କାନନର ଫଟୋକପି ମଡେଲ ପ୍ରଦର୍ଶିତ

କଟକ,୨୫।୧୧:କାନନ ଇଣ୍ଡିଆ ଓ ଗାୟତ୍ରୀ ଡକ୍ୟୁଟେକ୍ସ ପ୍ରାଇଭେଟ ଲିମିଟେଡ୍‌ର ମିଳିତ ଉଦ୍ୟମରେ ସ୍ଥାନୀୟ ବାଦାମବାଡ଼ି ନିକଟସ୍ଥ ଏକ ହୋଟେଲ ପରିସରରେ କାନନ ଫଟୋ କପି ମଡେଲର ପ୍ରଦର୍ଶନୀ କରାଯାଇଥିଲା। ଏଥିରେ କାନନର ଅତ୍ୟାଧୁନିକ ଫଟୋକପି ମଡେଲ ଆଇଆର୍‌ସି ୩୨୨୬ ସାଙ୍ଗକୁ ଆଇଆର୍‌ସି ୨୨୦୬ ଏବଂ ୨୦୦୬ ଏନ୍‌ ଫଟୋ କପିଅର ମେଶିନ ପ୍ରଦର୍ଶନ କରାଯାଇଥିଲ। ବିଶେଷକରି ସ୍କାନ୍‌ ଓ ପ୍ରିଣ୍ଟିଂ ପାଇଁ ଆବଶ୍ୟକ ଫଟୋକପି ମିଳିପାରେ। ସେହିଭଳି ଆଇଆର୍‌ସି ୩୨୨୬ ଏକ ମିନିଟ୍‌ରେ ୨୬ଟି ଫଟୋ କପି ପ୍ରଦାନ କରିବାରେ ସକ୍ଷମ ଥିବାବେଳେ କାନନ ୨୨୦୬ ୧ମିନିଟ୍‌ରେ ୨୨ଟି ଏବଂ କାନନ ୨୦୦୬ ଏନ୍‌ରେ ୨୦ଟି ଫଟୋ ପ୍ରିଣ୍ଟ ବାହାର କରାଯାଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ସାଧାରଣ ପେପରଠାରୁ ଆରମ୍ଭକରି ଅଏଲ ପେପରରେ ମଧ୍ୟ ଅତି ଉଚ୍ଚମାନର ଫଟୋ ପ୍ରିଣ୍ଟ କରିପାରୁଛି। ଏଥିସହ ଏହା ଛୋଟ ବଡ଼ କପି ଦୋକାନ ସମେତ ବାଣିଜି୍ୟକ ପ୍ରତିଷ୍ଠାନ, ସ୍କୁଲ ଓ କୋଚିଂ ସେଣ୍ଟର ଭଳି ସ୍ଥାନରେ ବ୍ୟବହାର କରାଯାଇପାରିବ। ଏହି ମେଶିନ ସାହାଯ୍ୟରେ ଅତି କମ୍‌ ଖର୍ଚ୍ଚରେ ଉଭୟ ରଙ୍ଗିନ୍‌ ଓ କଳାଧଳା ଫଟୋ କପି ମିଳିପାରିବ। ଉକ୍ତ ମେଶିନ ସାହାଯ୍ୟରେ କମ୍ପ୍ୟୁଟର ଓ ଲାପ୍‌ଟପ୍‌ରେ ସଂଯୋଗ କରି ପ୍ରିଣ୍ଟି ମଧ୍ୟ ବାହାର କରାଯାଇପାରିବ। ଏହି ପରିପ୍ରେକ୍ଷୀରେ ଅମ୍ବିକାନାଥ ପରିଡ଼ା, ଜାନକୀନାଥ ପରିଡ଼ା, ହର୍ଷବର୍ଦ୍ଧନ ପରିଡ଼ା, ଅନିଲ କୁମାର ପଣ୍ଡା, ପ୍ରଭୁପ୍ରସାଦ ନନ୍ଦ, ଗୀତାଞ୍ଜଳି ରାୟ, ରେଖା ବେହେରା, ନୀଳମାଧବ ସାହୁ, ଆକାଶ ସାମନ୍ତରାୟ, ବିଭୂତିଭୂଷଣ ସିଂହ, ଗୌରାଙ୍ଗ ସେଠୀ, ସୌମ୍ୟରଞ୍ଜନ ଗୋଚ୍ଛାୟତ ଏବଂ ରାହୁଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri