Posted inଫୁରସତ

କରୋନା ଭାଇରସ: ଇଚ୍ଛା ଥିଲେ ବି ଝିଅକୁ କୋଳେଇ ପାରିଲେନି ଡାକ୍ତର

କରୋନା ଭାଇରାସ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ଦ୍ୱିତୀୟ ଭଗବାନଙ୍କ ଭରସାରେ ଲୋକେ। କିନ୍ତୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଉଥିବା ଡାକ୍ତରମାନେ ଯେ ସେମାନଙ୍କ ପରିବାରଠାରୁ କେତେ ଦୂରରେ ତାହା ଏବେ ଏକ ଭାଇରାଲ ଭିଡିଓରୁ ସ୍ପଷ୍ଟ ଅନୁମାନ କରାଯାଇପାରେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଇଛି ଜଣେ ଡାକ୍ତର ହସ୍ପିଟାଲରୁ ଡ୍ୟୁଟି ସାରି ଘରକୁ ଫେରିଛନ୍ତି। ହେଲେ ସେ କରୋନା ଯୋଦ୍ଧା ହୋଇଥିବାରୁ ତାଙ୍କୁ ଘରକୁ ପ୍ରବେଶ ନିଷେଧ। ନଚେତ୍‌ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ କରୋନା ସଂକ୍ରମଣ ହେବାର ଭୟ ରହିଛି। କିନ୍ତୁ ପିତାଙ୍କ ଘରବାହୁଡାକୁ ଦେଖି ଭିତରେ ଥିବା କୁନି ଝିଅଟି ଖୁସିରେ ପିତାଙ୍କ ନିକଟକୁ ଦୌଡିଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ହେଲେ ନିରୁପାୟ ଡାକ୍ତର ଜଣକ ଘର ବାହାରେ କାଚଦେଇ ଝିଅକୁ ଦେଖି ଫ୍ଲାଇଙ୍ଗ କିସ୍‌ ଦେଉଥିବା ବେଳେ କୁନି ଝିଅଟିର ମନ କିନ୍ତୁ ମାନୁନାହିଁ। ପିତା ତାକୁ କୋଳେଇ ନିଅନ୍ତୁ ଏହାହିଁ ଭାବି ସେ କାନ୍ଦିବାକୁ ଲାଗିଛି। ହେଲେ ନିରୁପାୟ ପିତା କରୋନା ଭୟରେ ଝିଅଠାରୁ ତଥା ପରିବାରଠାରୁ ଦୂରେଇ ରହିଛନ୍ତି। ଏହି ଭିଡିଓଟିକୁ ମଧୁର ନାମକ ଜଣେ ଟୁଇଟର ୟୁଜର ଶେୟାର କରିବା ପରେ ଏପର୍ଯ୍ୟନ୍ତ ଏହାକୁ ୬୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଥିବା ଜଣାପଡିଛି। ତେବେ ଭିଡିଓଟି କେଉଁଠିକାର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶାହିନ୍‌ବାଗ୍‌ରୁ ଟାଇମ୍‌ ପତ୍ରିକା: ପ୍ରଭାବଶାଳୀ ତାଲିକାରେ ବିଲ୍କିସ୍‌ ଦାଦୀ

ନୂଆଦିଲ୍ଲୀ, ୨୩।୯: ଟାଇମ୍‌ ମାଗାଜିନ୍‌ର ୨୦୨୦ର ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଭାରତର ଜଣେ ୮୨ ବର୍ଷ ବୟସ୍କା ବୃଦ୍ଧା ବିଲ୍କିସ୍‌ ଦାଦୀ ରହିଛନ୍ତି। ସେ ନାଗରିକତ୍ୱ...

ନିଜ ଗାଈକୁ ବଞ୍ଚାଇବା ପାଇଁ ଚାଷୀ ମଗାଇଲେ ହେଲିକାପ୍ଟର: ଆଉ ତା’ପରେ…

ଏକ ଗାଈ ହେଲିକପ୍ଟର ସହାୟତାରେ ଆକାଶରେ ଉଡୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ସ୍ବିଜରଲାଣ୍ଡର ଏକ ପାହାଡିଆ ଅଞ୍ଚଳର...

୨୦୨୦ କିଗ୍ରାର କେକ୍‌ ପ୍ରସ୍ତୁତ କରି କାଲାମ୍‌ଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଚେନ୍ନାଇ, ୨୪।୨: ତାମିଲନାଡୁରେ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବ୍ଦୁଲ କାଲାମ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୨୦୨୦ କିଗ୍ରାର ଏକ ବୃହତ କେକ୍‌ ପ୍ରସ୍ତୁତ କରାଯାଇଛି। ସ୍ଥାନୀୟ...

ମଣିଷ ଭଳି ଏଆଇ ମେସିନ ବି ଲୋଡ଼େ ବିଶ୍ରାମ

ଓ୍ବାଶିଂଟନ,୯।୬: ଭଲ କାମ ପ୍ରଦର୍ଶନ ପାଇଁ ବିଶ୍ରାମ ଆବଶ୍ୟକ। ତେଣୁ ମଣିଷ କାମ ମଝିରେ ମଝିରେ ବିଶ୍ରାମ ନେବା ସହିତ ଶୋଇଥାନ୍ତି। ଏହାଦ୍ୱାରା ମସ୍ତିଷ୍କ ଚାପ...

ସାବାସ୍‌ ଜେସିକା! ହାତ ନାହିଁ, ଗୋଡରେ ବିମାନ ଚଳାଉଛନ୍ତି

ମହିଳାମାନେ ଆଜି ପୁରୁଷଙ୍କର ସମକକ୍ଷ ହୋଇପାରିଛନ୍ତି। ବିମାନ ଚଳାଇବା, କ୍ରିକେଟ ଖେଳିବାଠାରୁ ଆରମ୍ଭ କରି ଏଭରେଷ୍ଟ ଚଢ଼ିବା ଯାଏ ସବୁ କାମ କରିପାରୁଛନ୍ତି। କିନ୍ତୁ ଶାରିରୀକ...

କରୋନା ପଜିଟିଭ୍‌ ପରେ ବି କମି ନାହିଁ ମନୋବଳ: ଯୋଗ, ବ୍ୟାୟାମ କରୁଛନ୍ତି ପୋଲିସକର୍ମୀ

ନୂଆଦିଲ୍ଲୀ,୨୪।୪: ସାରା ବିଶ୍ୱ କରୋନା ଭାଇରସ୍‌କୁ ନେଇ ଆତଙ୍କିତ ହୋଇପଡ଼ିଛି। ସମସ୍ତେ ଏହି ସଂକ୍ରମଣକୁ ନେଇ ଭୟଭୀତ ହୋଇପଡ଼ିଥିବା ବେଳେ ଏହାରି ଭିତରେ ଦିଲ୍ଲୀ ପୋଲିସର...

ବିଲେଇର ସର୍ଜିକାଲ ଷ୍ଟ୍ରାଇକ୍‌: ଦେଖିଲେ ଲାଗିବ ଡ଼ର

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଦେଖି ହସର ଖୋରାକ ଯୋଗାଉଥିବା ବେଳେ...

ପକେଟ୍‌ମାର କରି ମାସକୁ ୧୯ ଲକ୍ଷ ଟଙ୍କା କମାନ୍ତି ଏହି ମହିଳା, କିନ୍ତୁ ପାଖରେ ନାହିଁ ଗୋଟିଏ ଟଙ୍କା

ଲଣ୍ଡନ,୨୯।୧୨: ଆଜି ଆମେ ଏକ ଅଜବ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ, ଯେ କି ମାସକୁ ପକେଟମାର୍‌ କରି ଲକ୍ଷ ଲକ୍ଷ ଟଙ୍କା କମାନ୍ତି, କିନ୍ତୁ...

Advertisement


Archives

Model This Week

Why Dharitri