କାର୍‌ ଆଗ ସିଟ୍‌ରେ ବେଲ୍ଟ ବାନ୍ଧି ଶିଶୁଙ୍କୁ ନେବା ମନା : ପୋଲିସ କମିଶନରଙ୍କ ଚିଠିର ଉତ୍ତର ରଖିଲେ ଆର୍‌ଟିଓ

ଭୁବନେଶ୍ୱର,୧୬ା୯(ବ୍ୟୁରୋ) : କାର୍‌ର ଆଗ ସିଟ୍‌ରେ ୬ବର୍ଷ କିମ୍ବା ଏହାଠାରୁ କମ୍‌ ବର୍ଷ ବୟସର ପିଲାଙ୍କୁ ବସାଇ ନେବା ମନା। ଏପରିକି ସିଟ୍‌ ବେଲ୍ଟ ବାନ୍ଧି ନିଆଯିବା ମଧ୍ୟ ଠିକ୍‌ ନୁହେଁ। ଏହା ଶିଶୁଙ୍କ ପାଇଁ ବିପଦ ଆଣିପାରେ। ତେଣୁ ଏହାକୁ ଦଣ୍ଡନୀୟ ଭାବେ ବିଚାର କରାଯାଇପାରେ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଆର୍‌ଟିଓ ସୂଚନା ଆଧାରରେ କହିଛନ୍ତି।
ମିଳିଥିବା ସୂଚନାନୁସାରେ, ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଛି। କାରଣ ଏଯାଏ ବହୁ ନିୟମ ବିଷୟରେ ଲୋକେ ଜାଣିନାହାନ୍ତି। ଏଥିପାଇଁ କମିଶନର ଷଡ଼ଙ୍ଗୀ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ିହୋଇଛନ୍ତି। ନିକଟରେ ଜଣେ ବ୍ୟକ୍ତି କମିଶନରଙ୍କୁ ଟୁଇଟ୍‌ କରି କାର୍‌ରେ ଛୋଟ ଶିଶୁଙ୍କ ଯାତାୟାତ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ଏ ସଂକ୍ରାନ୍ତରେ ଉତ୍ତର ରଖିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆର୍‌ଟିଓ-୧କୁ ଜଣାଇବାକୁ କୁହାଯାଇଥିଲା। ଆର୍‌ଟିଓ ପ୍ରଦୀପ ମହାନ୍ତି ଜଣାଇନ୍ତି ଯେ, କାର୍‌ର ଆଗ ସିଟ୍‌ରେ ୬ ବର୍ଷ କିମ୍ବା ଏହାଠାରୁ କମ୍‌ ବର୍ଷର ଶିଶୁଙ୍କୁ ସିଟ୍‌ବେଲ୍ଟ ବାନ୍ଧି କେହି ନେଇପାରିବେ ନାହିଁ। କାରଣ ଗାଡ଼ିଟି ହମ୍ସ କିମ୍ବା ଖାଲରେ ପଡ଼ିଗଲେ ପିଲାଟି ସିଟ୍‌ରୁ ବାହାରି ଯିବାର ସମ୍ଭାବନା ରହିଛି। ତେଣୁ ଶିଶୁଙ୍କୁ ଏଭଳି ନେବା ଦଣ୍ଡନୀୟ। କିନ୍ତୁ କାର ଆଗରେ ଜଣେ ବୟସ୍କ ବ୍ୟକ୍ତି ଏହି ବୟସର ଶିଶୁଙ୍କୁ ଧରି ନିଜେ ସିଟ୍‌ବେଲ୍ଟ ବାନ୍ଧି ନେଇପାରିବେ ବୋଲି ଆର୍‌ଟିଓ ମହାନ୍ତି କହିଛନ୍ତି।
କେବଳ ଏହି ଗୋଟିଏ ସମସ୍ୟା ନୁହେଁ, ସାଇବର ଅପରାଧ ହେଉ କିମ୍ବା ଡିଏଲ୍‌ ହଜିଯିବା କଥା ହେଉ ଅଥବା ଛୋଟବଡ଼ କୌଣସି ସମସ୍ୟା ହେଉ ପୋଲିସ କମିଶନର ନିଜ ଟୁଇଟ୍‌ ମାଧ୍ୟମରେ ସମାଧାନର ବାଟ ବତାଉଛନ୍ତି। ଯଦି କୌଣସି ବ୍ୟକ୍ତି ଏକ ଥାନାରୁ ନ୍ୟାୟ ପାଇପାରୁନାହାନ୍ତି, ସେ ଘଟଣା ସମ୍ପର୍କରେ କମିଶନରଙ୍କୁ ଜଣାଇଲେ ତୁରନ୍ତ ତଦାରଖ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ତେଣୁ ଟୁଇଟ୍‌ ମାଧ୍ୟମରେ ସମସ୍ୟା ଜଣାଇବାକୁ କମିଶନର ଷଡ଼ଙ୍ଗୀ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଡ଼ିଆଳ ବିଧାନସଭା: ବିଜେଡି ଆଗରେ

ନୂଆପଡ଼ା ଅଫିସ,୨୩।୫: ଖଡ଼ିଆଳ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ଆଗୁଆ ଅଛନ୍ତି। ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଲମ୍ବୋଦର ୮୬୨୫ ଭୋଟ...

ଧାନ ଖାଇବାକୁ ଆସି ଡଗଓ୍ବେଲ୍‌ରେ ଫସିଥିବା ୨ ହାତୀ ଉଦ୍ଧାର

ବାରିପଦା ଅଫିସ,୮।୧୨: ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ କାଠରୁମା (ଦେହୁରୀ ସାହି)ରେ ଏକ ଡଗ୍‌ୱେଲ ଭିତରେ ଖସି ପଡିଥିବା ଦୁଇଟି ହାତୀ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା...

ମଦ୍ୟପାନରେ ଓଡ଼ିଶା ଆଗରେ

ଭୁବନେଶ୍ୱର,୧୧ା୫(ବ୍ୟୁରୋ): ସର୍ବଭାରତୀୟ ହାର ଅପେକ୍ଷା ଓଡ଼ିଶାରେ ଅଧିକ ହାରରେ ପୁରୁଷମାନେ ମଦ୍ୟପାନ କରନ୍ତି। ସେହିଭଳି ଏହି କ୍ଷେତ୍ରରେ ଓଡ଼ିଶାର ମହିଳାମାନେ ବି ସର୍ବଭାରତୀୟ ହାର ଅପେକ୍ଷା...

ବଙ୍ଗୋପସାଗରରେ ଲଘୁଚାପ: ୪ ଦିନ ବର୍ଷିବ

ଭୁବନେଶ୍ବର,୨୮।୮: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ୨୮ରୁ ୩୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ,...

ପାର୍ବଣ ଲାଗି ଆସିବ ନୂଆ ଗାଇଡ୍‌ଲାଇନ

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଭୟ ଓ ଆଶଙ୍କା ଲାଗି ରହିଥିବାବେଳେ ଆଗକୁ ଆସୁଛି ପାର୍ବଣ। ରାଜ୍ୟରେ ପାର୍ବଣ ଭିଡ଼ ଅଧିକ ରହୁଥିବାରୁ...

କାମିନୀଙ୍କୁ ବରଣମାଳା ପିନ୍ଧାଇଲେ ଚନ୍ଦନେଶ୍ୱର

ଭୋଗରାଇ,୧୧।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କପର୍ବ ୪ ଅର୍ଘ୍ୟ ରବିବାର ଶେଷ ହୋଇଛି। ଦେବାଧିଦେବ ଚନ୍ଦନେଶ୍ୱରଜୀଉ ଏହି...

ଜଳଜୀବନ ମିଶନ୍‌ରେ ଓଡ଼ିଶାକୁ ୮୩୧ କୋଟି

ଭୁବନେଶ୍ୱର, ୧।୧(ବ୍ୟୁରୋ): ଓଡ଼ିଶାରେ ଜଳଜୀବନ ମିଶନକୁ ତ୍ୱରାନ୍ବିତ କରିବା ପାଇଁ କେନ୍ଦ୍ର ସରକାର ୮୩୦ କୋଟି ୮୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଆଗାମୀ ୨୦୨୪ ସୁଦ୍ଧା...

୩ ଦଳ ପାଇଁ ଅନେକ ପ୍ରସଙ୍ଗ

କେନ୍ଦ୍ରାପଡ଼ା ଅଫିସ, ୨୩ା୧୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଖୁବ୍‌ଶୀଘ୍ର ତାରିଖ ଘୋଷଣା ହୋଇପାରେ। ଇତିମଧ୍ୟରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟକୁ ପହଞ୍ଚତ୍ଲାଣି। ନିର୍ବାଚନ...

Advertisement
Archives

Model This Week