କସ୍ତୁରିନଗର ଛାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାଶ: ତ୍ରିକୋଣୀୟ ପ୍ରେମ ଲାଗି କରାଯାଇଥିଲା ହତ୍ୟା

ରାୟଗଡା ଅଫିସ୍‌, ୨୦।୬- ଗତ ୧୬ ତାରିଖ ଘଟିଥିବା ଛାତ୍ର ମହାଦେବ ସୁରେଶ କୁମାର ହତ୍ୟା ଘଟଣା ଉପରୁ ପୋଲିସ ପରଦା ହଟାଇଛ। ଏହି ଘଟଣାରେ ୩ଜଣ ନାବାଳକଙ୍କ ସମେତ ନିରଞ୍ଜନ ବିଡିକା ଓ ପି.ପଓ୍ବନ କଲ୍ୟାଣ ୨ ଜଣ ଯୁବକଙ୍କୁ ପୋଲିସ ଧରିଛ। ୨ ଯୁବକ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ୩ ନାବାଳକଙ୍କୁ ବ୍ରହ୍ମପୁରସ୍ଥିତ ଜୁଭେନାଇଲ କୋର୍ଟକୁ ପଠାଯାଇଛ। ହତ୍ୟାରେ ବ୍ୟବହାର କରାଯାଇଥିବା ୨ଟି ମୋଟର ସାଇକେଲ୍‌ ସହ ୫ ମୋବାଇଲ ଫୋନ୍‌ ମଧ୍ୟ ଜବତ କରାଯାଇଛି। ଗୋଟିଏ ଝିଅକୁ ୨ ଜଣ ପ୍ରେମ କରୁଥିବାରୁ ଏହି ହତ୍ୟାକାଣ୍ଡ ଘଟିଛି। ରାୟଗଡା ଏସ୍‌ପି ଶ୍ରବଣ ବିବେକ ଏମ୍‌ ଏକ ଖବରଦାତା ସମ୍ମିଳନୀରେ ଗୁରୁବାର ଏହି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, କସ୍ତୁରୀନଗର ଷଷ୍ଠ ଲେନ୍‌ରେ ରହୁଥିବା ମହାଦେବ ସୁରେଶ କୁମାର(୧୮) ଜଣେ ଝିଅଙ୍କୁ ଭଲ ପାଉଥିଲେ। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ନାବାଳକ ମଧ୍ୟ ଉକ୍ତ ଝିଅଙ୍କୁ ଭଲ ପାଉଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତିକ୍ତତା ବଢ଼ି ଚାଲିଥିଲା। ନାବାଳକ ଜଣକ ସୁରେଶ କୁମାରଙ୍କୁ ରାସ୍ତାରୁ ହଟାଇବା ପାଇଁ ଟାର୍ଗେଟ କରିଥିଲେ। ଗତ ୧୫ତାରିଖରେ କସ୍ତୁରୀନଗରଠାରେ ଘଟପର୍ବ ଚାଲିଥିଲା। ଏହାର ସୁଯୋଗ ନେଇ ନାବାଳକ ରାମଚନ୍ଦ୍ରପୁରରେ ରହୁଥିବା ନିରଞ୍ଜନ ବିଡିକା(୨୯), ମହିଳା ମହାବିଦ୍ୟାଳୟ ନିକଟରେ ରହୁଥିବା ପି.ପଓ୍ବନ କଲ୍ୟାଣ ଏବଂ ଅନ୍ୟ ୨ ନାବାଳକଙ୍କୁ ନେଇ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ରାତି ପ୍ରାୟ ୧୧ଟା ବେଳେ ସୁରେଶଙ୍କୁ ଘରୁ ଡାକି ନେଇଥିଲେ । ଉକ୍ତ ଝିଅଠାରୁ ଦୂରେଇ ରହିବା ପାଇଁ ସୁରେଶଙ୍କୁ ଧମକାଇବା ସହ ପାଟିତୁଣ୍ଡ କରିଥିଲେ। ପରେ ସୁରେଶଙ୍କୁ ଏକ ନିରୋଳା ସ୍ଥାନକୁ ନେଇ ନିସ୍ତୁକ ମାଡ ମାରିଥିଲେ। ସେ ଅଚେତ ହୋଇ ତଳେ ପଡିଯିବାରୁ ତାଙ୍କୁ ଏକ ମୋଟର ସାଇକେଲ୍‌ରେ ଆଣି କସ୍ତୁରୀନଗର ପ୍ରଥମ ଗଳିର ଏକ ସପିଂ କମ୍ପ୍ଲେକ୍ସ ବାରଣ୍ଡାରେ ପକାଇ ଚାଲି ଯାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ବେଳକୁ ସୁରେଶଙ୍କ ମୃତ୍ୟୁ ହୋଇଯାଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ତାଙ୍କ ମୁଣ୍ଡ, ତଳପେଟ, ଯୌନାଙ୍ଗରେ ଗୁରୁତର ଆଘାତ ଲାଗିଥିବା ଯୋଗୁ ସୁରେଶଙ୍କ ମୃତ୍ୟୁ ହୋଇଥିଲା ବୋଲି ଏସ୍‌ପି କହିଛନ୍ତି । ଘଟଣାସ୍ଥଳର ସ୍ଥିତି, ସିଟିଟିଭି ଫୁଟେଜ, ସ୍ଥାନୀୟ ଲୋକଙ୍କୁ ପଚରା ଉଚୁରା ଏବଂ ପୋଲିସର ଗୁଇନ୍ଦା ବିଭାଗର ତଥ୍ୟକୁ ନେଇ ଥାନା ଭାରପ୍ରାପ୍ତ ଅଧିକାରୀ ନିହାର ରଞ୍ଜନ ପ୍ରଧାନ, ଚାନ୍ଦିଲି ଥାନାଧିକାରୀ, ଅତିରିକ୍ତ ଏସ୍‌ପିଙ୍କୁ ନେଇ ଏକ ଟିମ୍‌ ପ୍ରସ୍ତୁତ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ୩ ନାବାଳକଙ୍କ ସହ ୨ଜଣ ଯୁବକ ଜଡିତ ଥିବା ଜଣାପଡିଥିଲା । କେଶ୍‌ ନମ୍ବର ୧୮୬/୨୦୧୯ ପ୍ରକାରେ ନିରଞ୍ଜନ ବିଡିକା, ପି.ପଓ୍ବନ କଲ୍ୟାଣ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ୩ ନାବାଳକଙ୍କୁ ଜୁଭେନାଇଲ କୋର୍ଟକୁ ହସ୍ତାନ୍ତର କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି । ଏହି ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଭିଆର୍‌ ରାଓ, ଅଶୋକ କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri