କାର୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ପ୍ରତିବାଦରେ ରାସ୍ତାରୋକୋ

ଚିତ୍ରଡା,୨୪ା୧(ଡି.ଏନ୍‌.ଏ.)- କାର୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ପ୍ରତିବାଦରେ ମୟୂରଭଞ୍ଜ ଜିଲା ସଦର ଥାନା ଅନ୍ତର୍ଗତ ବାଘୁଆଶୋଳ ଛକରେ ଗୁରୁବାର ରାସ୍ତାରୋକୋ କରାଯାଇଥିଲା। ବାଘୁଆଶୋଳ ଏବଂ ନିଚୁଆପଦା ଗ୍ରାମବାସୀ ପୂର୍ବାହ୍ନ ୧୦ଟାରୁ କ୍ଷତିପୂରଣ ଦାବିରେ ରାସ୍ତାରେ ମୃତଦେହ ରଖି ବସି ରହିଥିଲେ। ଫଳରେ ଦୀର୍ଘ ୪ ଘଣ୍ଟା ଧରି ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବାରିପଦା ସଦର ଥାନା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା।
ଉଲ୍ଲେଖଯୋଗ୍ୟ ଯେ, ବୁଧବାର ରାତିରେ ବାରିପଦା-ଚିତ୍ରଡା ରାସ୍ତାର ବାଘୁଆଶୋଳ ନିକଟରେ ଏକ କାର ସିରିଜ ଦୁର୍ଘଟଣା ଘଟାଇଥିଲା। ସେହି ଦୁର୍ଘଟଣାରେ ନିଚୁଆପଦା ଅଞ୍ଚଳର ମିନା ବେହେରା ଏବଂ ଅନ୍ୟ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ମିନାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟୋଲ୍ ଗେଟ୍ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ବାପ-ପୁଅ: ପେଟରୁ ବାହାରି ପଡ଼ିଲା ଅନ୍ତବୁଜୁଳା, ଉଭୟ…

ବୈଶିଙ୍ଗା, ୧୮।୭ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପଦ୍ମନାଭପୁର ଟୋଲ୍ ଗେଟ୍‌ରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଗାଡ଼ି…

ରାସ୍ତା ଜଳମଗ୍ନ ଯୋଗୁ ଉତ୍ତେଜନା: ଯୁଗପୁରା ବଜାରଠାରେ ଟାୟାର ଜାଳି ରାସ୍ତାରୋକ, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

ବୈଶିଙ୍ଗା, ୧୮।୭ (ରତନ ଦାଶ): ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ଶନିବାର ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା…

ରଥଯାତ୍ରାରେ ଅଘଟଣ, ଖେଳୁଥିବା ବେଳେ ଗାଡିଆରେ ବୁଡ଼ି ୩ବର୍ଷ ଶିଶୁର ମୃତ୍ୟୁ

ବୈଶିଙ୍ଗା,୧୬।୭(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମରେ ଗୁରୁବାର ପବିତ୍ର ରଥଯାତ୍ରା ଉପଲକ୍ଷେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri