କରୋନା ଭାଇରସ୍‌ ଟେଷ୍ଟରେ କ୍ରିକେଟର ପଜିଟିଭ୍‌

ଜୋହାନ୍ସବର୍ଗ,୮।୫(ପି.ଟି.): ଦକ୍ଷିଣ ଆଫ୍ରିକା ପ୍ରଥମଶ୍ରେଣୀ କ୍ରିକେଟର ସୋଲୋ ଏନ୍‌କ୍ୱେନି କରୋନା ଭାଇରସ୍‌ ଟେଷ୍ଟରେ ପଜିଟିଭ୍‌ ବୋଲି ଜଣାପଡିଛି। ୨୫ ବର୍ଷୀୟ ଏହି କ୍ରିକେଟର ମଧ୍ୟ ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟ ଦେଇ ଗତି କରି ଆସୁଛନ୍ତି। ସେ ଏବେ ସ୍କଟଲାଣ୍ଡର ଆବେରଡିନ୍‌ରେ ଅଛନ୍ତି ଓ ଟୁଇଟ୍‌ କରି କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା କଥା ଜଣାଇଛନ୍ତି। ତୃତୀୟ କ୍ରିକେଟର ଭାବେ ଏନ୍‌କ୍ୱେନି ସଂକ୍ରମିତ ହୋଇଛନ୍ତି। ତାଙ୍କୁ ପୂର୍ବରୁ ପାକିସ୍ତାନର ଜାଫର ସର୍ଫରାଜ ଓ ସ୍କଟଲାଣ୍ଡର ମାଜିଦ୍‌ ହକ୍‌ ମଧ୍ୟ କରୋନା ଭାଇରସ୍‌ରେ ପଜିଟିଭ ବୋଲି ଜଣାପଡିଥିଲା।
ଗତବର୍ଷ ବ୍ରିଟେନ ଚିକିତ୍ସା ପାଇଁ ଗ୍ରେଟ୍‌ ବ୍ରିଟେନ ଯାଇଥିଲି। ୧୦ ମାସ ଧରି ସ୍ନାୟବିକ୍‌ ଅସୁସ୍ଥା କାରଣରୁ ଚିକିତ୍ସିତ ହେଉଥିଲି। ମୋତେ ଟିବି ହୋଇଛି ଓ ମୋ ଲିଭର ମଧ୍ୟ ଫେଲ୍‌ମାରିଛି। ଏବେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛି। ମୋ ସହିତ ଏପରି କାହିଁକି ହେଉଛି ତାହା ଜାଣିପାରିନାହିଁ ବୋଲି ଏନ୍‌କ୍ୱେନି ଟୁଇଟ୍‌ କରି ଜଣାଇଛନ୍ତି। ୨୦୧୨ରେ ସେ ଦକ୍ଷିଣ ଆଫ୍ରିକା ପାଇଁ ୧୯ ବର୍ଷରୁ କମ୍‌ ବର୍ଗରେ ଖେଳିଥିଲେ। ଇଷ୍ଟର୍ନ ପ୍ରୋଭିନ୍ସ ପାଇଁ ଖେଳିବାକୁ ସେ ଚୁକ୍ତିବଦ୍ଧ ହୋଇଥିଳେ ଓ ଓ୍ବାରିୟର୍ସ ତରଫରୁ ଫ୍ରାଞ୍ଚାଇଜି କ୍ରିକେଟ ଖେଳିଥିଲେ। ସେ ଆମେରିଡିନସାୟାର ତରପରୁ ପେସାଦାର କ୍ରିକେଟ ଖେଳି ଆସୁଥିଲେ। ଆମେରଡିନ ରୟାଲ ଇନ୍‌ଫର୍ମାରୀରେ ସେ ଇଣ୍ଟୋନସିଭ କେୟାର ୟୁନିଟ୍‌ରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ ପରିଚାଳନା ନେଇ ଘୋଷଣା ହୋଇପାରେ ଆକ୍ସନ ପ୍ଲାନ୍‌

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟ କୋଭିଡ ପରିଚାଳନା ନେଇ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ। ଦ୍ୱିପ୍ରହର ୨ଟା ୩୦ରେ ଖବରଦାତା ସମ୍ମିଳନୀ କରିବେ ମୁଖ୍ୟ ଶାସନ ସଚିବ। ଏଥିରେ...

ଜନ୍ମ ନେବାର ୧୨ଘଣ୍ଟା ମଧ୍ୟରେ ନବଜାତ ଶିଶୁ କରୋନା ପଜିଟିଭ୍‌

ଲଣ୍ଡନ,୮।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ...

ମର୍ସିଡିଜ୍‌ ସହ ପ୍ରଥମ ଫର୍ମୁଲା ଓ୍ବାନ୍‌ ରେସ୍‌ ଜିତିଲେ ରସେଲ

ସାଓ ପାଓଲୋ, ୧୫ା୧୧: ବ୍ରାଜିଲିଆନ ଗ୍ରାଁ ପ୍ରିରେ ଜର୍ଜ ରସେଲ ମର୍ସିଡିଜ୍‌ ଟିମ୍‌ ସହ ପ୍ରଥମ ଫର୍ମୁଲା ଓ୍ବାନ୍‌ ରେସ୍‌ ଜିତିଛନ୍ତି। ସେ ତାଙ୍କ ନିକଟତମ...

ସୁନୀଲ ଗାଭାସ୍କରଙ୍କ କଥା ଶୁଣି ମୁଣ୍ଡ ପିଟିଲେ ଏହି ପ୍ରସିଦ୍ଧ କ୍ରିକେଟର

ମୁମ୍ବାଇ, ୧୯।୪: ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନରୁ ଆହତ ହୋଇ ବାଦ୍‌ ପଡିଛନ୍ତି। ସେ ଏବେ ଘରକୁ ଫେରିଛନ୍ତି...

ଲଜ୍ଜାଜନକ ରେକର୍ଡ କଲେ କୋହଲି, ଧୋନୀଙ୍କୁ ବି ବଳିଗଲେ

ଚେନ୍ନାଇ,୧୩।୨: ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ଶନିବାରଠାରୁ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଖେଳାଯାଉଛି। ଚାରି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ରେ...

୨୪ ଘଣ୍ଟାରେ ୧,୪୦୯ ନୂଆ ସଂକ୍ରମିତ: ୭୮ ଜିଲା କରୋନା ମୁକ୍ତ

ନୂଆଦିଲ୍ଲୀ,୨୩।୪: ଦେଶରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧,୪୦୯ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ...

କ୍ୱାର୍ଟର ଫାଇନାଲରେ ଚେନ୍ନାଇନ

ଗୁଆହାଟୀ, ୧୫।୮: ଚେନ୍ନାଇନ୍‌ ଏଫ୍‌ସି ପ୍ରଥମ ଦଳଭାବେ ଚଳିତ ଡୁରାଣ୍ଡ କପ୍‌ ଫୁଟବଲ ଟୁର୍ନାମେଣ୍ଟର ନକ୍‌ଆଉଟରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ ଗ୍ରୁପ୍‌ ‘ଏ’ର ଏକ...

ହାର୍ଟ ଆଟାକ୍‌ରେ ତ୍ରିପୁରା କ୍ରିକେଟର୍‌ଙ୍କ ବିୟୋଗ

ଅଗରତାଲା, ୫।୧୨- ଏକ ଅଭାବନୀୟ ଘଟଣାକ୍ରମେ ତ୍ରିପୁରାର ଜଣେ ଯୁବ କ୍ରିକେଟର୍‌ ଅଭ୍ୟାସ କରୁଥିବାବେଳେ ହାର୍ଟ ଆଟାକ୍‌ରେ ପ୍ରାଣ ହରାଇଛନ୍ତି। ମହାରାଜା ବୀର୍‌ ବିକ୍ରମ କ୍ରିକେଟ୍‌...

Advertisement
Archives

Model This Week