କସ୍ତୁରିନଗର ଛାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାଶ: ତ୍ରିକୋଣୀୟ ପ୍ରେମ ଲାଗି କରାଯାଇଥିଲା ହତ୍ୟା

ରାୟଗଡା ଅଫିସ୍‌, ୨୦।୬- ଗତ ୧୬ ତାରିଖ ଘଟିଥିବା ଛାତ୍ର ମହାଦେବ ସୁରେଶ କୁମାର ହତ୍ୟା ଘଟଣା ଉପରୁ ପୋଲିସ ପରଦା ହଟାଇଛ। ଏହି ଘଟଣାରେ ୩ଜଣ ନାବାଳକଙ୍କ ସମେତ ନିରଞ୍ଜନ ବିଡିକା ଓ ପି.ପଓ୍ବନ କଲ୍ୟାଣ ୨ ଜଣ ଯୁବକଙ୍କୁ ପୋଲିସ ଧରିଛ। ୨ ଯୁବକ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ୩ ନାବାଳକଙ୍କୁ ବ୍ରହ୍ମପୁରସ୍ଥିତ ଜୁଭେନାଇଲ କୋର୍ଟକୁ ପଠାଯାଇଛ। ହତ୍ୟାରେ ବ୍ୟବହାର କରାଯାଇଥିବା ୨ଟି ମୋଟର ସାଇକେଲ୍‌ ସହ ୫ ମୋବାଇଲ ଫୋନ୍‌ ମଧ୍ୟ ଜବତ କରାଯାଇଛି। ଗୋଟିଏ ଝିଅକୁ ୨ ଜଣ ପ୍ରେମ କରୁଥିବାରୁ ଏହି ହତ୍ୟାକାଣ୍ଡ ଘଟିଛି। ରାୟଗଡା ଏସ୍‌ପି ଶ୍ରବଣ ବିବେକ ଏମ୍‌ ଏକ ଖବରଦାତା ସମ୍ମିଳନୀରେ ଗୁରୁବାର ଏହି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, କସ୍ତୁରୀନଗର ଷଷ୍ଠ ଲେନ୍‌ରେ ରହୁଥିବା ମହାଦେବ ସୁରେଶ କୁମାର(୧୮) ଜଣେ ଝିଅଙ୍କୁ ଭଲ ପାଉଥିଲେ। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ନାବାଳକ ମଧ୍ୟ ଉକ୍ତ ଝିଅଙ୍କୁ ଭଲ ପାଉଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତିକ୍ତତା ବଢ଼ି ଚାଲିଥିଲା। ନାବାଳକ ଜଣକ ସୁରେଶ କୁମାରଙ୍କୁ ରାସ୍ତାରୁ ହଟାଇବା ପାଇଁ ଟାର୍ଗେଟ କରିଥିଲେ। ଗତ ୧୫ତାରିଖରେ କସ୍ତୁରୀନଗରଠାରେ ଘଟପର୍ବ ଚାଲିଥିଲା। ଏହାର ସୁଯୋଗ ନେଇ ନାବାଳକ ରାମଚନ୍ଦ୍ରପୁରରେ ରହୁଥିବା ନିରଞ୍ଜନ ବିଡିକା(୨୯), ମହିଳା ମହାବିଦ୍ୟାଳୟ ନିକଟରେ ରହୁଥିବା ପି.ପଓ୍ବନ କଲ୍ୟାଣ ଏବଂ ଅନ୍ୟ ୨ ନାବାଳକଙ୍କୁ ନେଇ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ରାତି ପ୍ରାୟ ୧୧ଟା ବେଳେ ସୁରେଶଙ୍କୁ ଘରୁ ଡାକି ନେଇଥିଲେ । ଉକ୍ତ ଝିଅଠାରୁ ଦୂରେଇ ରହିବା ପାଇଁ ସୁରେଶଙ୍କୁ ଧମକାଇବା ସହ ପାଟିତୁଣ୍ଡ କରିଥିଲେ। ପରେ ସୁରେଶଙ୍କୁ ଏକ ନିରୋଳା ସ୍ଥାନକୁ ନେଇ ନିସ୍ତୁକ ମାଡ ମାରିଥିଲେ। ସେ ଅଚେତ ହୋଇ ତଳେ ପଡିଯିବାରୁ ତାଙ୍କୁ ଏକ ମୋଟର ସାଇକେଲ୍‌ରେ ଆଣି କସ୍ତୁରୀନଗର ପ୍ରଥମ ଗଳିର ଏକ ସପିଂ କମ୍ପ୍ଲେକ୍ସ ବାରଣ୍ଡାରେ ପକାଇ ଚାଲି ଯାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ବେଳକୁ ସୁରେଶଙ୍କ ମୃତ୍ୟୁ ହୋଇଯାଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ତାଙ୍କ ମୁଣ୍ଡ, ତଳପେଟ, ଯୌନାଙ୍ଗରେ ଗୁରୁତର ଆଘାତ ଲାଗିଥିବା ଯୋଗୁ ସୁରେଶଙ୍କ ମୃତ୍ୟୁ ହୋଇଥିଲା ବୋଲି ଏସ୍‌ପି କହିଛନ୍ତି । ଘଟଣାସ୍ଥଳର ସ୍ଥିତି, ସିଟିଟିଭି ଫୁଟେଜ, ସ୍ଥାନୀୟ ଲୋକଙ୍କୁ ପଚରା ଉଚୁରା ଏବଂ ପୋଲିସର ଗୁଇନ୍ଦା ବିଭାଗର ତଥ୍ୟକୁ ନେଇ ଥାନା ଭାରପ୍ରାପ୍ତ ଅଧିକାରୀ ନିହାର ରଞ୍ଜନ ପ୍ରଧାନ, ଚାନ୍ଦିଲି ଥାନାଧିକାରୀ, ଅତିରିକ୍ତ ଏସ୍‌ପିଙ୍କୁ ନେଇ ଏକ ଟିମ୍‌ ପ୍ରସ୍ତୁତ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ୩ ନାବାଳକଙ୍କ ସହ ୨ଜଣ ଯୁବକ ଜଡିତ ଥିବା ଜଣାପଡିଥିଲା । କେଶ୍‌ ନମ୍ବର ୧୮୬/୨୦୧୯ ପ୍ରକାରେ ନିରଞ୍ଜନ ବିଡିକା, ପି.ପଓ୍ବନ କଲ୍ୟାଣ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ୩ ନାବାଳକଙ୍କୁ ଜୁଭେନାଇଲ କୋର୍ଟକୁ ହସ୍ତାନ୍ତର କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି । ଏହି ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଭିଆର୍‌ ରାଓ, ଅଶୋକ କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗଛରୁ ପଡ଼ି ଯୁବକ ଗୁରୁତର : ରାସ୍ତା ଦେଇ ଆସୁଥିବା ଆଇଟିଡିଏ ଅଧିକାରୀ…

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଆମ୍ବ ଗଛରୁ ପଡ଼ି ସୋମବାର ଜଣେ…

ନିୟମଗିରି ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝିଲେ ଜିଲାପାଳ

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା): ରାୟଗଡା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ସୋମବାର କଲ୍ୟାଣସିଂହପୁର ବ୍ଲକ୍‌ ପାର୍ସଲି ପଞ୍ଚାୟତର ନିୟମଗିରି ପାହାଡ଼ରେ ଥିବା ଦୁର୍ଗମ ଅଞ୍ଚଳ ପରିଦର୍ଶନ କରି…

ସରିଥିଲା ନିର୍ବନ୍ଧ ହୋଇଥାନ୍ତା ବାହାଘର: ହେଲେ ଜନ୍ମଦିନରେ ଜଳିଲା ଜୁଇ

ଟିକିରି,୧୪।୪ (ପ୍ରଫୁଲ୍ଲ କୁମାର ବେହେରା): ସୋମବାର ପାଳନ କରିଥାନ୍ତେ ୨୮ ତମ ଜନ୍ମଦିନ। ହେଲେ ବିଧିର ବିଧାନ କିଛି ଥିଲା ଅଲଗା । ଜନ୍ମଦିନ ପାଳନ କରିବା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ଗାଁରେ ନଛାଡି ବାଟରେ ମୃତଦେହ ଓହ୍ଲାଇଦେଲା ଆମ୍ବୁଲାନ୍ସ, ରାସ୍ତା ନ ଥିବାରୁ କାନ୍ଧରେ ବୋହିଲେ ଗ୍ରାମବାସୀ

ଗୁଡାରି,୧୩ା୪( ପ୍ରମୋଦ କୁମାର ପତି ): ଡାକ୍ତରଖାନାରୁ ମୃତଦେହ ଗ୍ରାମକୁ ନେଲାନି ଆମ୍ବୁଲାନ୍ସ । ରାସ୍ତା ଖରାପ ଯାଇହେବନି କହି ମୃତଦେହ ଓହ୍ଲାଇ ଦେଲା ଗ୍ରାମଠାରୁ ୩…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri