପଦଯାତ୍ରା ବାହାର କରି ଏକ ରାଲିରେ ସମ୍ବୋଧିତ କରିଥିଲେ। ମମତା...

କୁଳଭୂଷଣଙ୍କୁ କୂଟନୈତିକ ସହଯୋଗ ମାମଲା: ସର୍ତ୍ତକୁ ନେଇ ବଢୁଛି ଅଡ଼ୁଆ

ଇସ୍‌ଲାମାବାଦ,୪ା୮(ପି.ଟି.): ପାକିସ୍ତାନ ସେନା ଅଦାଲତରେ ମୃତ୍ୟୁ ଦଣ୍ଡାଦେଶ ପାଇ ବନ୍ଦିଥିବା ଭାରତର ପୂର୍ବତନ ସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ କୂଟନୈତିକ ସହାୟତା ଯୋଗାଇ ଦେବା ଲାଗି...

ବରିଷ୍ଠ ନେତାଙ୍କ ଉପରେ ବର୍ଷିଲେ ରାହୁଲ: କହିଲେ, ପୁଅ ମୋହ ଯୋଗୁ ଆଜି ଦଳର ଏଭଳି ଅବସ୍ଥା

ନୂଆଦିଲ୍ଲୀ: କ୍ରମାଗତ ଦୁଇ ଦୁଇଟା ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ପାର୍ଟି ଶନିବାର ଏକ ମାରାଥନ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଆତ୍ମଚିନ୍ତନ...

କରୋନା ଭାଇରସ ନୂଆ ଷ୍ଟ୍ରେନ୍ ପୀଡ଼ିତଙ୍କ ସଂଖ୍ୟା ୮୨କୁ ବୃ୍‌ଦ୍ଧି: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୮ ।୧:କରୋନା ଭାଇରସର ପ୍ରଥମ ପର୍ଯ୍ୟାୟ ଶେଷ ହୋଇ ନ ଥିବା ବେଳେ ବ୍ରିଟେନରୁ ଆସିଥିବା ନୂଆ ଷ୍ଟ୍ରେନରେ ପାଖାପାଖି ୮୨ ଜଣ ସଂକ୍ରମିତ ହୋଇଥିବା...

ଚାଇନା ସୀମାକୁ ପଠାଇଲା ବୋମା ବର୍ଷି ବିମାନ

ନୂଆଦିଲ୍ଲୀ,୧୯ ।୧୧: ଭାରତ ସହ ଲଦ୍ଦାଖ ସୀମାରେ ଲାଗିରହିଥିବା ବିବାଦ ମଧ୍ୟରେ ଚାଇନା ଏଲ୍‌ଏସିରେ ବୋମା ବର୍ଷି ଏଚ୍‌-୬କେ ବିମାନ ମୁତୟନ କରିଦେଇଛି । ଯାହା...

Advertisement
Archives

Model This Week