କାମଦେଲା ଉପ ଜିଲାପାଳଙ୍କ ନିର୍ଦ୍ଦେଶ: ଜବରଦଖଲ ଉଚ୍ଛେଦ, ଡ୍ରେନ୍‌ ସଫା ଆରମ୍ଭ

ଭଞ୍ଜନଗର,୨୫।୬(ଡି.ଏନ.ଏ.)- ଭଞ୍ଜନଗର ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ କିଛିମାସ ହେଲା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତଥାପି ଏନ୍‌ଏସି ପ୍ରଶାସନ ଏହାର ସୁଧାର ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିଲେ। ଗତ ୩ ତାରିଖରେ ଉପ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ କେତକ ୱାର୍ଡ଼ ପରିଦର୍ଶନ କରି ପରିମଳ ସ୍ଥିତି ପରଖିଥିଲେ। ୭ଦିନ ମଧ୍ୟରେ ଜବରଦଖଲ ଉଚ୍ଛେଦ ସହ ଡ୍ରେନ ସଫେଇ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏନ୍‌ଏସି କର୍ତ୍ତୃପକ୍ଷ ନାମକୁ ମାତ୍ର କିଛି କାମ କରି ଛାଡି ଦେଇଥିଲେ। ଇତିମଧ୍ୟରେ ବର୍ଷା ହେବାରୁ ଅଧିକାଶଂ ଡ୍ରେନରୁ ମଇଳା ବାହାରି ରାସ୍ତାରେ ଭାସିଥିଲା ଓ ଏହି ଖବର ଜିଲାପାଳଙ୍କ ନିକଟରେ ପହଞ୍ଚତ୍ଥିଲା। ଉପ ଜିଲାପାଳ ପୁଣି ବିଭାଗୀୟ ଅଧିକାରୀଙ୍କୁ ଡାକି ସଫେଇ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ତାଗିଦ୍‌ କରିଥିଲେ। ଫଳରେ ସୋମବାର ୱାର୍ଡ଼ ନଂ.୮, ୯, ୬ ସମେତ ପ୍ରମୁଖ ୱାର୍ଡ଼ରେ ହିଟାଚି ମେଶିନ ଦ୍ୱାରା ସଫେଇ ଆରମ୍ଭ ହୋଇଛି। ସଫେଇବେଳେ କେଉଁଠି ଜବରଦଖଲ ହେବାର ନଜରକୁ ଆସିଲେ ତାହାକୁ ତୁରନ୍ତ ଉଚ୍ଛେଦ କରାଯାଉଛି। ନିର୍ବାହୀ ଅଧିକାରୀ ଭଜରାମ ବିଶ୍ୱାଳ, ଯନ୍ତ୍ରୀ ସୁଶାନ୍ତ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସଫେଇ କାର୍ଯ୍ୟ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିପ୍ପର ସହ କାର୍‌ ଧକ୍କା: ଗୋଟିଏ ପରିବାରର ଜଣେ ମୃତ, ଦୁଇ ଗୁରୁତର

ଛତ୍ରପୁର,୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲା ଚମାଖଣ୍ଡି ଥାନା ଅଧୀନ ଆଇଆର୍‌ଇ ଛକ ନିକଟ ଜାତୀୟ ରାଜପଥରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଟିପ୍ପର ସହ...

ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଇଟାଲୀ ଦମ୍ପତି

ବ୍ରହ୍ମପୁର ଅଫିସ,୩୧।୧: ଗଞ୍ଜାମ ଜିଲା ଉତ୍କଳ ବାଳାଶ୍ରମରେ ପାଳିତ ହେଉଥିବା ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ବିଦେଶୀମାନେ ପସନ୍ଦ କରୁଛନ୍ତି। ଗତ...

କୋଭିଡ୍‌ ହସ୍ପିଟାଲରେ ଏଏସ୍‌ଆଇଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ୍‌,୩୧ା୭- ଗଞ୍ଜାମ ଜିଲାରେ କରେନା କାୟା ବିସ୍ତାର କରି ଚାଲିଛି। ଏହାକୁ ପ୍ରତିହତ କରିବା କାର୍ଯ୍ୟରେ ନିୟୋଜିତ କରୋନା ଯୋଦ୍ଧାମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି।...

ନୂଆବର୍ଷରେ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଦେବା ଲାଗି ବାସଭବନରେ ଭିଡ଼

ଭଞ୍ଜନଗର,୧।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ତଥା ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଗଝୋଳସ୍ଥିତ ବାସଭବନରେ ନୂଆବର୍ଷ...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ, ସ୍ବାମୀ-ଦିଅର ଅଟକ

ଛତ୍ରପୁର,୨୮ା୬(ଡି.ଏନ୍‌.ଏ.): ଛତ୍ରପୁର ଥାନା ଅଧୀନ ବଳରାମପୁର ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ବଳରାମ ଦାସଙ୍କ ସ୍ତ୍ରୀ ଭାରତୀ।...

ରାଜ୍ୟରେ ସୁସ୍ଥ ହେଲେ ୪୦୫ କରୋନା ଆକ୍ରାନ୍ତ: ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୨ ା୧୨(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୪୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୫୨,...

କୁକୁଡ଼ାଖଣ୍ଡିରେ ମାପ, ଓଜନ ବିଭାଗର ଚଢ଼ାଉ

ବ୍ରହ୍ମପୁର ଅଫିସ୍‌,୨୧ା୯-ଉପଜିଲାପାଳ ସିିନ୍ଦେ ଦତ୍ତାତ୍ରେୟ ଭାଉସାହେବଙ୍କ ନିର୍ଦ୍ଦେଶକ୍ରମେ ମାପ ଓ ଓଜନ ବିଭାଗ ଏବଂ ଉପଖଣ୍ଡସ୍ତରୀୟ ପ୍ରଶାସନ ପକ୍ଷରୁ ଶୁକ୍ରବାର କୁକୁଡ଼ାଖଣ୍ଡି ତହସିଲ୍‌ ଅନ୍ତର୍ଗତ ବିଭିନ୍ନ...

ନିରନ୍ତର ବିଦ୍ୟୁତ୍‌ ଯୋଗାଣ ଲକ୍ଷ୍ୟ

ବ୍ରହ୍ମପୁର ଅଫିସ,୧୨ା୫: ଗ୍ରାହକଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣକୁ ନିଶ୍ଚିତ କରିବା ପାଇଁ ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ସମସ୍ତ ସର୍କଲରେ...

Advertisement
Archives

Model This Week