କରୋନା ସଂକ୍ରମିତଙ୍କ ଘରେ ପୋଷ୍ଟର ଲଗାଇଲେ ଦିଲ୍ଲୀ ସରକାର: ଦୂରେଇ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣ ରୋକିବା ଲାଗି ଦିଲ୍ଲୀ ସରକାର ସଂକ୍ରମିତଙ୍କ ଘରେ ପୋଷ୍ଟର ଲଗାଯାଇଛି। ଅନ୍ୟ ଲୋକଙ୍କୁ ଏଭଳି ଘରଠାରୁ ଦୂରେଇ ରହିବା ପାଇଁ ପୋଷ୍ଟରରେ ପରାମର୍ଶ ଦିଆଯାଇଛି। ନିର୍ଦ୍ଦେଶ ଅନୁସାରେ ଜିଲା ପ୍ରଶାସନ ଏବଂ ଦିଲ୍ଲୀ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପୋଷ୍ଟରରେ ପରିବାର ସଦସ୍ୟ ସଂଖ୍ୟା ଏବଂ କ୍ୱାରାଣ୍ଟାଇନ୍‌ ସମୟ ସୀମା ଉଲ୍ଲେଖ କରାଯାଇଛି। ପୋଷ୍ଟରରେ ଘର ମାଲିକଙ୍କ ନାମ ଓ ଠିକଣା ଲେଖାଯାଇଛି। ଗତ ୩ ଦିନ ମଧ୍ୟରେ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇଥିବାରୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି। ରବିବାର ଉତ୍ତର ପଶ୍ଚିମ ଦିଲ୍ଲୀର ଅଶୋକ ବିହାର ଅଞ୍ଚଳରେ କିଛି ଘର ଆଗରେ ଏଭଳି ପୋଷ୍ଟର ଲଗାଯାଇଛି। ବର୍ତ୍ତମାନ ସୁଦ୍ଧା ୧୧ ହଜାର ଘରକୁ ଏଭଳି କ୍ୱାରାଣ୍ଟାଇନ୍‌ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ସମ୍ପୃକ୍ତ ଘରର ସଦସ୍ୟମାନଙ୍କୁ ୧୫ ଦିନ ପାଇଁ କ୍ୱାରାଣ୍ଟାଇନ୍‌ କରାଯାଇଛି। ଏହା ପରେ ସେମାନେ ସ୍ବାଭାବିକ ଭାବେ ଅନ୍ୟମାନଙ୍କ ସହିତ ମିଳାମିଶା କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲ ଖାଲି ନାହିଁ, ଏବେ ହୋଟେଲ ଭରସା: ଦିନକୁ ଭଡ଼ା ୪ ହଜାର…

ମୁମ୍ବାଇ,୧୫।୪: ଦେଶରେ କରୋନା ସଂକ୍ରମଣର ନୂଆ ଷ୍ଟ୍ରେନ୍‌ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ମହାରାଷ୍ଟ୍ରରେ ଅବସ୍ଥା ଅଧିକ ସଙ୍କଟ ଜନକ ରହିଛି। ମୁମ୍ବାଇରେ ଥିବା...

କର୍ନାଟକ ରାଜନୀତି:ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ବିରୋଧରେ ଅନାସ୍ଥାପ୍ରସ୍ତାବ ଆଣିଲା ଭାଜପା

ବେଙ୍ଗାଲୁରୁ,୧୫।୭: କର୍ନାଟକ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି ଭାଜପା। ସୋମବାର ବାଚସ୍ପତି ରମେଶ କୁମାରଙ୍କୁ ଭେଟି ବିରୋଧୀ ଦଳ ଏହି ପ୍ରସ୍ତାବ...

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ: ମୋଟ ଆରୋଗ୍ୟ ସଂଖ୍ୟା ୬୩ରେ ପହଞ୍ଚିଲା

ଭୁବନେଶ୍ୱର, ୮।୫(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ରାଉରକେଲାର ବୋଲି ଜଣାପଡ଼ିଛି। ତେବେ ଏହାକୁ ମିଶାଇ ରାଜ୍ୟରେ ୬୩ଜଣ...

‘ମନରେ ଟେନ୍‌ସନ୍‌ ବଢିବାକୁ ଦିଅନାହିଁ, ଆତ୍ମବିଶ୍ୱାସ ସହ ଆଗକୁ ବଢ’

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଛାତ୍ରୀଛାତ୍ରଙ୍କ ସହ ଶୁକ୍ରବାର ‘ପରୀକ୍ଷା ପେ ଚର୍ଚ୍ଚା’ରେ ଆଲୋଚନା କରିଛନ୍ତି। ଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ କଥାବାର୍ତ୍ତା...

ସ୍ବାମୀଙ୍କ ସହମତି ବିନା ବାରମ୍ବାର ବାପ ଘରକୁ ଯାଉଥିବା ସ୍ତ୍ରୀଙ୍କ କାର୍ଯ୍ୟ ଛାଡ଼ପତ୍ର-କ୍ରୁରତା ଶ୍ରେଣୀଭୁକ୍ତ ନୁହେଁ, ହାଇକୋର୍ଟ…

ନୂଆଦିଲ୍ଲୀ, ୧୩।୬ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ସ୍ବାମୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହମତି ବିନା ବାରମ୍ବାର ନିଜ ବାପଙ୍କ ଘରକୁ ଯାଉଥିବା...

ମନ୍ଦିର ଖୋଲିବା ନେଇ ବାକ୍‌ଯୁଦ୍ଧ

ମୁମ୍ବାଇ/ନୂଆଦିଲ୍ଲୀ,୧୪ା୧୦: କରୋନା ଲକ୍‌ଡାଉନ ଯୋଗୁ ବନ୍ଦ ଥିବା ମନ୍ଦିରଗୁଡ଼ିକୁ ଖୋଲିବା ନେଇ ମହାରାଷ୍ଟ୍ରରେ ମଙ୍ଗଳବାର ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟପାଳ ଭଗତ ସିଂ କୋଶିୟାରୀ...

ବୁଲାଇ ନେବା ବାହାନାରେ ସ୍ତ୍ରୀଙ୍କୁ ପାହାଡ଼ରୁ ଦେଲେ ଠେଲି

ନୂଆଦିଲ୍ଲୀ,୨୭।୭: ସ୍ତ୍ରୀଙ୍କୁ ଉତ୍ତରାଖଣ୍ଡର ନେନିତାଲର ଏକ ପାହାଡ଼ରୁ ଠେଲି ଦେବା ଅଭିଯୋଗରେ ୨୪ ବର୍ଷୀୟ ସେଲ୍ସମ୍ୟାନଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ମହିଳାଙ୍କ ମୃତଦେହକୁ ଉଦ୍ଧାର...

ଶିବକୁମାରଙ୍କ ଇଡି ରିମାଣ୍ଡ ବଢ଼ିଲା

ନୂଆଦିଲ୍ଲୀ,୧୪ା୯(ପି.ଟି.): କର୍ନାଟକ କଂଗ୍ରେସର ବରିଷ୍ଠ ନେତା ଡି.କେ. ଶିବକୁମାରଙ୍କ ଇଡି ରିମାଣ୍ଡ ଅବଧିକୁ ଦିଲ୍ଲୀର ଏକ ଅଦାଲତ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ହାଜତରେ...

Advertisement
Archives

Model This Week