Posted inଖେଳ

କାଉଣ୍ଟି ଖେଳିବେ ହନୁମା

ନୂଆଦିଲ୍ଲୀ, ୧୮।୩ (ପି.ଟି.)- ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ମାରାତ୍ମକ କରୋନା ଭାଇରସ୍‌ ଲାଗି ପ୍ରାୟ ସମସ୍ତ ଖେଳ ବାତିଲ ହୋଇସାରିଛି। ଏହି ଅବସରରେ ଖେଳାଳିମାନେ ଘରେ ରହି ସମୟ ଅତିବାହିତ କରୁଛନ୍ତି। ଭାରତୀୟ କ୍ରିକେଟର୍‌ ହନୁମା ବିହାରୀ ଆଗାମୀ ଗ୍ରୀଷ୍ମ ସିଜନରେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍‌ ଖେଳି ସଦୂପଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଧିରେ ଧିରେ ଭାରତୀୟ ଟେଷ୍ଟ ଦଳର ଜଣେ ପ୍ରମୁଖ ସଦସ୍ୟ ବନିବାକୁ ଯାଉଥିବା ୨୬ ବର୍ଷୀୟ ହନୁମା ଏକ ପ୍ରମୁଖ କାଉଣ୍ଟି ଦଳ ସହ ତାଙ୍କ ଦକ୍ଷତା ପରଖିବାକୁ ଚାହୁଁଛନ୍ତି। ତେବେ ତାଙ୍କର ଏହି ଲକ୍ଷ୍ୟପଥରେ କରୋନା ଭାଇରସ୍‌ ବାଧା ସୃଷ୍ଟି କରିଛି। ଆଗାମୀ ଦିନରେ ଯେତେବେଳେ ଏହି ପରିସ୍ଥିତି ନିୟନ୍ତ୍ରଣକୁ ଆସିବ ଏବଂ ଗସ୍ତରେ ଲାଗିଥିବା ପ୍ରତିବନ୍ଧକ କୋହଳ ହୋଇଯିବ ସେତେବେଳ ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ହନୁମା ଏକ ସାକ୍ଷାତକାରରେ କହିଛନ୍ତି। ‘ଚଳିତ ସିଜନରେ ମୋତେ ୪ଟି କାଉଣ୍ଟି ମ୍ୟାଚ୍‌ ଖେଳିବାର ଥିଲା। ଯେତେବେଳେ ସମସ୍ତ କାଗଜପତ୍ର କାମ ଶେଷ ହୋଇଯିବ ସେତେବେଳେ କାଉଣ୍ଟି ଟିମ୍‌ର ନାମ ପ୍ରକାଶ କରିବି। କରୋନା ଭାଇରସ୍‌ ଲାଗି ବର୍ତ୍ତମାନ ଏହାକୁ ରୋକାଯାଇଛି। କିନ୍ତୁ ଆଶାବାଦୀ ରହିଛି ଯେତେବେଳେ ସ୍ଥିତି ନିୟନ୍ତ୍ରଣକୁ ଆସିବ ଏହି ସବୁ ମ୍ୟାଚ୍‌ ଖେଳିପାରିବି। ଏଥିରେ ମୋତେ ବହୁତ କିଛି ଶିଖିବାକୁ ମିଳିବ’ ବୋଲି ଆନ୍ଧ୍ରପ୍ରଦେଶର ଏହି ଅଲ୍‌ରାଉଣ୍ଡର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତକିଛି ବର୍ଷ ହେବ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହାର ଟପ୍‌ କ୍ରିକେଟର୍‌ ଯେଉଁମାନେ କି ଆଇପିଏଲ୍‌ ଖେଳୁ ନ ଥିବେ ସେମାନଙ୍କୁ ସମର ସିଜନରେ କାଉଣ୍ଟି କ୍ରିକେଟ୍‌ ଖେଳିବାକୁ ଅନୁମତି ପ୍ରଦାନ କରୁଛି। ପୂର୍ବରୁ ଚେତେଶ୍ୱର ପୂଜାରା, ଇଶାନ୍ତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ ଓ ଅଜିଙ୍କ୍ୟା ରାହାନେଙ୍କ ପରି ଟେଷ୍ଟ ସ୍ପେଶାଲିଷ୍ଟଙ୍କୁ କାଉଣ୍ଟି ଖେଳିବାକୁ ଅନୁମତି ଦେଇଥିଲା। ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ପଦkାର୍ପଣ କରିଥିବା ହନୁମା ୯ ଟେଷ୍ଟ ମ୍ୟାଚ୍‌ରୁ ୫୫୨ ରନ୍‌ ସଂଗ୍ରହ କରିଛନ୍ତି। ସଂଯୋଗକ୍ରମେ ଏହି ସମସ୍ତ ମ୍ୟାଚ୍‌ ସେ ବିଦେଶରେ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ କ୍ରିକେଟର ଭଗବାନ, ବାପାଙ୍କୁ ମନେ ପକାଇ କହିଲେ…

ନୂଆଦିଲ୍ଲୀ,୨୩।୭: NEET-UG ପେପର୍‌ ଲିକ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। CJP ଦେଶବ୍ୟାପୀ ପ୍ରତିବାଦ ଘୋଷଣା କରିଛନ୍ତି ଏବଂ ଛାତ୍ରୀଛାତ୍ରମାନଙ୍କୁ ଅଂଶଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି।…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

‘ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନିଅନ୍ତୁ, ନଚେତ୍ କଥା ଆପଣଙ୍କ ଇସ୍ତଫା ପର୍ଯ୍ୟନ୍ତ ଯିବ’: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୋଲା ଚେତାବନୀ ଦେଲେ…

ନୂଆଦିଲ୍ଲୀ,୨୩ା୭: କକ୍ରୋଚ ଜନତା ପାର୍ଟି (ସିଜେପି)ର ସଂସ୍ଥାପକ ଅଭିଜିତ ଦୀପକେ ଗୁରୁବାର କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦିଲ୍ଲୀର ଜନ୍ତରମନ୍ତରକୁ ଏକ ‘ୱାର୍…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

ଛାତ୍ରମାନେ ଏକା ନୁହଁନ୍ତି… ଇଣ୍ଡିଆ ବ୍ଲକ ବୈଠକ ପରେ ରାହୁଲଙ୍କ ସହ ବିରୋଧୀ ଏମପି ଗଲେ ଗାନ୍ଧୀ ସ୍ମୃତି

ନୂଆଦିଲ୍ଲୀ,୨୩।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଗୁରୁବାର ଇଣ୍ଡିଆ ବ୍ଲକର ଏକ ବୈଠକ ଡକାଯାଇଥିଲା। NEET ପେପର୍‌ ଲିକ ପ୍ରସଙ୍ଗ ଉପରେ ଆଲୋଚନା କରିବା…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

‘ସରକାର ବହୁତ ଅହଂକାରୀ ହୋଇଗଲାଣି…’, ଜନ୍ତର ମନ୍ତର ପହଞ୍ଚି କାହିଁକି ଏମିତି କହିଲେ ମେହବୁବା ମୁଫତି? CJPକୁ କଲେ ସମର୍ଥନ

ନୂଆଦିଲ୍ଲୀ,୨୩।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଗୁରୁବାର (୨୩ ଜୁଲାଇ) ଦିଲ୍ଲୀର ଜନ୍ତର ମନ୍ତରରେ CJP ଦ୍ୱାରା ଆୟୋଜିତ ଏକ ପ୍ରତିବାଦକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri