କଳାବଜାରରେ ବିକ୍ରି ହେଉଛି ସାଧାରଣ ବଣ୍ଟନ ସାମଗ୍ରୀ: କୋଠ ଘରୁ ଶତାଧିକ ପିଡିଏସ୍‌ ଚାଉଳ ବସ୍ତା ଜବତ

ରସୁଲପୁର,୩୦-୧୦(ଡି.ଏନ୍‌.ଏ.)- ଯାଜପୁର ଜିଲା ରସୁଲପୁର ବ୍ଲକରେ ସାଧାରଣ ବଣ୍ଟନ ସାମଗ୍ରୀ ପ୍ରଦାନରେ ସରକାରଙ୍କ ୫-ଟି ପ୍ରୟୋଗ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଭୂତ ଚାଉଳ କାର୍ଡ ହାତେଇବାରେ ଠାରୁ ଅଯୋଗ୍ୟଙ୍କୁ ରାଶନ କାର୍ଡ ପ୍ରଦାନ କରିବା ପର୍ଯ୍ୟନ୍ତ ସବୁଠି ୫-ଟି ଫେଲ୍‌ ମାରିଥିବା ମନେହେଉଛି। ଯାଜପୁର ଜିଲା ରସୁଲପୁର ବ୍ଲକର ହିତାଧିକାରୀଙ୍କ ପାଇଁ ଆସୁଥିବା ରାଶନ ସାମଗ୍ରୀକୁ ହଡ଼ପ କରାଯିବା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି। କଳାବଜାରରେ ସାଧାରଣ ବଣ୍ଟନ ସାମଗ୍ରୀ ବିକ୍ରି ହେବା ଘଟଣା ୫-ଟିର ନଗ୍ନ ଚିତ୍ରକୁ ପଦାରେ ପକାଇ ଦେଇଛି ା ଏଦିଗରେ ଅସାଧୁ ବ୍ୟବସାୟୀ, ପରିବହନ ସଂସ୍ଥା, ଜିଲା ପ୍ରଶାସନର ଭୂମିକା ଉପରକୁ ଅଙ୍ଗୁଳି ଉଠୁଛି। ଏହି ବ୍ଲକ ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ବରଜପୁର ଗ୍ରାମର ଏକ କୋଠଘରେ ବେଆଇନ ଭାବେ ରାଶନ ସାମଗ୍ରୀ ମହଜୁଦ ରହିଥିବା ଜଣାପଡ଼ିବା ପରେ ମଙ୍ଗଳବାର ରାତିରେ ରସୁଲ୍‌ପୁର ବ୍ଲକ ଯୋଗାଣ ଅଧିକାରୀ ଅନୁଜ କୁମାର ସାହୁ ସେଠାରେ ଚଢ଼ାଉ କରି ଶତାଧିକ ପିଡିଏସ୍‌ ଚାଉଳ ବସ୍ତା ଜବତ କରିଛନ୍ତି। ଏହି ଘଟଣାରୁ ଏଠାରେ କିପରି ଭାବରେ କଳାବଜାରୀ ଚାଲିଛି ତାହା ସହଜରେ ଅନୁମେୟ ହୋଇଯାଇଛି।
ପ୍ରକାଶ ଯେ, ସୋମବାର ସନ୍ଧ୍ୟା ୭ଟା ୧୯ମିନିଟ୍‌ରେ ଏକ ଚାଉଳ ବୋଝେଇ ଟ୍ରକ୍‌ ନଂ- ଓଆର୦୯- ଇ-୦୦୩୩ ବରଜପୁର ଗ୍ରାମ ଭିତରକୁ ଆସିଥିଲା ା କୋଠଘର ନିକଟରେ ଚାଉଳ ବସ୍ତା ଖଲାସ କରୁଥିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳର ଲୋକେ ଦେଖିବାକୁ ପାଇଥିଲେ। ଚାଉଳ ବୋଝେଇ ଟ୍ରକ୍‌ ସମ୍ମୁଖରେ ଲାଗିଥିବା ବ୍ୟାନରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଓଡିଶା ରାଜ୍ୟ ଯୋଗାଣ ନିଗମ-ଯାଜପୁର ଜିଲା, ପରିବହନ ସଂସ୍ଥାର ନାମ ପ୍ରଫୁଲ ସାହୁ ବୋଲି ଉଲ୍ଲେଖ ଥିଲା। ଉକ୍ତ ବ୍ୟାନରରୁ ଟ୍ରକ୍‌ରେ ବୋଝେଇ ଚାଉଳ ସାଧାରଣ ବଣ୍ଟନ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଜଣା ପଡ଼ିଛି। ଏହିଭଳି ପ୍ରତ୍ୟେକ ମାସରେ ଟ୍ରକ୍‌ ଟ୍ରକ୍‌ ଚାଉଳ ଆସି ଏଠାରେ ଖଲାସ ହୋଇଥାଏ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ତାହା କେଉଁ ବ୍ୟବସାୟୀଙ୍କ ହୋଇଥାଇ ପାରେ ବୋଲି ଲୋକେ ମନେ କରିଆସୁଛନ୍ତି। ମାତ୍ର ଟ୍ରକ ସମ୍ମୁଖରେ ଲାଗିଥିବା ବ୍ୟାନର ରାଶନ ଚାଉଳ କଳାବାଜାରୀ ଉପରୁ ପରଦା ହଟାଇ ଦେଇଛି। ବର୍ଷବର୍ଷ ଧରି ଏହି କାରବାର ଚାଲି ଆସୁଛି । ପରିବହନ ସଂସ୍ଥା ପକ୍ଷରୁ ଡିଲର ପଏଣ୍ଟରେ କମ୍‌ ଓଜନର ଚାଉଳ ବସ୍ତା ଯୋଗାଇବା, ବ୍ଲକର ଗାଁ ଗଣ୍ଡାରେ ଭୂତ ହିତାଧିକାରୀଙ୍କ ନାଁରେ ଚାଉଳ ଉଠାଇବା, ଅଯୋଗ୍ୟ ହିତାଧିକାରୀ ଯେଉଁମାନେ ଚାଉଳ ସଂଗ୍ରହ ନ କରି ଡିଲରମାନଙ୍କଠାରୁ ମାସିକିଆ ଟଙ୍କା ସଂଗ୍ରହ କରିବା ଭଳି କେତେକ ବଳିଷ୍ଠ କାରଣରୁ ଚାଉଳ ଓ ଗହମ ବଳକା ରହୁଛି। ଡିଲରମାନେ ଆବଶ୍ୟକ ପରିମାଣର କୋଟାଠାରୁ କମ୍‌ ପରିମାଣର ଚାଉଳ ଉଠାଉଛନ୍ତି। ଏଦିଗରେ ପରିବହନ ସଂସ୍ଥା, ଡିଲର ଓ ଅସାଧୁ ବ୍ୟବସାୟୀଙ୍କ ମଧ୍ୟରେ ବୁଝାବଣା ହୋଇଯାଉଛି। ଡିଲର ପଏଣ୍ଟକୁ ନ ଆସି ସିଧାସଳଖ ଟ୍ରକ ଟ୍ରକ ବୋଝେଇ ରାଶନ ଚାଉଳ ବାଟମାରଣା ହୋଇଯାଉଛି। ଏପରି କି ଯୋଗାଣ ନିଗମରୁ ଆସୁଥିବା ଟ୍ରକ୍‌ ବୋଝେଇ ଚାଉଳ ଗନ୍ତବ୍ୟସ୍ଥଳକୁ ନ ଆସି କଳାବଜାରୀଙ୍କ ଗୋଦାମକୁ ଚାଲି ଯାଉଛି ବୋଲି ଏଠାରେ ମିଳିଥିବା ସୁରାକରୁ ଜଣାପଡିଛି। ପ୍ରକାଶ ଥାଉ କି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଖାଦ୍ୟ ସୁରକ୍ଷା ଆଇନ ଓ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ ଖାଉଟିଙ୍କୁ ଟଙ୍କିକିଆ ଚାଉଳ ଓ ଗହମ ଯୋଗାଇ ଆସୁଛନ୍ତି। ଉକ୍ତ ଯୋଜନା ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଏହି ଯୋଜନା ସମ୍ପୂର୍ଣ ବାଟବଣା ହୋଇଛି । ଗରିବଙ୍କ ନାଁରେ ଆସୁଥିବା ଚାଉଳ କଳାବଜାରରେ ବିକ୍ରି ହେଉଛି । ଆଧାର ସଂଯୋଗ କରିବା ପରେ ସମଗ୍ର ବ୍ଲକ ଅଞ୍ଚଳରେ ୧୦ହଜାରୁ ଊର୍ଦ୍ଧ୍ୱ ଭୂତ ହିତାଧିକାରୀ ଧରାପଡିବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରୁଥିଲା। ଉକ୍ତ ବ୍ୟକ୍ତିଙ୍କ ନାଁରେ ଆସୁଥିବା ଚାଉଳ କେଉଁଆଡେ ଯାଉଥିଲା ତା ନେଇ ମଧ୍ୟ କଳ୍ପନାଜଳ୍ପନା ଲାଗି ରହିଥିଲା। ମାତ୍ର ଏଠାରେ ଜନୈକ ବ୍ୟବସାୟୀଙ୍କ ଗୋଦାମ ଘରେ ସାଧାରଣ ବଣ୍ଟନ ଚାଉଳ ଖଲାସ ହେବା ଘଟଣା ପ୍ରଘଟିତ ହେବା ପରେ ଏ ଦିଗରେ ରହିଥିବା ସନ୍ଦେହ ଉପରୁ ପରଦା ହଟି ଯାଇଛି। ଉକ୍ତ ଘଟଣାର ତଦନ୍ତ କରାଯାଇ ରାଶନ ସାମଗ୍ରୀ ହଡ଼ପରେ ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି। ଏଥିସହ ଜିଲାରେ କଳାବଜାରରେ ବିକ୍ରି ହେଉଥିବା ରାଶନ ସାମଗ୍ରୀ ସମ୍ପର୍କରେ ତଦନ୍ତ କରାଗଲେ ଏ ଦିଗରେ ହେଉଥିବା ବହୁ ଅନୈତିକ କାରବାର ଉପରୁ ପରଦା ହଟି ଯାଇପାରିବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତ ପ୍ରକାଶ ପାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମାଟ୍ରିକ ପରୀକ୍ଷାଫଳ

କଟକ ଅଫିସ,୨୫।୬: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୁରୁବାର ପ୍ରେସ୍‌ ବିବୃତି ମାଧ୍ୟମରେ ସୂଚନା...

ଭଦ୍ରକ କଲେଜରେ ଛାତ୍ର ଅଶାନ୍ତି ଜାରି

ଭଦ୍ରକ ଅଫିସ,୫ା୧୧- ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଜାରି ରହିଛି। ମଙ୍ଗଳବାର ଛାତ୍ର ଆନ୍ଦୋଳନର ୨ୟ ଦିନରେ ଶତାଧିକ ଛାତ୍ରୀଛାତ୍ର ପାଠପଢା ବର୍ଜନ...

ବାଲେଶ୍ୱର ସଂକ୍ରମିତଙ୍କ ସଂସ୍ପର୍ଶରେ ଜଣେ ସ୍ବାସ୍ଥ୍ୟକର୍ମୀ: ସାନିଟାଇଜ୍‌ ହେଲା ସନ୍ତରାଗଡ଼ିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ସଜନାଗଡ଼, ୧୯।୪(ଡି.ଏନ.ଏ.)-ଓଡ଼ିଶାର ୬୧ନଂ. କରୋନା ସଂକ୍ରମିତ ବାଲେଶ୍ୱର ସହରର ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିବା ପରେ ଜିଲା ପ୍ରଶାସନ ତତ୍ପର  ହୋଇଉଠିଛି। ଏହି ସମୟ...

ଭିଏଲ୍‌ଡବ୍ଲ୍ୟୁଙ୍କ ବାଇକ୍‌ ଚୋରି ଅଭିଯୋଗରେ ଜଣେ ଗିରଫ

ଭଟଲି,୨୭।୭(ଡି.ଏନ୍‌.ଏ): ବରଗଡ଼ ଜିଲା ଭଟଲି ଥାନା କମଗାଁ ପଞ୍ଚାୟତ ଭିଏଲ୍‌ଡବ୍ଲ୍ୟୁ ସୌଭାଗ୍ୟ ପଧାନଙ୍କ ବାଇକ୍‌ ଚୋରି ଅଭିଯୋଗରେ ଭଟଲି ପୋଲିସ ଶନିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ...

ବାରବାଟୀ ଷ୍ଟାଡିୟମରେ ହେବ ଆଇସୋଲେଶନ ୱାର୍ଡ

କଟକ ଅଫିସ,୨୧ା୩ : କଟକ ବାରବାଟୀ ଷ୍ଟାଡିୟମକୁ କରୋନା ମୁକାବିଲା ପାଇଁ ପ୍ରସ୍ତୁତ କରାଯାଉଛି। ଏ ନେଇ ଜିଲା ପ୍ରଶାସନ ଓ କଟକ ମହାନଗର ନିଗମ(ସିଏମ୍‌ସି)...

ପାହାଡ଼ିଆ ପନିପରିବା ପାଇ ଗ୍ରାହକ ଖୁସି, ସ୍ବାଭାବିକ ଅବସ୍ଥା ଫେରୁଛି

କେନ୍ଦୁଝର, ୧୭ା୯ (ସ୍ବ.ପ୍ର.)-କରୋନା କଟକଣା କୋହଳ ହେବା ପରେ ଏବଂ ଯାତ୍ରୀବାହୀ ଗାଡି ଚଳାଚଳ କରିବା ଫଳରେ ଜିଲାରେ ସ୍ବାଭାବିକ ଅବସ୍ଥା ଫେରୁଛି। ମଲ, ଦୋକାନବଜାର...

ବନ୍ଦ ଡାକରାରେ ବଡ଼ବିଲ ପ୍ରଭାବିତ

ବଡ଼ବିଲ,୧୫।୭(ସ୍ବ.ପ୍ର.): ପେଟ୍ରୋଲିୟମ୍‌ ତୈଳଦର, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧି ପ୍ରତିବାଦରେ ଗୁରୁବାର ବାମପନ୍ଥୀ ଦଳ ପକ୍ଷରୁ ରାଜ୍ୟବ୍ୟାପି ୬ଘଣ୍ଟିଆ ବନ୍ଦ ଡାକରା...

ଗଛରେ ପିଟିହେଲା ଟାଟା ମ୍ୟାଜିକ୍‌, ୩ ଗୁରୁତର

ଆରଡ଼ି,୧୦।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ବାଇପାସ୍‌ ରାସ୍ତାରେ ଗୁରୁବାର ପୂର୍ବାହ୍ନରେ ସାଇକେଲ ଚାଳକକୁ ରକ୍ଷା କରିବାକୁ ଯାଇ ଏକ ଟାଟା ମ୍ୟାଜିକ୍‌ ଗଛରେ ପିଟି ହେବାରୁ...

Advertisement


Archives

Model This Week