କାନ୍ଥରେ ଗୌରବ ଗାଥା

ଢେଙ୍କାନାଳ ଅଫିସ, ୧୬।୩: କାନ୍ଥ ବଖାଣୁଛି ଗୌରବ ଗାଥା। ଐତିହ୍ୟ, ସଂସ୍କୃତି, ପର୍ଯ୍ୟଟନ, ଲୋକକଳା, ସାହିତ୍ୟ, ବ୍ୟକ୍ତିତ୍ୱ ସବୁକିଛି ଝଲସି ଉଠିଛି କାନ୍ଥରେ। ସରକାରୀ ଦପ୍ତର, ଶିକ୍ଷାନୁଷ୍ଠାନର କାନ୍ଥରେ ଏପରି ରଙ୍ଗବେରଙ୍ଗର ଚିତ୍ର ଆନମନା କରୁଛି ପର୍ଯ୍ୟଟକଙ୍କୁ। ରଙ୍ଗତୂଳୀରେ ନିଖୁଣ କଳାକୁ ଦେଖିଲେ ଲାଗୁଛି ଐତିହ୍ୟସମ୍ପନ୍ନ ଢେଙ୍କାନାଳ ସହର ଆଦର୍ଶ ସହର ଆଡ଼କୁ ପାଦ ବଢ଼ାଉଛି।
ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୧୯ରେ ଢେଙ୍କାନାଳକୁ ମିଳିଛି ଆଦର୍ଶ ସହରର ମାନ୍ୟତା। ଏହାକୁ ସାକାର ରୂପ ଦେବାକୁ ଅଣ୍ଟା ଭିଡ଼ିଛି ପୌରସଂସ୍ଥା। ପ୍ରାଥମିକ ପର୍ଯ୍ୟାୟରେ ସହରର ସ୍ବଚ୍ଛତା ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଅଗ୍ରାଧିକାର ଦିଆଯାଇଛି। ଏହି କ୍ରମରେ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଷ୍ଟାଡିୟମ, ମିନି ଷ୍ଟାଡିୟମ, ପ୍ରଶାସନିକ ଅଧିକାରୀଙ୍କ ଆବାସିକ ଗୃହ ପାଚେରିଗୁଡ଼ିକରେ ଜିଲାର ଐତିହ୍ୟ ବିଭବକୁ ପ୍ରତିପାଦିତ କରୁଥିବା ଭଳି ଚିତ୍ର ଅଙ୍କାଯାଉଛି।
ପ୍ରସିଦ୍ଧ ମହିମା ଧର୍ମପୀଠ ଯୋରନ୍ଦା, କପିଳାସ ଶୈବପୀଠ, ମହିମା ସନ୍ନ୍ୟାସୀ, ଶହୀଦ ବାଜି ରାଉତ, ସପ୍ତଶଯ୍ୟାର ସବୁଜିମା, କପିଳାସ ଚିଡ଼ିଆଖାନା, ସଂରକ୍ଷିତ ଅଭୟାରଣ୍ୟ, ସମର କବି ବ୍ରଜନାଥ ବଡ଼ଜେନା, ମହାତ୍ମା ଗାନ୍ଧୀ, ସଂଗ୍ରାମୀ ସାରଙ୍ଗଧର ଦାସ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ନାରୀକବି ସୁଲକ୍ଷଣା ଦେବୀ, ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ଚିତ୍ର କାନ୍ଥର ଶୋଭା ବଢ଼ାଉଛି। ଏଥିସହ ବିଭିନ୍ନ କ୍ରୀଡ଼ା, ଯୋଗାସନ, କନ୍ୟାସନ୍ତାନ ସୁରକ୍ଷା, ସମଗ୍ର ଶିକ୍ଷା ସମ୍ପର୍କିତ ଚିତ୍ର ଜନସଚେତନତା ସୃଷ୍ଟି କରୁଛି। ସେହିପରି କଣ୍ଢେଇନାଚ, ବିଭିନ୍ନ ଭଙ୍ଗୀରେ ଥିବା ଓଡ଼ିଶୀ ନୃତ୍ୟାଙ୍ଗନାଙ୍କ ଛବି ବେଶ୍‌ ଆକର୍ଷଣୀୟ ହୋଇଛି।
ଆଦର୍ଶ ସହର ପରିକଳ୍ପନା କେବଳ ଚିତ୍ରରେ ସୀମିତ ହୋଇ ରହିବ ନାହିଁ। ବାସହୀନଙ୍କୁ ଥଇଥାନ କରିବାକୁ ସ୍ଥାନୀୟ କାଠଗଡ଼ାରେ ୮ ଏକର ଜମି ଚିହ୍ନଟ କରାଯାଇଛି। ଏହି ଜାଗାରେ ଥଇଥାନ କଲୋନୀ ନିର୍ମାଣ କରାଯିବ। ମହିଷାପାଟରେ ୫ ଏକର ଜାଗାରେ ସ୍ମାର୍ଟ ପାର୍କ ନିର୍ମାଣ ହେବ। ଏଥି ଲାଗି ୧ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଦୀର୍ଘ ୨୦ବର୍ଷ ହେଲା ପୁରୁଣା ପୋଲିସ କାର୍ଯ୍ୟାଳୟ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଡ୍ରିଟ୍‌ ପାର୍କକୁ ପୁନରୁଦ୍ଧାର କରାଯିବ। ସହରର ଆବର୍ଜନା ପରିଚାଳନା ଲାଗି ଡମ୍ପିଂୟାର୍ଡ କରାଯାଇଛି। ଐତିହ୍ୟସମ୍ପନ୍ନ ଯାଉଁଳିପୋଖରୀ, ନୂଆପୋଖରୀ ଓ କୁଞ୍ଜକାନ୍ତ ପୋଖରୀର ବିକାଶ କରାଯିବ। ଏଥିରେ ୫୦ ଲକ୍ଷ ଟଙ୍କା ଲେଖାଏ ବ୍ୟୟ ହେବ। ପୋଖରୀ ଚାରିପଟେ ଚଲାପଥ ରହିବ। ଆରଟିଓ ଅଫିସ ନିକଟରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣାଧୀନ ଅଡିଟୋରିୟମ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଗୋପବନ୍ଧୁ ଟାଉନ୍‌ ହଲ୍‌ର ବିକାଶ ଲାଗି ୮୦ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ମହିଷାପାଟ, ସୁଆଗୀ ଶ୍ମଶାନ ଅତ୍ୟାଧୁନିକ ରୂପ ପାଇବ। ଏଥିଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ଏହାକୁ ବାଦ୍‌ଦେଲେ ସହରର ଗଳିକନ୍ଦି, ରାସ୍ତାଘାଟର ଉନ୍ନତୀକରଣ ହେବ। ଡ୍ରେନେଜ ବ୍ୟବସ୍ଥା, ସବୁ ଅଞ୍ଚଳକୁ ଆଲୋକୀକରଣ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ପୌରସଂସ୍ଥା ପକ୍ଷରୁ ଯୋଜନା କରାଯାଇଛି।
ଏ ନେଇ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କୁହନ୍ତି, ଆଦର୍ଶ ସହର ଘୋଷଣା କରାଯିବା ପରେ ସହରକୁ ଆକର୍ଷଣୀୟ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଐତିହ୍ୟ, କଳାସଂସ୍କୃତିକୁ ସାଉଁଟି ରଖିବାକୁ ଚିତ୍ର ଅଙ୍କାଯାଉଛି। ଯୋଜନା କାର୍ଯ୍ୟକାରୀ କରିବା ଲାଗି ଅର୍ଥମଞ୍ଜୁର ହୋଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri