କର୍ମକ୍ଷେତ୍ରରେ ସେବା ବାତାବରଣ ସୃଷ୍ଟି କର: ମନ୍ତ୍ରୀ

ଭୁବନେଶ୍ୱର,୧୧।୯(ବ୍ୟୁରୋ):ସରକାରୀ ଚାକିରିକୁ ଏକ ସେବାଭାବେ ଗ୍ରହଣ କରି କର୍ମକ୍ଷେତ୍ରରେ ସମାନ ବାତାବରଣ ସୃଷ୍ଟି କରିପାରିଲେ ଜନସାଧାରଣଙ୍କ ଆଶା-ଆକାଂକ୍ଷା ପୂରଣ ହୋଇପାରିବ। ରାଜ୍ୟ ସରକାରଙ୍କ ଦ୍ବାରା ଲୋକାଭିମୁଖୀ ଯୋଜନାର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ବଜାୟ ରଖି ଓ ଏହାର ସୁଫଳ ସମାଜର ସବୁଠାରୁ ତଳସ୍ତର ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ସରକାରୀ କର୍ମଚାରୀମାନେ ନିଷ୍ଠାପର ଉଦ୍ୟମ କରିବାକୁ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ା
ମଙ୍ଗଳବାର ପୂର୍ବାହ୍ନରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ନବନିଯୁକ୍ତ ସମବାୟ ଅଡିଟରମାନଙ୍କ ୫‘ଟି’ ସମ୍ବନ୍ଧୀୟ ଏକ କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ସ୍ବାଇଁ କହିଛନ୍ତି, ରାଜ୍ୟରେ ୯ ହଜାରରୁ ଊର୍ଦ୍ଧ୍ୱ ସମବାୟ ଅନୁଷ୍ଠାନ କାର୍ଯ୍ୟ କରୁଥିବାବେଳେ ଏହି ଅନୁଷ୍ଠାନଗୁଡ଼ିକର ଆୟ ବ୍ୟୟର ହିସାବ ଠିକଣା ଓ ସନ୍ତୁଳିତ ଭାବେ କରିବା ପାଇଁ ଅଡିଟରମାନେ ନିଷ୍ଠାର ସହ କାର୍ଯ୍ୟକରିବା ଉଚିତ। ରାଜ୍ୟରେ ଚାଷୀମାନଙ୍କୁ ଦିଆଯାଉଥିବା ଫସଲ ଋଣର ପ୍ରାୟ ୭୦ ଭାଗରୁ ଊର୍ଦ୍ଧ୍ୱ ସମବାୟ ସଂସ୍ଥା ମାଧ୍ୟମରେ ଦିଆଯାଉଥିବା ପରିପ୍ରେକ୍ଷୀରେ ଅଡିଟରମାନେ କୃଷି ଓ କୃଷକମାନଙ୍କ ବିକାଶ ଦିଗରେ ସେମାନଙ୍କର ମହତ୍ତ୍ବପୂର୍ଣ୍ଣ ଯୋଗଦାନ କରିପାରିବେ। ନବନିଯୁକ୍ତ ଅଡିଟରମାନେ ପରିବର୍ତ୍ତନର ବାହକଭାବେ ତୃଣମୂଳସ୍ତରରେ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ସ୍ବାଇଁ ପରାମର୍ଶ ଦେଇଛନ୍ତି ା ନୂତନ ଅଡିଟର ନିଯୁକ୍ତି ଦ୍ବାରା ସମବାୟ ବିଭାଗ ଅଧିକ ଚଳଚଞ୍ଚଳ ହେବ ବୋଲି ମନ୍ତ୍ରୀ କହିଛନ୍ତି ା ଏହି ଅବସରରେ ୫୨ ଜଣ ନବନିଯୁକ୍ତ ଅଡିଟରମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ା କର୍ମଶାଳାରେ କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର ଯୋଗଦେଇ କହିଛନ୍ତି, ରାଜ୍ୟର ପରିବର୍ତ୍ତନରେ ୫‘ଟି’ ମନ୍ତ୍ରୀ ଉପଯୋଗ ଅପରିହାର୍ଯ୍ୟ। ଯେଉଁ କ୍ଷେତ୍ରରେ କାର୍ଯ୍ୟ କର ୫‘ଟି’ର ପ୍ରୟୋଗ ଦ୍ବାରା କାର୍ଯ୍ୟରେ ସଫଳତା ହାସଲ କରିହେବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri