Posted inଜାତୀୟ

କରୋନା ମୁକାବିଲା ପାଇଁ ଭାରତର ପ୍ରସ୍ତୁତି: ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ଭିଜା ରଦ୍ଦ

ନୂଆଦିଲ୍ଲୀ,୧୨।୩: କରୋନା ସଂକ୍ରମଣ ମୁକାବିଲା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି। ଏହି ମର୍ମରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ସମସ୍ତ ଭିଜା ରଦ୍ଦ କରିଛି। ସେହିପରି ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଜାରି ହୋଇଥିବା ସମସ୍ତ ଭିଜା ଏବଂ ଇ-ଭିଜାକୁ ମଧ୍ୟ ରଦ୍ଦ କରାଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ କୌଣସି ବିଦେଶୀ ଭାରତରେ ପ୍ରବେଶ କରିପାରିବେ ନାହିଁ। ତେବେ ଜାତିସଂଘ ଅଧିକାରୀ, କୂଟନୈତିଜ୍ଞ, ରୋଜଗାର, ପ୍ରୋଜେକ୍ଟ ଭିଜା ସମେତ ଅନ୍ୟ ସରକାରୀ ଅଧିକାରୀଙ୍କୁ ଭାରତରେ ପ୍ରବେଶ କରିବାର ଅନୁମତି ମିଳିବ। ଭାରତରେ ବର୍ତ୍ତମାନ ଥିବା ବିଦେଶୀ ନାଗରିକଙ୍କ ଭିଜା ଜାରି ରହିବା। ସେମାନେ ଚାହିଁଲେ ଏହାର ସମୟସୀମା ମଧ୍ୟ ବୃଦ୍ଧି କରାଯିବ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ଚାଇନା, ଇଟାଲୀ, ଇରାନ୍‌, ଦକ୍ଷିଣ କୋରିଆ, ସ୍ପେନ୍‌, ଜର୍ମାନୀ ସମେତ ଅନ୍ୟ ଦେଶରୁ ସ୍ବଦେଶ ଫେରୁଥିବା ଭାରତୀୟ ନାଗରିକଙ୍କୁ ସ୍କ୍ରିନିଂ କରାଯିବା ସହିତ ୧୪ ଦିନ ପର୍ଯ୍ୟନ୍ତ ଯାଞ୍ଚ୍‌ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇରେ ପୁଣି ବଢିଲା କରୋନା ସଂକ୍ରମଣ

ମୁମ୍ବାଇ,୧।୬: ମୁମ୍ବାଇରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ଫେବୃଆରୀ ୧...

ହସ୍ପିଟାଲରେ ସ୍ଥାନର ଅଭାବ ଯୋଗୁ ଚିକିତ୍ସା ପାଇଁ ଆସିଥିବା ୧୦୦ ଶିଶୁଙ୍କୁ ନିଜ ବଙ୍ଗଳାକୁ ନେଲେ ଜିଲାପାଳ

ଭୋପାଳ,୧୮।୭: ମଧ୍ୟପ୍ରଦେଶରେ ଜଣେ ଜିଲାପାଳ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ସେ ହେଉଛନ୍ତି ଅଭିଷେକ ସିଂ। ସ୍ଥାନୀୟ ସିହାଓ୍ବଲ ଅଞ୍ଚଳରେ ଥିବା ଏକ...

ଦେଶର ୧୭୦ ହଟ୍‌ସ୍ପଟ୍‌ ଜିଲା ତାଲିକାରେ ଖୋର୍ଦ୍ଧା

ନୂଆଦିଲ୍ଲୀ/ଭୁବନେଶ୍ୱର, (ବ୍ୟୁରୋ)୧୬ା୪: ଭାରତର ୧୭୦ଟି ଜିଲାକୁ କରୋନା ହଟ୍‌ସ୍ପଟ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯାଇଛି। ଏଥିରେ ରହିଛି ଓଡ଼ିଶାର ଖୋର୍ଦ୍ଧା ଜିଲା। ଏଥିସହିତ...

ବାର୍ଥ ଡେ ପାର୍ଟି ବେଳେ ରେଷ୍ଟୁରାଣ୍ଟ ଭୁଶୁଡ଼ିଲା: ୨୯ ମୃତ

ବେଜିଂ,୩୦ା୮(ପି.ଟି.)- ଚାଇନାର ଶାଞ୍ଜି ପ୍ରଦେଶରେ ଏକ ରେଷ୍ଟୁରାଷ୍ଟ ଭୁଶୁଡ଼ିପଡ଼ିବାରୁ ୨୯ ଜଣଙ୍କ ମୃତ୍ୟୁ ଘଟିଛି। ଜିଆଙ୍ଗଫେନ୍‌ କାଉଣ୍ଟିସ୍ଥିତ ଚେନଝୁଆଙ୍ଗ ଗ୍ରାମର ଜୁଜିଆନ୍‌ ରେଷ୍ଟୁରାଷ୍ଟରେ ଶନିବାର ସକାଳେ...

ବଞ୍ଚିଥିବା ଶିକ୍ଷକଙ୍କୁ ଡକାଗଲା ତାଙ୍କ ମୃତ୍ୟୁ ସାର୍ଟିଫିକେଟ ପାଇଁ

ଠାଣେ,୨।୭: ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ ଥିବା ଜଣାଇବା ପାଇଁ ଠାଣେର ମ୍ୟୁନିସିପାଲ କର୍ପୋରେଶନ ଅଫିସରୁ ଜଣେ ୫୫ ବର୍ଷୀୟ ଶିକ୍ଷକଙ୍କୁ ଆସିଥିଲା ଫୋନ କଲ୍‌। ଶିକ୍ଷକ...

ଅଖିଳେଶ ଡକାଇଲେ ମେଣ୍ଟ ଦଳର ବୈଠକ: ଶିବପାଳଙ୍କୁ ବି କରାଗଲା ନିମନ୍ତ୍ରଣ

ଲକ୍ଷ୍ନୌ,୨୯।୩: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ମଙ୍ଗଳବାର ସନ୍ଧ୍ୟା ୫ଟାରେ ମେଣ୍ଟ ଦଳର ବୈଠକ ଡକାଇଛନ୍ତି। ଏହି ବୈଠକରେ ଶିବପାଳ ସିଂହ ଯାଦବ,...

କରୋନା ପାଇଁ ବାତିଲ ହେବନି ବିହାର ନିର୍ବାଚନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮।୮: ବିହାରରେ ଆଗକୁ ଥିବା ନିର୍ବାଚନକୁ ବନ୍ଦ କରିବାକୁ ନେଇ ଯେଉଁ ଅଭିଯୋଗ ହୋଇଥିଲା ଶୁକ୍ରବାର ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି କରୋନା...

ଛାତ୍ରୀଛାତ୍ରଙ୍କୁ ଅଷ୍ଟ୍ରେଲିଆ ମନା

ନୂଆଦିଲ୍ଲୀ,୧।୧୦: ଧିରେଧିରେ କୋଭିଶିଲ୍ଡକୁ ଅନେକ ଦେଶ ମାନ୍ୟତା ଦେଉଛନ୍ତି। ଏବେ ଅଷ୍ଟ୍ରେଲିଆ ମଧ୍ୟ କୋଭିଶିଲ୍ଡକୁ ଦେଇଛି ସବୁଜ ସଙ୍କେତ। ଶୁକ୍ରବାର ଅଷ୍ଟ୍ରେଲିଆ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା...

Advertisement
Archives

Model This Week