କର୍ମକ୍ଷେତ୍ରରେ ସେବା ବାତାବରଣ ସୃଷ୍ଟି କର: ମନ୍ତ୍ରୀ

ଭୁବନେଶ୍ୱର,୧୧।୯(ବ୍ୟୁରୋ):ସରକାରୀ ଚାକିରିକୁ ଏକ ସେବାଭାବେ ଗ୍ରହଣ କରି କର୍ମକ୍ଷେତ୍ରରେ ସମାନ ବାତାବରଣ ସୃଷ୍ଟି କରିପାରିଲେ ଜନସାଧାରଣଙ୍କ ଆଶା-ଆକାଂକ୍ଷା ପୂରଣ ହୋଇପାରିବ। ରାଜ୍ୟ ସରକାରଙ୍କ ଦ୍ବାରା ଲୋକାଭିମୁଖୀ ଯୋଜନାର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ବଜାୟ ରଖି ଓ ଏହାର ସୁଫଳ ସମାଜର ସବୁଠାରୁ ତଳସ୍ତର ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ସରକାରୀ କର୍ମଚାରୀମାନେ ନିଷ୍ଠାପର ଉଦ୍ୟମ କରିବାକୁ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ା
ମଙ୍ଗଳବାର ପୂର୍ବାହ୍ନରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ନବନିଯୁକ୍ତ ସମବାୟ ଅଡିଟରମାନଙ୍କ ୫‘ଟି’ ସମ୍ବନ୍ଧୀୟ ଏକ କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ସ୍ବାଇଁ କହିଛନ୍ତି, ରାଜ୍ୟରେ ୯ ହଜାରରୁ ଊର୍ଦ୍ଧ୍ୱ ସମବାୟ ଅନୁଷ୍ଠାନ କାର୍ଯ୍ୟ କରୁଥିବାବେଳେ ଏହି ଅନୁଷ୍ଠାନଗୁଡ଼ିକର ଆୟ ବ୍ୟୟର ହିସାବ ଠିକଣା ଓ ସନ୍ତୁଳିତ ଭାବେ କରିବା ପାଇଁ ଅଡିଟରମାନେ ନିଷ୍ଠାର ସହ କାର୍ଯ୍ୟକରିବା ଉଚିତ। ରାଜ୍ୟରେ ଚାଷୀମାନଙ୍କୁ ଦିଆଯାଉଥିବା ଫସଲ ଋଣର ପ୍ରାୟ ୭୦ ଭାଗରୁ ଊର୍ଦ୍ଧ୍ୱ ସମବାୟ ସଂସ୍ଥା ମାଧ୍ୟମରେ ଦିଆଯାଉଥିବା ପରିପ୍ରେକ୍ଷୀରେ ଅଡିଟରମାନେ କୃଷି ଓ କୃଷକମାନଙ୍କ ବିକାଶ ଦିଗରେ ସେମାନଙ୍କର ମହତ୍ତ୍ବପୂର୍ଣ୍ଣ ଯୋଗଦାନ କରିପାରିବେ। ନବନିଯୁକ୍ତ ଅଡିଟରମାନେ ପରିବର୍ତ୍ତନର ବାହକଭାବେ ତୃଣମୂଳସ୍ତରରେ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ସ୍ବାଇଁ ପରାମର୍ଶ ଦେଇଛନ୍ତି ା ନୂତନ ଅଡିଟର ନିଯୁକ୍ତି ଦ୍ବାରା ସମବାୟ ବିଭାଗ ଅଧିକ ଚଳଚଞ୍ଚଳ ହେବ ବୋଲି ମନ୍ତ୍ରୀ କହିଛନ୍ତି ା ଏହି ଅବସରରେ ୫୨ ଜଣ ନବନିଯୁକ୍ତ ଅଡିଟରମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ା କର୍ମଶାଳାରେ କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର ଯୋଗଦେଇ କହିଛନ୍ତି, ରାଜ୍ୟର ପରିବର୍ତ୍ତନରେ ୫‘ଟି’ ମନ୍ତ୍ରୀ ଉପଯୋଗ ଅପରିହାର୍ଯ୍ୟ। ଯେଉଁ କ୍ଷେତ୍ରରେ କାର୍ଯ୍ୟ କର ୫‘ଟି’ର ପ୍ରୟୋଗ ଦ୍ବାରା କାର୍ଯ୍ୟରେ ସଫଳତା ହାସଲ କରିହେବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ପ୍ରସ୍ତାବ ଦେବା ବାହାନାରେ ବର୍ବରତାର ସୀମା ପାର୍, ପ୍ରେମିକଙ୍କୁ ବାନ୍ଧି ନିଆଁ ଲଗାଇଦେଲେ ପ୍ରେମିକା

ବେଙ୍ଗାଲୁରୁ୨୧।୪: ପ୍ରେମ ସମ୍ପର୍କ ସହିତ ଜଡିତ ଏକ ପ୍ରକୃତ ଭୟଙ୍କର ଏବଂ ହୃଦୟ ବିଦାରକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଯୁବତୀ ପ୍ରେମକୁ…

ଅମିନ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ…

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ ଭଳି ଏକ…

ଥୁଆମୂଳ ରାମପୁରରେ ଖଣି ଖନନ ନେଇ ଜନଗର୍ଜନ: ବିରାଟ ଶୋଭାଯାତ୍ରା, ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଥୁଆମୂଳ ରାମପୁର,୨୧ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ପ୍ରସ୍ତାବିତ ସିଜିମାଲି ଖଣି ଖନନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମଙ୍ଗଳବାର…

ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ…

ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ମନା କଲେ ଟ୍ରମ୍ପ, ବଡ଼ ପଦକ୍ଷେପ ନେଉଛି ପାକିସ୍ତାନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଯୁଦ୍ଧବିରତିକୁ ବୃଦ୍ଧି କରିବାକୁ ମନା କରିଦେଇଛନ୍ତି, ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।…

ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିଲେ ଦମ୍ପତି, ବାଇକ ଧକ୍କାରେ ଚାଲିଗଲା ଜୀବନ

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ ): ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିବା ବେଳେ ବାଟରେ ଭୟଙ୍କର ଦୁର୍ଘଟଣା । ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ…

୫ ବର୍ଷ ତଳେ ହୋଇଥିଲା ବିବାହ, ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର; ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ…

କୋକସରା,୨୧।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ଗ୍ରାମର ଏକ ଭଡ଼ା ଘରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri