Posted inଜାତୀୟ

କର୍‌ତାରପୁର କରିଡର:ପାକିସ୍ତାନ ଯିବେନି ମନମୋହନ

ନୂଆଦିଲ୍ଲୀ,୪-୧୦(ପି.ଟି.):କର୍‌ତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଯୋଗଦେବେ। ତେବେ ସେ ପାକିସ୍ତାନ ଯିବେନି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସ୍ପଷ୍ଟ କରିଛନ୍ତି। ପ୍ରଥମ ସର୍ବଦଳୀୟ ପ୍ରତିନିଧିଙ୍କ ସହ କର୍‌ତାରପୁର ସାହିବ ଗୁରୁଦ୍ୱାରାରେ ଯୋଗଦେବା ପାଇଁ ମନମୋହନ ରାଜି ହୋଇଥିବା ସେ ସୂଚନା ଦେଇଛନ୍ତି। ତାଙ୍କର କିମ୍ବା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ପାକିସ୍ତାନ ଯିବାର କୌଣସି ଯୋଜନା ନାହିଁ। ପାକିସ୍ତାନ ଯିବା ଓ କରିଡର ଦେଇ ଗୁରୁଦ୍ୱାର ଯିବା ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ପାକିସ୍ତାନର ଆମନ୍ତ୍ରଣ ରକ୍ଷା କରି ମନମୋହନ ସେଠାକୁ ଯିବେ ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ଅମରିନ୍ଦର ଉପରୋକ୍ତ ସ୍ପଷ୍ଟୀକରଣ ଦେଇଛନ୍ତି। ଦେବଗୁରୁ ନାନକ ଦେବଙ୍କ ୫୫୦ତମ ପ୍ରକାଶ ପର୍ବ ସହ ଐତିହାସିକ କର୍‌ତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ଯୋଗଦେବା ପାଇଁ ଅମରିନ୍ଦର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ନିମନ୍ତ୍ରଣ କରିଛନ୍ତି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ତାଙ୍କ ଆମନ୍ତ୍ରଣକୁ ଗ୍ରହଣ କରିଛନ୍ତି। ନଭେମ୍ବର ୧୨ରେ ସୁଲତାନପୁର ଲୋଧିଠାରେ ମୁଖ୍ୟ କାର୍ଯ୍ୟକ୍ରମ ଏବଂ ଡେରା ବାବା ନାନକଙ୍କ ପୀଠରେ କର୍‌ତାରପୁର କରିଡର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଅମରିନ୍ଦର ସେମାନଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଗଲା ୨୬ ଜୀବନ

ଚେନ୍ନାଇ,୨୧।୨(ପି.ଟି./ ଆଇଏଏନ୍‌ଏସ୍‌):ତାମିଲନାଡୁରେ ଗୁରୁବାର ଦୁଇଟି ରାସ୍ତା ଦୁର୍ଘଟଣାରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି। ତିରୁପୁର ଜିଲା ଅନ୍ତର୍ଗତ ଅବିନାଶୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୦...

ଆତଙ୍କବାଦୀ ଶିବିରରେ ଚଢ଼ାଉ, ୬ ଷ୍ଟିକି ବୋମା ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ…

ଶ୍ରୀନଗର, ୪।୭ : ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଏକ ଆତଙ୍କବାଦୀ ଶିବିର ଉପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢ଼ାଇ କରାଯାଇଛି। ସେଠାରୁ ୬ ଷ୍ଟିକ ବୋମା...

ଦିନେ ପିଓକେ ହେବ ଭାରତର…

ନୂଆଦିଲ୍ଲୀ,୨୭।୧୦: ଦିନେ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଭାରତର ଅଂଶ ବିଶେଷ ହେବ। ଭାରତୀୟ ସେନା ଏହି ଲକ୍ଷ୍ୟ ନିଶ୍ଚିତ ପୂରଣ କରିବ। ବାୟୁସେନା କମାଣ୍ଡିଂ-ଇନ-ମୁଖ୍ୟ...

ସ୍ତ୍ରୀ ଓ ବାପଘରର ୪ ଜଣଙ୍କୁ ଜାଳିଦେଲେ ସ୍ବାମୀ

ଚଣ୍ଡିଗଡ଼,୧୯ା୧୦: ସ୍ତ୍ରୀ ବାପଘରୁ ଫେରିବାକୁ ମନା କରିଦେବାରୁ ଉତ୍‌କ୍ଷିପ୍ତ ସ୍ବାମୀ ବର୍ବର କାଣ୍ଡ ଘଟାଇଛନ୍ତି। ସେ ସ୍ତ୍ରୀଙ୍କ ସମେତ ତାଙ୍କ ବାପଘରର ୪ ସଦସ୍ୟଙ୍କୁ ଜାଳିଦେଇଛନ୍ତି।...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କରୋନା

ବେଙ୍ଗାଲୁରୁ,୩୧।୩: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡା କରୋନା ଆକ୍ରାନ୍ତ ହୋଇଛନ୍ତି। ବୁଧବାର ଟୁଇଟ୍‌ କରି ସେ ଏନେଇ ସୂଚନା ଦେଇଛନ୍ତି। ଦେବଗୌଡାଙ୍କ ଛଡା ତାଙ୍କ...

ଔରଙ୍ଗାବାଦରେ ବଣ୍ଟାଗଲା ଶସ୍ତା ପେଟ୍ରୋଲ: ଲିଟର ପିଛା ୫୪ଟଙ୍କା

ଔରଙ୍ଗାବାଦ,୧୫।୬: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକରେଙ୍କ ମଙ୍ଗଳବାର ଜନ୍ମଦିନ ପାଳନ କରାଯାଇଛି। ଏହି ସମୟରେ ଦଳର ନେତାମାନେ ରାଜ ଠାକରେଙ୍କ ଜନ୍ମଦିନକୁ ନିଆରା...

‘ଯୋଗୀ ଖାଲି ଶ୍ମଶାନ ଖୋଲିଲେ, ଆମେ ସ୍କୁଲ ଖୋଲିବୁ’

ଲକ୍ଷ୍ନୌ,୨।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ରବିବାର ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଲକ୍ଷ୍ନୌରେ ଆୟୋଜିତ...

ଭାରତକୁ ଟପିବ ବାଂଲାଦେଶ

ନୂଆଦିଲ୍ଲୀ,୧୫।୧୦: ଚଳିତ କ୍ୟାଲେଣ୍ଡର ବର୍ଷରେ ମୁଣ୍ଡ ପିଛା ମୋଟ ଘରୋଇ ଉତ୍ପାଦ(ଜିଡିପି) କ୍ଷେତ୍ରରେ ବାଂଲାଦେଶ ଭାରତକୁ ପଛରେ ପକାଇଦେବ। କୋଭିଡ୍‌-୧୯ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ...

Advertisement
Archives

Model This Week