Posted inଜାତୀୟ

କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ମନ୍ତବ୍ୟ: ଜୟଶଙ୍କରଙ୍କ ଉପସ୍ଥିତିରେ ହୋଇଥିଲା ମୋଦି-ଟ୍ରମ୍ପ ଆଲୋଚନା

ନୂଆଦିଲ୍ଲୀ, ୨୪।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟକୁ ନେଇ ବୁଧବାର ସଂସଦରେ ପ୍ରବଳ ହଙ୍ଗାମା ଜାରି ରହିଛି। କଂଗ୍ରେସ ପକ୍ଷରୁ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଯାଇ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରାଯାଇଛି। ଏହି ପ୍ରସଙ୍ଗରେ ଲେକା ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସରକାରଙ୍କ ପକ୍ଷରୁ ମନ୍ତବ୍ୟ ଦେବା ପାଇଁ ଉଠିଲା ବେଳକୁ ବିରୋଧୀ କକ୍ଷତ୍ୟାଗ କରିଥିଲେ। ରାଜନାଥ କହିଥିଲେ, ମୋଦି-ଟ୍ରମ୍ପ ଆଲୋଚନାବେଳେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଉପସ୍ଥିତ ଥିଲେ। କଶ୍ମୀର ସମସ୍ୟା ମଧ୍ୟସ୍ଥତା କରିବା ପାଇଁ ଭାରତ ସବୁବେଳେ ତୃତୀୟ ସପକ୍ଷକୁ ବିରୋଧ କରିଆସିଛି। ତେଣୁ ମୋଦି ଏକଥା କହିବା ଅସମ୍ଭବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକା ଗସ୍ତ କରିଥିବାବେଳେ ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ମତ ରଖିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ କାଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ କହିଥିଲେ। ଇମ୍ରାନ ମଧ୍ୟ ଟ୍ରମ୍ପଙ୍କୁ ମଧ୍ୟସ୍ଥତା କରିବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ଅଭିଯୋଗ ଉପରେ ନୀତି ଆୟୋଗଙ୍କ ବଡ଼ ବୟାନ, ସିଇଓ କହିଲେ…

କୋଲକାତା,୨୭ା୭: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ବସିଥିବା ନୀତି ଆୟୋଗ ବୈଠକ ଅଧାରୁ ଉଠି ଚାଲି ଆସିଥିଲେ। ସେ ଅଭିଯୋଗ କରିଥିଲେ ଯେ, ତାଙ୍କୁ...

ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ପଡ଼ିବ, କାହିଁକି ଏମିତି କହିଲେ ଏହି ଏମ୍‌ପି

ନୂଆଦିଲ୍ଲୀ,୨୭ା୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ନୀତି ଆୟୋଗ ବୈଠକ ଅଧାରୁ ଉଠି ଚାଲି ଆସିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ବୈଠକରେ...

‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’ କ’ଣ? ଯେଉଁଥିରେ ବିନା ବନ୍ଧକରେ ମିଳିଥାଏ ୨୦ ଲକ୍ଷର ଋଣ, ଜାଣନ୍ତୁ କିଏ ପାଇପାରିବେ ଲାଭ…

ନୂଆଦିଲ୍ଲୀ,୨୭।୭: ଦେଶର ଯୁବବର୍ଗଙ୍କୁ ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ ମୋଦି ସରକାର ୨୦୧୫ରେ ‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’ ଆରମ୍ଭ କରିଥିଲେ। ଏହି ଯୋଜନା ଅଧିନରେ ନିଜର କାରୋବାର...

ନିର୍ବାଚନକୁ ଓହ୍ଲାଇବେ ପୂର୍ବତନ ଡିଜିପି, ଜଣାପଡ଼ିଲା ନୂଆ ପାର୍ଟିର ନାଁ

ମୁମ଼୍ବାଇ, ୨୭।୦୭: ମହାରାଷ୍ଟ୍ରର ପୂର୍ବତନ ଡିଜିପି ସଞ୍ଜୟ ପାଣ୍ଡେ ଆଗାମୀ ବିଧାନସଭା ନିର୍ବାଚନରେ ନିଜର ରାଜନୈତିକ ଇନିଂସ ଆରମ୍ଭ କରିବାକୁ ଯଆଉଛନ୍ତି। ପୂର୍ବତନ ଡିଜିପି ସଞ୍ଜୟ...

ମମତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ନୂଆଦିଲ୍ଲୀ,୨୭।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର ନୂଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ସେଠାରେ ପହଞ୍ଚି ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି।...

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ଏହି ଦେଶର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୭।୦୭: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରାପବ୍ଲିକାନ୍‌ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ସାକ୍ଷାତ କରିଛନ୍ତି । ଗାଜାରେ ଜାରି...

ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନୀତିଶ କୁମାର, ଜଣାପଡିଲା ବଡ଼ କାରଣ

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀରେ ଆୟୋଜିତ ନୀତି ଆୟୋଗର ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗ ଦେଇନାହାଁନ୍ତି। ଏହି ବୈଠକରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ...

ପାକିସ୍ତାନ ସୀମାରେ ବଡ଼ ଧରଣର ଏନ୍‌କାଉଣ୍ଟର, ଜଣେ ଯବାନ୍‌ ଶହୀଦ, ୪ ଆହତ

ନୂଆଦିଲ୍ଲୀ, ୨୭।୦୭: ଜମ୍ମୁ କଶ୍ମୀରର କୁପୱାଡ଼ା ଜିଲାରେ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି । ଲାଇନ୍‌ ଅଫ୍‌ କଣ୍ଟ୍ରୋଲ ବା ଏଲ୍‌ଓସିରେ ପାକିସ୍ତାନ ବର୍ଡର ଆକ୍ସନ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri