Posted inଜାତୀୟ

କଶ୍ମୀର ସେଓକୁ ଝୁରୁଛନ୍ତି ଲାଲୁ

ରାଞ୍ଚି,୧୨।୮: ଜେଲ୍‌ରେ ବନ୍ଦୀ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବର୍ତ୍ତମାନ ନିଜ ପସନ୍ଦର କଶ୍ମୀର ସେଓକୁ ଝୁରୁଥିବା ଜଣାପଡ଼ିଛି। କାରଣ କଶ୍ମୀର ସେଓ ବହୁ ମିଠା ସହ ଭରପୂର ସ୍ବାଦ ରହିଥିବାରୁ ଲାଲୁଙ୍କୁ ଅନ୍ୟ ସେଓ ପସନ୍ଦ ଆସି ନ ଥାଏ। ତେବେ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପୂର୍ବରୁ ଘାଟିରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ୧୪୪ ଧାରା ଲାଗୁ କରାଯାଇଛି। ଫଳରେ ସ୍ଥାନୀୟ ଲୋକେ ଘରୁ ବାହାରିପାରୁ ନ ଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଅନ୍ୟ ରାଜ୍ୟକୁ କଶ୍ମୀର ସେଓ ରତ୍ପାନୀ ହେବା କମ୍‌ ହୋଇଯିବାରୁ ରାଞ୍ଚିରେ ପର୍ଯ୍ୟାପ୍ତ ପରିମାଣର ସେଓ ମିଳିପାରୁନାହିଁ। ଏଥିଯୋଗୁ ଲାଲୁ ନିଜ ପସନ୍ଦର ସେଓକୁ ଝୁରୁଥିବା ନେଇ ତାଙ୍କ ନିକଟତର ବନ୍ଧୁଙ୍କଠାରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଲାଲୁ ଯାଦବ ବର୍ତ୍ତମାନ ରାଞ୍ଚିର ରିମ୍ସ ହସ୍ପିଟାଲରେ ନିଜର ଚିକିତ୍ସା କରାଉଛନ୍ତି। ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ପ୍ରତିଦିନ ବ୍ରେକ୍‌ଫାଷ୍ଟରେ ୨ଟି ସେଓ, ଗୋଟିଏ ଆମ୍ବ, ୪ଟି ଅଣ୍ଡା, ବାଦାମ ଓ ଅଖରୋଟ ଖାଇବାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହିଂସା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଫଳତା: ରଜନୀକାନ୍ତ

ଚେନ୍ନାଇ,୨୭।୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ଉପୁଜିଥିବା ହିଂସାକୁ ଏବେ ପ୍ରାୟ ସବୁ ମହଲରେ ନିନ୍ଦା କରାଯାଉଛି। ଏହାକୁ ନେଇ ସାଉଥ୍‌ ସୁପରଷ୍ଟାର...

ଭର୍ତ୍ତୃହରିଙ୍କୁ ମିଳିବ ସଂସଦରତ୍ନ ପୁରସ୍କାର

ଚେନ୍ନାଇ, ୨୫ା୬: ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ସମେତ ପାର୍ଲାମେଣ୍ଟର ୧୦ ସଦସ୍ୟଙ୍କୁ ୨୦୨୦ର ସଂସଦରତ୍ନ ପୁରସ୍କାର ଦିଆଯିବ। ସପ୍ତଦଶ ଲୋକ ସଭାର ପ୍ରଥମ ବର୍ଷରେ...

ଝାଡ଼ଖଣ୍ଡରେ ଭାଜପା ନେତାଙ୍କ ସମେତ ସ୍ତ୍ରୀ ଓ ପୁଅଙ୍କୁ ଗୁଳିକରି ହତ୍ୟା

ରାଞ୍ଚି,୨୩।୭: ଝାଡ଼ଖଣ୍ଡରେ ଜଣେ ଭାଜପା ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସ୍ଥାନୀୟ ଖୁଣ୍ଟି ଅଞ୍ଚଳର ହେଥାଗୋଓ୍ବାରେ ଏହା ଘଟିଛି। କିଛି ଅଜଣା ଲୋକ ଭାଜପା ନେତା...

ରାକେଶ ଭଦୌରିଆ ହେବେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୦-୯(ପି.ଟି.): ଏୟାର ମାର୍ଶାଲ ରାକେଶ କୁମାର ସିଂ ଭଦୌରିଆ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ପରବର୍ତ୍ତୀ ମୁଖ୍ୟ ହେବାକୁ ଯାଉଛନ୍ତି। ହାଲୁକା ଲଢ଼ୁଆ ବିମାନ ତେଜସ୍‌ର ପରୀକ୍ଷାମୂଳକ...

କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସବୁ ବ୍ୟକ୍ତିଙ୍କୁ ହେବନାହିଁ ସଂକ୍ରମଣ !

ନୂଆଦିଲ୍ଲୀ,୩୦।୪: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଏହି ମାହାମାରୀ କବଳରେ ଏବେ ସାରା ବିଶ୍ୱ। କରୋନା...

ଗଣତନ୍ତ୍ରରେ ବିପକ୍ଷ ସତର୍କ ରହିବା ଆବଶ୍ୟକ: ମୋଦି

ନୂଆଦିଲ୍ଲୀ,୧୭।୬: ଗଣତନ୍ତ୍ରରେ ବିପକ୍ଷ ସତର୍କ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ତମ ଲୋକସଭାର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏପରି...

ପ୍ରିୟଙ୍କାଙ୍କ ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ,୩ା୧୨(ପି.ଟି.): ଗାନ୍ଧୀ ପରିବାରର ସୁରକ୍ଷା ବ୍ୟବସ୍ଥାରୁ ଏସ୍‌ପିଜି ହଟାଯିବା ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଲୋଧି ଇଷ୍ଟେଟ ବାସଭବନରେ ଗତ ସପ୍ତାହରେ ସୁରକ୍ଷାରେ...

ତ୍ରାଲ୍‌ରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୧୨।୧: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାର ତ୍ରାଲ୍‌ରେ ରବିବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କିଛି ଆତଙ୍କବାଦୀ...

Coronavirus Update


Archives

Model This Week

Why Dharitri