କାଣୀ ବିରାଡ଼ି ଓ କୁଜି ଅସରପା

ମମତା ଶୁକ୍ଳା
ବର୍ତ୍ତମାନ କଲେଜଗୁଡ଼ିକରେ ଆଡ୍‌ମିଶନ ଶେଷ ହୋଇ ପଢ଼ା ଆରମ୍ଭ ହୋଇଗଲାଣି। ଅସୁମାରି ସ୍ବପକୁ ନେଇ ନୂଆ ଦୁନିଆରେ ପାଦ ଥାପିବା ବେଳେ ବି ଅଜଣା ଭୟରେ ଆତଙ୍କିତ ପିଲାମାନଙ୍କ ମନ। ର଼୍ୟାଗିଂ ହିଁ ଏହି ଆତଙ୍କର ମୁଖ୍ୟ କାରଣ । ଅଳ୍ପ କିଛି ଜାଣିଲେ ବା ଅନୁଭବ କଲେ ଅନେକ କିଛି ଜାଣିଥିତ୍ବାର ଅହଂ ଏ ବୟସର ଏକ ସ୍ବଭାବସୁଲଭ ଗୁଣ। ଏହି ଗୁଣ ଯୋଗୁ ଅଭିଭାବକଙ୍କ ଉପଦେଶକୁ ଅଣଦେଖା କରିବା, ମିଛକହିବା, ନିଜକୁ ଦୋଷୀ ଭାବି ଭୟରେ ଅନେକ କିଛି ଗୋପନ ରଖିବା ଇତ୍ୟାଦି ସେମାନଙ୍କୁ ଅବାଟକୁ ନେଇଯାଏ। ଅଭିଭାବକଙ୍କ ନିଷ୍କ୍ରିୟତା ଯୋଗୁ ଠିକ୍‌ ଦଗ୍‌ଦର୍ଶନ ନ ପାଇ ଭୁଲ୍‌ ମାର୍ଗରେ ବି ପରିଚାଳିତ ହୋଇଥାନ୍ତି ସେମାନେ। ବହୁତ କିଛି ଅସାଧ୍ୟ ସାଧନ କରିପାରିବାର ଭାବନା ରଖୁଥିବା ଚଞ୍ଚଳମନ ଏବଂ ସେଇ ମାପରେ ସେମିତି କିଛି କରି ନ ପାରିବାର ହତାଶାବୋଧ କେତେକଙ୍କୁ କ୍ରୁଦ୍ଧ କରିଦିଏ ତ ଆଉ କେତେକଙ୍କୁ କରିଦିଏ ହତୋତ୍ସାହ। ଆଉ କ୍ରୁଦ୍ଧମାନେ କ୍ରୋଧ ପ୍ରଶମିତ କରିବାକୁ ପାଇଯାଆନ୍ତି ଆଧାର ହତୋତ୍ସାହମାନଙ୍କ ଚାହାଣିରୁ। ବୋଧହୁଏ ଏଇ ମାନସିକତାରୁ ର଼୍ୟାଗିଂ ସଂସ୍କୃତିର ସୃଷ୍ଟି। ପରିବାରର ସାନ୍ନିଧ୍ୟଜନିତ ଅଭାବବୋଧ ବି ଉଭୟ ଗୋଷ୍ଠୀଙ୍କ ମାନସିକତାକୁ ହଲ୍‌ଚଲ୍‌ କରିବାର ଏକ ପରୋକ୍ଷ କାରଣ ହୋଇପାରେ। ହଷ୍ଟେଲ ଜୀବନର ସତମିଛ ରାଗରୁଷା, ହାସପରିହାସ ହଷ୍ଟେଲ ପରବର୍ତ୍ତୀ ଜୀବନକୁ ସ୍ମୃତିରଞ୍ଜିତ କରିଥାଏ। କେବଳ ଆମୋଦପ୍ରମୋଦ ପାଇଁ କରାଯାଉଥିବା ନିରୋଳା କୌତୁକ ସହିତ ଜୋରଜବରଦସ୍ତ କରାଯାଉଥିବା ର଼୍ୟାଗିଂର ଭୟଙ୍କର ରୂପ କଦାପି ତୁଳନୀୟ ନୁହେଁ। ବରିଷ୍ଠ ଛାତ୍ରମାନଙ୍କର କନିଷ୍ଠମାନଙ୍କ ପ୍ରତି ଅନୁଶାସନ ସୀମା ଲଂଘନ ନ କରିବା କଥା ଏବଂ କନିଷ୍ଠମାନଙ୍କର ବରିଷ୍ଠମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନରେ ଭ୍ରାତୃସୁଲଭ ସ୍ନେହଶ୍ରଦ୍ଧା ପରିଦୃଷ୍ଟ ହେଉଥିବା ଦରକାର। ବିଭିନ୍ନ କାରଣରୁ ବେଳେବେଳେ ଏଇ ଛୋଟଛୋଟ ହସଗମାତ ଅଣାୟତ୍ତ ରୂପ ଧାରଣ କରିନେଇଥାଏ। ବଡ଼ ବଡ଼ ଅନୁଷ୍ଠାନରେ ପ୍ରତ୍ୟକ୍ଷ ତତ୍ତ୍ୱାବଧାନର ଅଭାବ ଏମାନଙ୍କୁ ସୁହାଏ। ଶିକ୍ଷାନୁଷ୍ଠାନଗୁଡ଼ିକରେ ଏଇ ଦୁଇ ପ୍ରକାର ଗୋଷ୍ଠୀ ମଧ୍ୟରେ ସଂଘାତ ହେତୁ ଅନେକ ନିରୀହ ବହୁ ସମୟରେ ବଳି ପଡିଆସୁଛନ୍ତି। ପ୍ରତିବର୍ଷ କେଉଁଠି ନା କେଉଁଠି କିଛି ଛାତ୍ର ମୃତ୍ୟୁକୁ ଆଦରି ନେଉଛନ୍ତି, କିଛି ମାନସିକ ସନ୍ତୁଳନ ହରାଉଛନ୍ତି ତ ଆଉ କିଛି ଅନୁଷ୍ଠାନ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଅନେକ କଡ଼ା ଅନୁଶାସନ ତିଆରି କରି ମୁରବିମାନେ ନିଜ କର୍ତ୍ତବ୍ୟ ସଂପାଦନ କରିବା ସତ୍ତ୍ୱେ ପ୍ରତିବର୍ଷ ଏପରି ଘଟଣାମାନ ଘଟିଚାଲିଛି। ଆଉ ଆମେ ଅଭିଭାବକମାନେ ପିଲାଙ୍କୁ ବଡ଼ମଣିଷ କରିବାର ମନ ନେଇ ସେମାନଙ୍କୁ ଜୋରଜବରଦସ୍ତ ଖୁଆଡ଼ରେ ଭର୍ତ୍ତିକରି ବର୍ଷ ଗଣିବାରେ ଲାଗୁଛୁ।
ଏଇ ଦୌଡ଼ରେ କେବେ ବି ଲକ୍ଷ୍ୟ କରୁନୁ ଆମ ପିଲାର କ’ଣ ଅସୁବିଧା ହେଉଛି। ସେ ବିଷୟରେ ଚିନ୍ତା ବି କରୁନୁ। ମନକୁ ଆସିଲେ ବି ଅଣଦେଖା କରୁଛୁ। ଆଖି ଆଗକୁ ଚାଲିଆସୁଛି ଆମର ନିବେଶ ପାଣିରେ ପଡିଯିବାର ଆଶଙ୍କା କିମ୍ବା ପରିଚିତ ମହଲରେ ନୂ୍ୟନ ପଡିଯିବାର ଭୟ। ତୁଚ୍ଛା ଭ୍ରମ। ର଼୍ୟାଗିଂ କିମ୍ବା ଅନ୍ୟାନ୍ୟ ଅସୁବିଧା କଥା ପିଲାଟି ନିଶ୍ଚୟ ଜଣାଏ। କିନ୍ତୁ ଆଡ୍‌ମିଶନ ସରିଲାଣି, ଯେକୌଣସି ମତେ ଆଡ୍‌ଜଷ୍ଟ କରି ରହିବାକୁ ବାଧ୍ୟ କରି କିମ୍ବା ପାଠ ପଢିବାର ଅନିଚ୍ଛା ଯୋଗୁ ବାହାନା କରୁଛି କହି, ତା’ ଅଭିଯୋଗକୁ ଅଣଦେଖା କରନ୍ତି ଅନେକ ଅଭିଭାବକ। ଏପରି ମାଆବାପାଙ୍କୁ ଦେଖିଲେ ଭାବେ, ସତରେ କ’ଣ ଏମାନେ ଅନୁଭବ କରି ପାରନ୍ତି ନାହିଁ ତାଙ୍କ ପିଲାଟିର ପ୍ରତିଟି ରାତି କେତେ ଆତଙ୍କରେ ପାହୁଛି, ସକାଳ କେତେ କଷ୍ଟରେ ବିତୁଛି? ଏମିତି ଅବସ୍ଥାରେ ଆମେ ଅଜାଣତରେ ତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁନେ ତ! ଆମେ ତାକୁ ମାନସିକ ଅବସାଦ ଆଡ଼କୁ ଠେଲି ଦେଉନେ ତ! ଆଖି ଆଗରେ ଏପରି ଘଟଣାମାନ ଦେଖିଆସୁଥିବାରୁ ମନ ଉଦ୍‌ବେଳିତ ହୁଏ। ପ୍ରତିବର୍ଷ ପରୀକ୍ଷା ଫଳ ପ୍ରକାଶ ଓ ନାମଲେଖା ପର୍ବ ଆରମ୍ଭ ହେଲାମାତ୍ରେ ମନରେ ଛନକା ପଶେ। ଏବର୍ଷ ପୁଣି କିଛି ନିରୀହ, ନିଷ୍ପାପ ଶିକାର ହେବାକୁ ଯାଉନାହାନ୍ତି ତ! ବୈଷୟିକ ଅନୁଷ୍ଠାନଗୁଡ଼ିକର ଛାତ୍ରମାନଙ୍କଠାରୁ ଶୁଣିଛି- ‘ର଼୍ୟାଗିଂ ଏକ ସାଧାରଣ ଅଲିଖିତ ନିୟମ। ଯେହେତୁ ଆମେ ସହିଛୁ, ତେଣୁ ଜୁନିୟରଙ୍କୁ ର଼୍ୟାଗିଂ କରିବା ଆମର ହକ୍‌।’ ଅର୍ଥାତ୍‌ କାଣୀ ବିରାଡ଼ିି କୁଜି ଅସରପା ଉପରେ ରଜା। ପରମ୍ପରା ପରି ଏହା ଗଡି ଚାଲିଛି। ଆମେ କ’ଣ ତା’ର ଅନ୍ତ କରିବାକୁ ଚାହୁଁନୁ! ଏମିତି ପରିସ୍ଥିତିରେ ନିଜ ସନ୍ତାନମାନଙ୍କୁ ହରେଇଥିବା ମାତାପିତାଙ୍କ ବିଳାପ କାହାରି ହୃଦୟକୁ ଛୁଇଁପାରୁନି? ପିଲାମାନଙ୍କୁ ହଷ୍ଟେଲ୍‌ରେ ଛାଡି ପଢ଼ା ସାରି ଘରକୁ ଫେରିବା ଯାଏ ନାନା ଆଶା-ଅଶଙ୍କାରେ ଦିନ ବିତାଉଥିବା ମା’ବାପାଙ୍କ ଦୁଃଖକୁ କ’ଣ କେହି ଅନୁଭବ କରିପାରୁନାହାନ୍ତି? ଆମେ କ’ଣ ଆମ ପିଲାଙ୍କର ସମସ୍ୟା ଶୁଣିି ଉପଯୁକ୍ତ ପଦକ୍ଷେପ ନେଇପାରିବାନି, ମାର୍ଗ ବଦଳାଇ ପାରିବାନି! ଆମ ଅମଣିଆ ସନ୍ତାନମାନଙ୍କୁ ନିଷ୍ଠୁରତାପୂର୍ଣ୍ଣ ଆଚରଣରୁ କ’ଣ ନିବୃତ୍ତ କରାଇ ପାରିବା ନାହିଁ? ସନ୍ତାନର ପୂର୍ବ ପ୍ରସ୍ତୁତି କେବଳ ସ୍ପୋକନ୍‌ ଇଂଲିସ୍‌, ସମର୍‌ କୋର୍ସ, ଦକ୍ଷତା ବିକାଶ ତାଲିମ୍‌ରେ ସୀମିତ ନ ରଖି ସଂସ୍କାର ଦ୍ୱାରା ଚରିତ୍ରର ଉପଯୁକ୍ତ ଶୋଧନ କରିବାର ଆବଶ୍ୟକତା ରହିଛି।
ଶିକ୍ଷାନୁଷ୍ଠାନର ମୁରବିମାନେ ନିଜକୁ କେବଳ ଉତ୍ତମ ମାନର ଶିକ୍ଷାଦାନ ପାଇଁ ଉତ୍ତରଦାୟୀ ନ ଭାବି ପିଲାଙ୍କର ସୁରକ୍ଷା ପାଇଁ ଘନଘନ ପ୍ରତ୍ୟକ୍ଷ ତଦାରଖ କରିବା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବୋଲି ଭାବିବା ଦରକାର। ସେମାନଙ୍କ ହାତରେ ଗୁଡିଏ ଅମୂଲ୍ୟ ରତ୍ନ ମାଳାରେ ଗ୍ରଥିତ ହେବା ପାଇଁ ଅପେକ୍ଷାରତ। ପ୍ରତ୍ୟେକଟି ଅମୂଲ୍ୟ। ଖସିପଡିଲେ କ୍ଷତି ଦେଶର, ଜାତିର, ସମାଜର, ଆପଣଙ୍କର ଓ ଆମ ସମସ୍ତଙ୍କର। ବାକି ମାତାପିତାଙ୍କ କଥା କ’ଣ କହିବା?
ଗୋପବନ୍ଧୁ ଛକ, ବୁର୍ଲା, ମୋ- ୯୯୩୮୯୮୧୪୬୮


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?