କାଦୁଅରେ ଫସିଗଲା ଆମ୍ବୁଲାନ୍ସ

ନୟାଗଡ ଅଫିସ/ ଦଶପଲ୍ଲା, ୭ା୩ (ଡି.ଏନ୍‌.ଏ.): ଜଣେ ଗର୍ଭବତୀଙ୍କୁ ନେଇ ନୟାଗଡ ଜିଲାର ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ଅପରାହ୍ନରେ ଆସୁଥିଲା ୧୦୮ ଆମ୍ବୁଲାନ୍ସ । ବାଟରେ ବର୍ଷା ହେବାରୁ ଆଦିବାସୀ ଅଧ୍ୟୁଷିତ ଦୁଢ଼ା ପଞ୍ଚାୟତର ଜୁଡାଗଣ୍ଡା ଗଁ। ନିକଟ ବାଲିଝରୀ ଘାଟିରେ ନିର୍ମାଣାଧୀନ ରାସ୍ତାରେ କାଦୁଅ ଯୋଗୁ ଫସି ଯାଇଥିଲା ଆମ୍ବୁଲାନ୍ସ । ଏଭଳିସ୍ଥଳେ ଗଁ। ଲୋକେ ଟ୍ରାକ୍ଟର ଦ୍ୱାରା ଆମ୍ବୁଲାନ୍ସକୁ ପ୍ରାୟ ୧କିମି ପର୍ଯ୍ୟନ୍ତ ଟାଣି ନେଇଥିଲେ।
କାଦୁଅରୁ ହଟିବା ପରେ ପ୍ରାୟ ୧ ଘଣ୍ଟା ବିଳମ୍ବରେ ଗର୍ଭବତୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ଗୁରୁବାର ଜୁଡାଗଣ୍ଡା ଗଁ।ର ହିମାଂଶୁ ଶେଖର ଜାନୀଙ୍କ ସ୍ତ୍ରୀ ସୁମତି ଗର୍ଭ ବେଦନାରେ ଛଟପଟ ହେଉଥିଲେ । ବାରମ୍ବାର ଚେଷ୍ଟା ପରେ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ ହୋଇଥିଲା । ଅପରାହ୍ନରେ ବାଣିଗୋଚ୍ଛା ସ୍ବାସ୍ଥ୍ୟକେନ୍ଦ୍ରର ଆମ୍ବୁଲାନ୍ସ ଗର୍ଭବତୀଙ୍କୁ ଆଣିବାକୁ ଯାଇଥିଲା । ଗୁରୁହା ଠାରୁ ସୁନ୍ଦୁରୁକୁମ୍ପା ରାସ୍ତାରେ ଆସିବାବେଳେ ବାଲିଝରୀ ଘାଟିରେ ନିର୍ମାଣାଧୀନ ରାସ୍ତାର କାଦୁଅରେ ଆମ୍ବୁଲାନ୍ସ ଫସି ଯାଇଥିଲା । ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ୧୦୮ ଆମ୍ବୁଲାନ୍ସ ପହଞ୍ଚିବା ପରେ ସୁମତିଙ୍କର ଏକ ପୁତ୍ରସନ୍ତାନ ଜନ୍ମ ହୋଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

କୋଇଡ଼ା ଅଞ୍ଚଳରେ ବାର୍ଡ ଫ୍ଲୁ ଆତଙ୍କ: ରକ୍ତ ନମୁନା ସଂଗ୍ରହ

ବଣାଇଁ,୧୦।୨(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର କୋଇଡ଼ା ଅଞ୍ଚଳରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି l ଗତ ୨୪ ଘଣ୍ଟା ମଧ୍ୟରେ କୋଇଡ଼ାର ଧୋବଲାବେଡା ଓ...

ରାତି ହେଲେ ହାତୀପଲ ଗଁ। ମୁହାଁ

କେନ୍ଦୁଝର, ୭ା୯ (ସ୍ବ.ପ୍ର.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନରଣପୁର ଓ ମଇଦାନକେଲ ଫରେଷ୍ଟ ବିଟ ଅଧୀନ ଅଞ୍ଚଳରେ ଗତ କିଛି ଦିନ ହେବ ହାତୀ...

କାଳବୈଶାଖୀରେ ଗଛପଡ଼ି ଚାଲିଗଲା ମହିଳାଙ୍କ ଜୀବନ

କେନ୍ଦୁଝର,୬ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅନ୍ତର୍ଗତ ମାରଦା ଗ୍ରାମରେ ବୁଧବାର ଅପରାହ୍ନରେ କାଳବୈଶାଖୀ ଯୋଗୁ ଏକ ଗଛ ଉପୁଡ଼ିପଡ଼ିବାରୁ ଜଣେ ମହିଳାଙ୍କ ଜୀବନ ଯାଇଛି।...

ରାଜ୍ୟ ସରକାର ଆବାସ ଘର ବଣ୍ଟନରେ ସାଧୁତା ଅବଲମ୍ବନ କରନ୍ତୁ: ଧର୍ମେନ୍ଦ୍ର

ଭୁବନେଶ୍ବର,୨୧।୧(ବ୍ୟୁରୋ): କେନ୍ଦ୍ର ସରକାର ଓଡ଼ିଶାକୁ ପର୍ଯ୍ୟାପ୍ତ ଘର ଦେଇଛନ୍ତି। ତେଣୁ ରାଜ୍ୟ ସରକାର ଗରିବ ଲୋକଙ୍କ ଉପରେ ଚାପ ନ ପକାଇ ତାଲିକାରେ ସାଧୁତା ଅବଲମ୍ବନ...

କ୍ୱାରାଣ୍ଟାଇନ୍‌ରେ ରହିଲେ ୬ ପଶ୍ଚିମବଙ୍ଗ ଫେରନ୍ତା

ରାଜନଗର,୩୦ା୪(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଖାସମୁଣ୍ଡା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଲୁଚି କରି ୬ ବଂଲାଭାଷୀ...

କୋଟପାଡ଼ରେ ବିଜେଡି ଆଗୁଆ

କୋଟପାଡ଼, ୨୩।୫(ଡି.ଏନ୍‌.ଏ.)- କୋଟପାଡ଼ ବିଧାନସଭା ଆସନରେ ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ପଦ୍ମିନୀ ଦିଓ୍ବାନ ୩୧୨୬ ଭୋଟ ପାଇଥିବାବେଳେ କଂଗ୍ରେସର...

ପ୍ରହସନ ପାଲଟିଛି ୫-ଟି, ପଛେଇଛି ଯାଜପୁର ଜିଲା ବିକାଶ

ଯାଜପୁର ଅଫିସ,୧୩।୧୦- ଯାଜପୁର ଜିଲା ଗଠନ ହେବା ପରେ ଏହାର ପାରିପାର୍ଶ୍ୱିକ, ଭୌଗୋଳିକ ବିକାଶ ଯେପରି ହେବା କଥା ତାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଲୋକଙ୍କ...

ପଶୁପାଳନ ବିକାଶ ସହାୟତା ବାଟବଣା

ଧାମନଗର, ୧।୮(ଡି.ଏନ.ଏ.)- ଗାଈ, ଛେଳି, କୁକୁଡ଼ା ପାଳନ ଭଳି ଆନୁଷଙ୍ଗିକ କୃଷି ବିକାଶ ଯୋଜନା ହେଉଥିଲେ ମଧ୍ୟ ଏହାର ରୂପାୟନ ଠିକ୍‌ ଭାବେ ହୋଇପାରୁ ନାହିଁ।...

Advertisement
Archives

Model This Week