Advertisement

କରୋନା ହଟ୍‌ସ୍ପଟ୍‌ ଚାନ୍ଦିନୀ ମହଲକୁ ଘୋଷଣା କରାଗଲା କଣ୍ଟେନମେଣ୍ଟ ଜୋନ୍‌

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀରେ କରୋନା ଭାଇରସର୍‌ ହଟ୍‌ସ୍ପଟ୍‌ କୁହାଯାଉଥିବା ଚାନ୍ଦିନୀ ମହଲ ଅଞ୍ଚଳରେ ରବିବାର ଆଉ ୨ଜଣଙ୍କର ମୃତ୍ୟୁ ଘଟିଛି। ଏହି ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହାକୁ ମିଶାଇ ଚାନ୍ଦିନୀ ମହଲ ଅଞ୍ଚଳରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ସୂଚନା ମୁତାବକ ଉକ୍ତ ଅଞ୍ଚଳର ୧୩ଟି ମସ୍‌ଜିଦ୍‌ରେ ବିଦେଶୀଙ୍କ ସମେତ ୧୦୨ଜଣ ବ୍ୟକ୍ତି ରହୁଥିଲେ। ସେଥିମଧ୍ୟରୁ ହଠାତ୍‌ ଏକା ସାଙ୍ଗରେ ୫୨ଟି କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହି ସକ୍ରମିତଙ୍କ ମଧ୍ୟରୁ କେତେକ ନିଜାମୁଦ୍ଦିନ ତବଲିଘି ଜମାତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବୋଲି ସରକାର ସୂଚନା ଦେଇଛନ୍ତି। ତେବେ ଦୁଇ ଦିନ ପୂର୍ବରୁ ଏଠାରେ ୩ଜଣଙ୍କର ମୃତ୍ୟୁ ହେବା ପରେ ଏହାକୁ ହଟ୍‌ସ୍ପଟ୍‌ ଅଞ୍ଚଳ ଘୋଷଣା କରାଯାଇ ଉକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରିଦିଆଯାଇଥିଲା। କିନ୍ତୁ ଗୋଟିଏ ପଟେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ କରୋନା ବ୍ୟାପିବାରୁ ରୋକିବା ପାଇଁ ରାଜ୍ୟ ସରକାର ଏବେ ଏହାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଚୁର୍ଯ୍ୟ ଭିତରେ ଦରିଦ୍ର ଆଫଗାନ୍‌

ମାଟିତଳେ ରତ୍ନ ସମ୍ପଦର ପ୍ରାଚୁର୍ଯ୍ୟ, ଉପରେ ଉତ୍କଟ ଦାରିଦ୍ର୍ୟର ଅଖଣ୍ଡ ରାଜୁତି। ଏହା ହେଉଛି ସମ୍ପ୍ରତି ତାଲିବାନ ନିୟନ୍ତ୍ରଣରେ ଥିବା ପଡ଼ୋଶୀ ଆଫ୍‌ଗାନିସ୍ତାନର ପରିଚୟ। ପାଶ୍ଚାତ୍ୟ...

ଓମିକ୍ରନ୍‌ ଯୋଗୁ ବେକାରୀ ହାର ୭.୯ ପ୍ରତିଶତ…

ନୂଆଦିଲ୍ଲୀ, ୩।୧ : ଦେଶରେ ବେକାରୀ ହାର ୨୦୨୧ ଡିସେମ୍ବରରେ ୭.୯ ପ୍ରତିଶତ ଛୁଇଁଛି। ଏନେଇ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମଆଇଇ) ପକ୍ଷରୁ...

୫ ଉପଦେଷ୍ଟା କମିଟି ସଦସ୍ୟଙ୍କ ଭାଜପା ସହ ସମ୍ପର୍କ ଥିଲା

ଗୋଧ୍ରା,୨୦ା୮: ବହୁଚର୍ଚ୍ଚିତ ବିଲ୍‌କିସ ବାନୋ ଗଣବଳାତ୍କାର ଓ ହତ୍ୟା ମାମଲାରେ ୧୧ ଅପରାଧୀଙ୍କୁ ମୁକ୍ତ କରିଦେବା ଲାଗି ଗୁଜରାଟ ସରକାରଙ୍କ ଉପଦେଷ୍ଟା କମିଟି ସୁପାରିସ କରିଥିଲା।...

ଚାଇନା ସାମଗ୍ରୀ ବହିଷ୍କାର କରିବାକୁ କହିଲେ ରାମଦେବ

ନୂଆଦିଲ୍ଲୀ, ୬।୬: ଭାରତ-ଚାଇନା ସୀମାରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଏବେ ଯୋଗଗୁରୁ ବାବା ରାମଦେବଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାମଦେବ କହିଛନ୍ତି ଯେ,...

ତୃତୀୟ ଲହର ଆସିବାକୁ ବେଶୀ ସମୟ ଲାଗିବ ନାହିଁ

ମୁମ୍ବାଇ, ୧୭।୬: ଆଗାମୀ ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ ସଂକ୍ରମଣର ତୃତୀୟ ଲହର ଦେଖାଦେଇପାରେ ବୋଲି ରାଜ୍ୟ କୋଭିଡ୍‌-୧୯ ଟାସ୍କଫୋର୍ସ ପକ୍ଷରୁ ସତର୍କ କରିଦିଆଯାଇଛି।...

ମାଟ୍ରିକ ପରୀକ୍ଷା ଦେବାକୁ ଆସିଥିଲେ ଛାତ୍ରୀ, ହଠାତ୍‌ ପ୍ରେମିକଙ୍କୁ ଦେଖି କରିନେଲେ ବିବାହ

ପାଟଣା,୨୧।୨: ବିହାରର କଟିହାରରେ ଅଜବ ପ୍ରେମର ଏକ ଗଜବ କାହାଣୀ ଦେଖିବାକୁ ମିଳିଛି। ଜଣେ ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ସେଣ୍ଟରକୁ ଆସିଥିଲେ। ଉକ୍ତ ସେଣ୍ଟରକୁ...

ଲକ୍‌ଡାଉନ ଭୟରେ ଘରମୁହାଁ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ,୧୩।୪: ଦେଶରେ କରୋନା ସ୍ଥିତି ଧିରେ ଧିରେ ଅଣାୟତ୍ତ ହେବାରେ ଲାଗିଛି। ଦିନକୁ ଦିନରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନାର ନୂଆ ମାମଲା ସମସ୍ତ...

କେନ୍ଦୁଝର: ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ ଶିକ୍ଷାଦାନ ଦାବି

ଭୁବନେଶ୍ୱର,୨୯।୪(ବ୍ୟୁରୋ): ବିଶ୍ୱ ମହାମାରୀରେ ପରିଣତ ହୋଇଥିବା କରୋନାର ମୁକାବିଲା ପାଇଁ କେନ୍ଦୁଝର ଜିଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ରହିଛି। ବୁଧବାର ଜିଲାରୁ ପ୍ରଥମ...

Advertisement
Archives

Model This Week