Advertisement

କାନନର ଫଟୋକପି ମଡେଲ ପ୍ରଦର୍ଶିତ

କଟକ,୨୫।୧୧:କାନନ ଇଣ୍ଡିଆ ଓ ଗାୟତ୍ରୀ ଡକ୍ୟୁଟେକ୍ସ ପ୍ରାଇଭେଟ ଲିମିଟେଡ୍‌ର ମିଳିତ ଉଦ୍ୟମରେ ସ୍ଥାନୀୟ ବାଦାମବାଡ଼ି ନିକଟସ୍ଥ ଏକ ହୋଟେଲ ପରିସରରେ କାନନ ଫଟୋ କପି ମଡେଲର ପ୍ରଦର୍ଶନୀ କରାଯାଇଥିଲା। ଏଥିରେ କାନନର ଅତ୍ୟାଧୁନିକ ଫଟୋକପି ମଡେଲ ଆଇଆର୍‌ସି ୩୨୨୬ ସାଙ୍ଗକୁ ଆଇଆର୍‌ସି ୨୨୦୬ ଏବଂ ୨୦୦୬ ଏନ୍‌ ଫଟୋ କପିଅର ମେଶିନ ପ୍ରଦର୍ଶନ କରାଯାଇଥିଲ। ବିଶେଷକରି ସ୍କାନ୍‌ ଓ ପ୍ରିଣ୍ଟିଂ ପାଇଁ ଆବଶ୍ୟକ ଫଟୋକପି ମିଳିପାରେ। ସେହିଭଳି ଆଇଆର୍‌ସି ୩୨୨୬ ଏକ ମିନିଟ୍‌ରେ ୨୬ଟି ଫଟୋ କପି ପ୍ରଦାନ କରିବାରେ ସକ୍ଷମ ଥିବାବେଳେ କାନନ ୨୨୦୬ ୧ମିନିଟ୍‌ରେ ୨୨ଟି ଏବଂ କାନନ ୨୦୦୬ ଏନ୍‌ରେ ୨୦ଟି ଫଟୋ ପ୍ରିଣ୍ଟ ବାହାର କରାଯାଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ସାଧାରଣ ପେପରଠାରୁ ଆରମ୍ଭକରି ଅଏଲ ପେପରରେ ମଧ୍ୟ ଅତି ଉଚ୍ଚମାନର ଫଟୋ ପ୍ରିଣ୍ଟ କରିପାରୁଛି। ଏଥିସହ ଏହା ଛୋଟ ବଡ଼ କପି ଦୋକାନ ସମେତ ବାଣିଜି୍ୟକ ପ୍ରତିଷ୍ଠାନ, ସ୍କୁଲ ଓ କୋଚିଂ ସେଣ୍ଟର ଭଳି ସ୍ଥାନରେ ବ୍ୟବହାର କରାଯାଇପାରିବ। ଏହି ମେଶିନ ସାହାଯ୍ୟରେ ଅତି କମ୍‌ ଖର୍ଚ୍ଚରେ ଉଭୟ ରଙ୍ଗିନ୍‌ ଓ କଳାଧଳା ଫଟୋ କପି ମିଳିପାରିବ। ଉକ୍ତ ମେଶିନ ସାହାଯ୍ୟରେ କମ୍ପ୍ୟୁଟର ଓ ଲାପ୍‌ଟପ୍‌ରେ ସଂଯୋଗ କରି ପ୍ରିଣ୍ଟି ମଧ୍ୟ ବାହାର କରାଯାଇପାରିବ। ଏହି ପରିପ୍ରେକ୍ଷୀରେ ଅମ୍ବିକାନାଥ ପରିଡ଼ା, ଜାନକୀନାଥ ପରିଡ଼ା, ହର୍ଷବର୍ଦ୍ଧନ ପରିଡ଼ା, ଅନିଲ କୁମାର ପଣ୍ଡା, ପ୍ରଭୁପ୍ରସାଦ ନନ୍ଦ, ଗୀତାଞ୍ଜଳି ରାୟ, ରେଖା ବେହେରା, ନୀଳମାଧବ ସାହୁ, ଆକାଶ ସାମନ୍ତରାୟ, ବିଭୂତିଭୂଷଣ ସିଂହ, ଗୌରାଙ୍ଗ ସେଠୀ, ସୌମ୍ୟରଞ୍ଜନ ଗୋଚ୍ଛାୟତ ଏବଂ ରାହୁଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୟପୁରରେ ସ୍ଥାପନ ହେବ ନୂଆ ବ୍ୟାଙ୍କ ନୋଟ୍‌ ପ୍ରୋସେସିଂ ସେଣ୍ଟର

ନୂଆଦିଲ୍ଲୀ: ଜୟପୁରରେ ଏକ ସ୍ବୟଂକ୍ରିୟ ବ୍ୟାଙ୍କ ନୋଟ୍‌ ପ୍ରୋସେସିଂ ସେଣ୍ଟର ସ୍ଥାପନ କରିବା ଲାଗି ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ବ୍ୟାଙ୍କ ନୋଟ୍‌ର ବର୍ଦ୍ଧିତ ପ୍ରଚଳନକୁ...

ଭିଭୋ ସମେତ ଚାଇନିଜ୍‌ କମ୍ପାନୀ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଦେଶର ୪୪ସ୍ଥାନରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ,୫।୭: ଚାଇନାର ସ୍ମାର୍ଟଫୋନ ମୋବାଇଲ ନିର୍ମାତା ଭିଭୋ ଏବଂ ଏହାର ଆନୁସଙ୍ଗିକ କମ୍ପାନୀ ବିରୋଧରେ ମଙ୍ଗଳବାର କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ...

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୨୩।୧୧: ଭାରତୀୟ ଶେୟାର ବଜାରର ଫଳାଫଳ କ୍ରମାଗତ ଭାବେ ଉପର ତଳ ହେଉଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ନିବେଶକଙ୍କ ମନରେ...

କ୍ୟାଶ୍‌ବ୍ୟାକ୍‌ ଏସ୍‌ବିଆଇ କାର୍ଡର ଶୁଭାରମ୍ଭ

ନୂଆଦିଲ୍ଲୀ,୭।୯: ଦେଶର ପ୍ରମୁଖ ପିଓର-ପ୍ଲେ କ୍ରେଡିଟ୍‌ କାର୍ଡ ଜାରିକର୍ତ୍ତା ଏସ୍‌ବିଆଇ କାର୍ଡ ପକ୍ଷରୁ ନିକଟରେ ‘କ୍ୟାଶ୍‌ବ୍ୟାକ୍‌ ଏସ୍‌ବିଆଇ କାର୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। କ୍ୟାଶ୍‌ବ୍ୟାକ୍‌...

‘ଅନ୍‌ଲାଇନ୍‌ ବ୍ୟବସାୟ ଟ୍ରେଡର୍ସଙ୍କ ସମସ୍ୟା ବଢ଼ାଉଛି’

ଅନୁଗୋଳ ଅଫିସ, ୩୦।୮: ଓଡ଼ିଶା ଫୁଟ୍‌ ଓ୍ବେୟାର ଟ୍ରେଡର୍ସ ଆସୋସିଏଶନ୍‌ (ଓଏଫ୍‌ଟିଏ) ସଦସ୍ୟଙ୍କୁ ନେଇ ଏକ ସମ୍ମିଳନୀ ଅନୁଗୋଳରେ ଅନୁଷ୍ଠିତ ହୋଇଯାଇଛି। ଓଏଫ୍‌ଟିଏ ସଭାପତି ଓମ୍‌ପ୍ରକାଶ...

ଭାରତର ୧୦ ଧନୀ ରାଜ୍ୟ

ସବୁଠାରୁ ବଡ଼ ଗଣତନ୍ତ୍ର ରାଷ୍ଟ୍ର ଭାବେ ଭାରତ ବେଶ୍‌ ଜଣାଶୁଣା। କ୍ଷେତ୍ରଫଳ ଆଧାରରେ ବିଶ୍ୱର ସବୁଠାରୁ ବଡ଼ ଦେଶ ମଧ୍ୟରେ ୭ମ ସ୍ଥାନରେ ରହିଛି ଭାରତ।...

ମୁକେଶ ବିଶ୍ୱର ୫ମ ଧନୀ

ନୂଆଦିଲ୍ଲୀ,୨୨।୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବିଶ୍ୱର ୫ମ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି। ଜୁଲାଇ ଦ୍ୱିତୀୟ ସପ୍ତାହରେ ସେ ବିଶ୍ୱ ଧନୀ...

ମେ ୧୫ ଯାଏ ଦେଇହେବ ଭବିଷ୍ୟନିଧି ଦେୟ ରାଶି

ନୂଆଦିଲ୍ଲୀ,୧୬ା୪: ବର୍ତ୍ତମାନ ଲକ୍‌ଡାଉନ ଅବଧି ବଢ଼ିବା ଯୋଗୁ ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। କର୍ମଚାରୀଙ୍କ ଅସୁବିଧାକୁ ଧ୍ୟାନରେ ରଖି ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି...

Advertisement
Archives

Model This Week