Posted inଖେଳ

କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଛନ୍ତି ପୂର୍ବତନ ଅଲିମ୍ପିକ ଚାମ୍ପିୟନ

ଆମଷ୍ଟରଡାମ୍‌, ୩୦ା୩(ପି.ଟି.)-ପୂର୍ବତନ ଅଲିମ୍ପିକ ଚାମ୍ପିୟନ ଜଏସି ସୋମ୍‌ବ୍ରୋକ୍‌ ବର୍ତ୍ତମାନ କୋଭିଡ୍‌-୧୯ ରୋଗୀଙ୍କୁ ଚିକିତ୍ସା କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି। ସୋମ୍‌ବ୍ରୋକ୍‌ ହେଉଛନ୍ତି ନେଦରଲାଣ୍ଡ୍ସ ମହିଳା ହକି ଦଳର ପୂର୍ବତନ ଗୋଲ୍‌କିପର। ସେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ଏବଂ ୨୦୧୪ ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ବିଜୟୀ ଦଳର ଅନ୍ୟତମ ପ୍ରମୁଖ ସଦସ୍ୟ ଥିଲେ। ସେ ପଛକୁ ପଛ ଦୁଇଥର ଶ୍ରେଷ୍ଠ ଗୋଲକିପର ପୁରସ୍କାର ବିଜୟିନୀ ହୋଇଥିଲେ। ମାତ୍ର ୨୬ ବର୍ଷ ବୟସରେ ହକି ଖେଳରୁ ଅବସର ନେବା ପରେ ସୋମ୍‌ବ୍ରୋକ୍‌ ଆମଷ୍ଟରଡାମ୍‌ସ୍ଥିତ ଭ୍ରିଜି ୟୁନିଭର୍ସିଟିରୁ ମେଡିକାଲ ଡ଼ିଗ୍ରୀ ହାସଲ କରିଥିଲେ। ପରେ ସେ ଇଣ୍ଟରନାଲ ମେଡିସିନ୍‌, ପଲ୍‌ମୋନାରି, କାର୍ଡିଓଲୋଜି ଏବଂ ଗ୍ୟାଷ୍ଟ୍ରୋ-ଇଣ୍ଟେଷ୍ଟିନାଲ ବିଭାଗରେ କାର୍ଯ୍ୟ କରିଥିଲେ। ସୋମ୍‌ବ୍ରୋକ୍‌ ତାଙ୍କ କ୍ୟାରିୟରରେ ୨୦୧୦ରୁ ୨୦୧୬ ମଧ୍ୟରେ ଦେଶ ତରଫରୁ ୧୧୭ଟି ମ୍ୟାଚରେ ଖେଳିଛନ୍ତି। ପୂର୍ବତନ ମହିଳା ଗୋଲପିକର ଜଣକ ବର୍ତ୍ତମାନ ଆମଷ୍ଟରଡାମ୍‌ଠାରୁ ୧୩ କିଲୋମିଟର ଦୂର ଆଲ୍ସମିରସ୍ଥିତ ଏକ ମେଡିିକାଲ ସେଣ୍ଟରରେ କାର୍ଯ୍ୟରତ। ପ୍ରଥମାବସ୍ଥାରେ ସେ ଟେଲିଫୋନ ଜରିଆରେ ରୋଗୀଙ୍କ ଯୋଗାଯୋଗ କରୁଥିଲେ। କୌଣସି ରୋଗୀ ଘରେ ରହି ଅବା ଡାକ୍ତରଖାନା ଆସି ଚିକିତ୍ସିତ ହେବା ଆବଶ୍ୟକ ତାହା ନିରୂପଣ କରୁଥିଲେ। କରୋନା ଭାଇରସ୍‌ରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସେ ହଜମତ୍‌ ସୁଟ୍‌ ବ୍ୟବହାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

ଦିଗପହଣ୍ଡି,୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଲଙ୍ଗଳ ଦେଇ, ଅନନ୍ତେଇ ଇଲାକାରେ ଶୁକ୍ରବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ଗୋରୁଙ୍କୁ ରାସ୍ତା କାଟି ଯିବାବେଳେ ସାଇକେଲରୁ ଖସି ୨ ଛାତ୍ର ଗୁରୁତର

ଥୁଆମୂଳ ରାମପୁର,୧।୮ (ଦୁର୍ଗା କୀର୍ତ୍ତି): ସକାଳୁ ସ୍କୁଲକୁ ଯିବା ବେଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ରାସ୍ତାରେ ଥିବା ଗାଈମାନଙ୍କୁ କାଟି ଯିବା ବେଳେ ସାଇକେଲର ଭାରସାମ୍ୟ…

ପାଟଣା ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ହେବେ କୃତୀ ପ୍ରତିଭା

ପାଟଣା, ୧।୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ଆସନ୍ତା ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri