Posted inଜାତୀୟ

କାଉଡିଆଙ୍କ ସେବା କଲେ ମୁସଲମାନ ବିଧାୟକ: କହିଲେ ଜୟ ଶ୍ରୀରାମ

ନୂଆଦିଲ୍ଲୀ,୩୦।୭: ଆମ ଆଦମୀ ପାର୍ଟି(ଆପ୍‌)ର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର ଦିଲ୍ଲୀରେ ଶିବଭକ୍ତଙ୍କ ପାଇଁ ଆୟୋଜିତ ହୋଇଥିବା ଶିବିରର ତଦାରଖ କରିଥିଲେ। ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ସିଲମପୁରର ବିଧାୟକ ହାଜି ଇଶରାକ ଖାନ ମଧ୍ୟ ଶିବିରରେ ପହଞ୍ଚିଥିଲେ। ସେଠାରେ ବିଧାୟକ ଶିବଭକ୍ତ କାଉଡିଆଙ୍କ ସେବା କରିଥିବା ଦେଖିବାକୁ ମିଳିଛି। ଏଥିସହ ହାଜି ଇଶରାକ ବମ୍‌ ବମ୍‌ ଭୋଲେ ଭୋଲେ ଓ ଜୟ ଶ୍ରୀରାମ କହିବା ସହ କାଉଡିଆମାନେ ତାଙ୍କ ସହିତ ସେଲ୍‌ଫି ନେଇଥିଲେ। ଏହାପରେ କେଜ୍ରିଓ୍ବାଲ ଓ ଇଶରାକ କାଉଡିଆଙ୍କ ସହିତ ମିଶି ଭୋଜନ କରିଥିଲେ। ଏନେଇ ଇଶରାକ କହିଛନ୍ତି, ଶିବ ଭକ୍ତଙ୍କ ସେବା କରିବା ଏକ ମୁସଲମାନର ସଚ୍ଚୋଟ ଶ୍ରଦ୍ଧା। ଭାରତର ପରିଚୟ ହେଉଛି ଏକତା, ଏଠାରେ ବିଭିନ୍ନ ଧର୍ମ ଓ ଜାତିର ଲୋକ ବାସ କରନ୍ତି। ଯେଉଁ ଧର୍ମର ହୁଅ ନା କାହିଁକି ସବୁ ଧର୍ମକୁ ସମ୍ମାନ ଦେବା ଉଚିତ୍‌ ବୋଲି ହାଜି ଇଶରାକ ଖାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ଅର୍ଥ ବ୍ୟବସ୍ଥାକୁ ଖରାପ କରିବା ପାଇଁ ମଧ୍ୟ ବୁଦ୍ଧି ଆବଶ୍ୟକ: ସୁବ୍ରମଣ୍ୟମ୍‌ ସ୍ବାମୀ

ନୂଆଦିଲ୍ଲୀ,୧୯।୧: ଦେଶର ଅର୍ଥବ୍ୟବସ୍ଥା ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା ଜାରି ରହିଛି। ତେବେ ଭାଜପା ସଦସ୍ୟ ସୁବ୍ରମଣ୍ୟମ୍‌...

ଜୁଲାଇ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଫଡନବିଶ

ମୁମ୍ବାଇ,୩୦ ।୬: ଗଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆସନ । ବୁଧବାର ପର୍ଯ୍ୟନ୍ତ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୁରୁବାର ସକାଳୁ ସେ...

ସ୍ଫୁଟନିକ୍‌ ଭି ଭାକ୍ସିନ ତିଆରି ପାଇଁ ଡିସିଜିଆଇକୁ ଅନୁମତି ମାଗିଲା ସେରମ୍‌ ଇନ୍‌ଷ୍ଟିଚ୍ୟୁଟ

ନୂଆଦିଲ୍ଲୀ,୩।୬: ଆଗାମୀ ଦିନରେ ଭାରତରେ ରୁଷୀୟ ଭାକ୍ସିନ ସ୍ଫୁଟନିକ ଭିର ନିର୍ମାଣ କରିପାରେ ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ସିଆଇଆଇ)। ଏନେଇ ସେରମ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ...

କିପରି ଉଠାଇବେ ଇପିଏଫ୍‌ ଟଙ୍କା

ନୂଆଦିଲ୍ଲୀ,୧୦।୪: କରୋନା ଜନିତ ଲକ୍‌ଡାଉନ ବେଳେ ଯଦି ଆପଣ ଆର୍ଥତ୍କ ସମସ୍ୟାର ସମ୍ମୁଖୀନ ହେଉଥାନ୍ତି, ତେବେ ଆପଣଙ୍କର କର୍ମଚାରୀ ଭବିଷ୍ୟନିଧି (ଇପିଏଫ୍‌)ରୁ ଟଙ୍କା ଉଠାଇପାରିବେ। ଏଥିପାଇଁ...

ଲାହୋଲରେ ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ: ପ୍ରଥମଥର ମାର୍ଚ୍ଚରେ ପାରଦ ୨୦ ଡିଗ୍ରୀ ଉପରେ

କେଲାଂଗ,୩୧ ।୩: ହିମାଚଳ ପ୍ରଦେଶର ଜନଜାତି ଜିଲା ଲାହୋଲ-ସ୍ପିତିରେ ଗ୍ରୀଷ୍ମ ରେକର୍ଡ ଭାଙ୍ଗିଛି । ପ୍ରଥମଥର ଲାଗି ମାର୍ଚ୍ଚ ମାସରେ ପାରଦ ୨୦ ଡିଗ୍ରୀ ଉପରକୁ...

ଦିଲ୍ଲୀ ଦଙ୍ଗା: ଚାର୍ଜଶିଟ୍‌ରେ ୟେଚୁରୀ-ଯୋଗେନ୍ଦ୍ର-ଜୟତୀଙ୍କ ନାମ

ନୂଆଦିଲ୍ଲୀ, ୧୩।୯: ଫେବୃୟାରୀ ୨୩ରୁ ୨୬ ମଧ୍ୟରେ ଉତ୍ତରପୂର୍ବ ଦିଲ୍ଲୀରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗାର ଚାର୍ଜଶିଟ୍‌ରେ ସିପିଏମ୍‌ ମହାସଚିବ ସୀତାରାମ ୟେଚୁରୀ, ସ୍ବରାଜ ଅଭିଯାନ ନେତା...

ମଙ୍ଗଳବାରଠାରୁ ଜାରି ହେଲା ୧୪ ଦିନିଆ ଲକ୍‌ଡାଉନ୍‌…

ବେଙ୍ଗାଲୁରୁ,୨୬।୪: କର୍ନାଟକରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏଭଳିସ୍ଥଳେ ସଂକ୍ରମଣ ରୋକିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ସରକାରଙ୍କ ପକ୍ଷରୁ ୧୪...

ତଦନ୍ତ ପାଇଁ ମୌଲାନା ପ୍ରସ୍ତୁତ

ନୂଆଦିଲ୍ଲୀ,୮ା୪: ସାରା ଦେଶରେ କରୋନା ଭୂତାଣୁର ବିଷମଞ୍ଜି ବୁଣିଥିବା ତବଲିଘି ଜମାତ୍‌ ମରକଜ୍‌ ମୁଖ୍ୟ ମହମ୍ମଦ ସାଦ୍‌ କାନ୍ଧଲଭିଙ୍କ ବିରୋଧରେ ମାମଲା ଦାଏର ହେବା ପରଠୁ...

Advertisement
Archives

Model This Week