Posted inଜାତୀୟ

କଶ୍ମୀର ଟାଇମ୍ସ ଏଡିଟରଙ୍କ ଅନୁରୋଧ: ମିଡିଆ କଟକଣା ଉଠାଯିବା ଆବେଦନର ଶୀଘ୍ର ଶୁଣାଣି ହେଉ

ନୂଆଦିଲ୍ଲୀ, ୧୪ା୮(ପି.ଟି.): ଜମ୍ମୁ-କଶ୍ମୀରରେ ମିଡିଆ କଟକଣା ଲାଗିଥିବାବେଳେ ଏହାକୁ ହଟାଯିବା ଲାଗି କଶ୍ମୀର ଟାଇମ୍ସ ନାମକ ଏକ ପ୍ରତିଷ୍ଠିତ ଖବରକାଗଜର ଏଡିଟର ଅନୁରାଧା ଭାସିନ୍‌ କରିଥିବା ଆବେଦନର ଶୀଘ୍ର ଶୁଣାଣି ଲାଗି କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଖବରଦାତାଙ୍କୁ ଜମ୍ମୁ-କଶ୍ମୀରରେ ଯୋଗାଯୋଗ ଓ ଖବର ସଂଗ୍ରହର ସୁଯୋଗ ଦିଆଯାଉ ବୋଲି ଅନୁରୋଧ କରାଯାଇଛି। ଏନେଇ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଅନୁରାଧାଙ୍କ ଓକିଲ ବ୍ରିନ୍ଦା ଗ୍ରୋଭରଙ୍କୁ ରେଜିଷ୍ଟ୍ରାର ମେମୋ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଅନୁଧ୍ୟାନ କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଟିପିସିଆର୍ ନେଗେଟିଭ ରିପୋର୍ଟ ବିନା ପଞ୍ଜାବରେ ପ୍ରବେଶ ମନା

ଚଣ୍ଡିଗଡ଼,୧୪ ।୮: ବାହାର ରାଜ୍ୟରୁ ଏବେ ପଞ୍ଜାବ ଯାଉଥିବା ଲୋକଙ୍କ ପାଇଁ ବଡ ସୂଚନା । କରୋନାର ଦୁଇଟି ଯାକ ଟିକା ଅଥବା କରୋନା ଆର୍‌ଟିପିସିଆର୍...

ଟୁଇଟ୍‌ କରି ଅଡ଼ୁଆରେ ରାହୁଲ

ନୂଆଦିଲ୍ଲୀ, ୪।୮: ଦକ୍ଷିଣ-ପଶ୍ଚିମ ନୂଆଦିଲ୍ଲୀର କ୍ୟାଣ୍ଟନମେଣ୍ଟ ଏରିଆରେ ରବିବାର ରାତିରେ ଜଣେ ଦଳିତ ନାବାଳିକାଙ୍କୁ ଗଣବଳାତ୍କାର ଓ ହତ୍ୟା କରାଯିବା ଘଟଣାକୁ ନେଇ ବିବାଦ ବଢ଼ିବାରେ...

ନୀତୀଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପାଟନା,୧।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ୭୨ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି। ଏହି ଅବସରରେ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଇତିମଧ୍ୟରେ...

କରୋନା ଟିକାକରଣ ପ୍ରସ୍ତୁତି: ୬୩୩ ଜିଲାରେ ଆରମ୍ଭ ହେବ ଟିକାଦାନ

ନୂଆଦିଲ୍ଲୀ,୧୬।୧୨: ଆଉ କିଛି ଦିନ ପରେ ଦେଶରେ କରୋନା ପ୍ରତିଷେଧକ ଟିକା ଉପଲବ୍ଧ ହେବ। ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦେଶର...

ବର୍ଗର ଧରି ପହଞ୍ଚିଲେ ମା’ ଗୌରୀ

ମୁମ୍ବାଇ, ୫ା୧୦: ଡ୍ରଗ୍ସ ପାର୍ଟି ମାମଲାରେ ଏନ୍‌ସିବି ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ୟନଙ୍କୁ ଗରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଜାମିନ...

ଗୋଆ ନିର୍ବାଚନ: ୧୦-୧୫ ଆସନରେ ନିର୍ବାଚନ ଲଢିବ ଶିବସେନା, ଏନ୍‌ସିପି ସହ କରିବ ମେଣ୍ଟ

ମୁମ୍ବାଇ,୧୬ ।୧: ଗୋଆ ବିଧାନସଭା ନିର୍ବାଚନରେ ଶିବସେନା ଓ ଏନ୍‌ସିପି ଏକାଠି ମିଶି ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ୧୮...

ଫସିଲେ କେଜରିଓ୍ବାଲ: ଟିକେଟ ନମ୍ବର ୪୫

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର ନାମାଙ୍କନ ଦାଖଲ କରିବାକୁ ଜାମନଗର ହାଉସ ପହଞ୍ଚିବା ପରେ ଏବେ ଫସି ଯାଇଛନ୍ତି। କାହିଁକିନା ସେଠାରେ ତାଙ୍କୁ...

ରାଜନୈତିକ ହିଂସା: ମମତା ସରକାର କାଠଗଡ଼ାରେ

ନୂଆଦିଲ୍ଲୀ,୨୩।୧୨: ପଶ୍ଚିମବଙ୍ଗରେ ଜାରି ରହିଥିବା ରାଜନୈତିକ ହିଂସାକୁ ନେଇ ସୁପ୍ରିମ୍‌କୋର୍ଟରେ ଏକ ମାମଲା ଦାଖଲ କରାଯାଇଛି। ଏହାକୁ ଆଇନଜୀବୀ ବିନିତ ଢଣ୍ଡା ଦାଖଲ କରିଛନ୍ତି। ରାଜ୍ୟରେ...

Advertisement
Archives

Model This Week