କରୋନା ପ୍ରଭାବ: ଚଢ଼ା ଦର ନେଉଛନ୍ତି ବ୍ୟବସାୟୀ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ, ଦର ନିୟନ୍ତ୍ରଣ କରିବାକୁ ଦାବି

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ସମଗ୍ର ରାଜ୍ୟକୁ ମଙ୍ଗଳବାର ମଧ୍ୟରାତ୍ରରୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ମହାମାରୀର କୌଣସି ପ୍ରତିକାର ନ ଥିବାରୁ ଲୋକମାନେ ନିଜର ତଥା ପରିବାର ବର୍ଗଙ୍କ ଜୀବନ ବଞ୍ଚାଇବା ପାଇଁ ପଦାକୁ ନ ବାହାରିବା ସକାଶେ ରାଜ୍ୟ ସରକାର ବାରମ୍ବାର ନିବେଦନ କରୁଛନ୍ତି। ଦୋକାନ ବଜାର ବନ୍ଦ ରହିଥିବା ବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ତେଜରାତି, ଫଳ, ପନିପରିବା, ମାଛ, ମାଂସ, ଅଣ୍ଡା, ଚିକେନ୍‌, ଔଷଧ ଆଦି ଦୋକାନ ଖୋଲା ରହିଛି। କାଁ ଭାଁ ତେଜରାତି ଦୋକାନ ଖୋଲା ରହିଥିବା ବେଳେ ଏ ସବୁ ଦୋକାନରେ ଅହେତୁକ ଭିଡ଼ ଦେଖିବାକୁ ମିଳୁଛି। ଲକ୍‌ଡାଉନ୍‌ର ସୁଯୋଗ ନେଇ ଗ୍ରୋସରୀ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଦୋକାନଗୁଡିକ ଚଢ଼ା ଦରରେ ବିକ୍ରି କରିବା ଆରମ୍ଭ କରିଛନ୍ତି।
ହୋଲ୍‌ସେଲ୍‌ ବଜାରରେ ଆଳୁ କିଲୋ ୧୪ରୁ ୧୫ ଟଙ୍କା ମଧ୍ୟରେ ମିଳୁଥିବା ବେଳେ ଦୁର୍ନୀତିଖୋର ବ୍ୟବସାୟୀମାନେ କିଲୋ ପ୍ରତି ୩୦ ଟଙ୍କାରେ ବିକ୍ରି କରୁଛନ୍ତି। ସେହିପରି ପିଆଜର ହୋଲ୍‌ସେଲ୍‌ ଦର ୨୦ରୁ ୨୨ ଟଙ୍କା ଥିବାବେଳେ ଖୁଚୁରା ବ୍ୟବସାୟୀମାନେ ଲକ୍‌ଡାଉନ୍‌ର ସୁଯୋଗ ନେଇ କିଲୋପ୍ରତି ୪୦ ଟଙ୍କାରେ ବିକ୍ରି କରୁଛନ୍ତି। ଗୋଟିଏ ପଟେ କାମଧନ୍ଦା ବନ୍ଦ ଥିବାବେଳେ ଅନ୍ୟପଟେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ସାଧାରଣ ଗରିବ ଓ ଦିନମଜୁରିଆ ଲୋକଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। କେବଳ ଆଳୁ, ପିଆଜ ନୁହେଁ ଡାଲି, ତେଲ, ପନିପରିବା ଆଦିର ଦର ମଧ୍ୟ ଆକାଶଛୁଆଁ ହୋଇଛି। ଲକ୍‌ଡାଉନ୍‌ ଯୋଗୁ କୌଣସି ମାଲ ଆସୁ ନ ଥିବା ଆଳ ଦେଖାଇ ବ୍ୟବସାୟୀମାନେ ଚଢ଼ା ଦରରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଜଣାପଡ଼ିଛି। ଏହାକୁ ନେଇ ସାଧାରଣରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି। ରାଜ୍ୟ ସରକାର ଏହି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେଲା ଟେଲିଭିଜନ ଲାଇଭ୍‌ ଶୋ’: ୨୫ କର୍ମଚାରୀ ପଜିଟିଭ

ଚେନ୍ନାଇ,୨୧।୪: ସାରା ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଏବେ ଏହା ଚିନ୍ତାର କାରଣ ପାଲଟିଛି। ଗୋଟିଏ ଦିନ ପୂର୍ବରୁ...

ଅଡୁଆରେ ପ୍ରଦୀପ: ଫ୍ରିଜ୍‌ ହେବ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ

କଟକ ଅଫିସ,୧୮।୧୦: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଭିଜିଲାନ୍ସ ଟିମ୍‌ ପ୍ରଦୀପଙ୍କ ଘରୁ ୧୪୪୦ ଗ୍ରାମର ସୁନା ଓ ୨୪.୨୫ ଲକ୍ଷ...

ଏଣିକି ଯୁକ୍ତ୨ ପ୍ରଥମ ବର୍ଷରେ ପାସ୍‌ ହେବା ଜରୁରୀ, ନଚେତ ଛାତ୍ରୀଛାତ୍ରଙ୍କୁ ଦ୍ୱିତୀୟ ବର୍ଷ ମନା: ମନ୍ତ୍ରୀ

ଭୁବନେଶ୍ୱର,୧୪।୧(ବ୍ୟୁରୋ): ଯୁକ୍ତ୨ ଛାତ୍ରୀଛାତ୍ରଙ୍କ ପାଇଁ ପରୀକ୍ଷା ନିୟମକୁ କଡ଼ାକଡ଼ି କରାଯାଇଛି। ଏଣିକି ପ୍ରଥମ ବର୍ଷ ପରୀକ୍ଷାରେ ପାସ ନ କଲେ ପିଲାମାନେ ଦ୍ୱିତୀୟ ବର୍ଷକୁ ଯାଇପାରିବେ...

ଖବରଦାତାଙ୍କୁ ୨ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଶୁକ୍ରବାର ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ ବିଭାଗର କାର୍ଯ୍ୟାଳୟଠାରେ ଢେଙ୍କାନାଳ ଜିଲାର...

ପେପରଲେସ୍‌ ଡିଏଲ୍‌, ଆର୍‌ସିରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ୫-ଟି ପଦକ୍ଷେପ ସ୍ବରୂପ ଆବେଦନକାରୀଙ୍କୁ ଡିଏଲ୍‌ ଓ ଆର୍‌ସି ପ୍ରଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ପେପରଲେସ୍‌ (କାଗଜବିହୀନ) ଓ ଅସୁବିଧାମୁକ୍ତ କରିବା ଦିଗରେ ଓଡ଼ିଶା ଦେଶର...

ବୋମା ମାଡ଼ରେ ପୂର୍ବତନ କାଉନସିଲର ଗୁରୁତର ଘଟଣା: ୩ ଅଟକ, ଅଫୁଟା ବୋମା ନିଷ୍କ୍ରିୟ

ରାଉରକେଲା,୭।୨(ଡି.ଏନ୍‌.ଏ.): ରାଉରକେଲା ଉଦିତନଗର ଥାନା ଅଧୀନ ବାସନ୍ତୀ କଲୋନୀର ବାସିନ୍ଦା ତଥା ପୂର୍ବତନ କାଉନ୍‌ସିଲର ଆଶିଷ ମହାନ୍ତି (ବୁଲୁ)ଙ୍କୁ ବୋମାମାଡ଼ ଘଟଣାରେ ପୋଲିସ ୩ ଜଣଙ୍କୁ...

‘କାଶୀପୁରରେ ସୁଧୁରୁଛି ସ୍ଥିତି’

ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାୟଗଡ଼ାଜିଲା କାଶୀପୁରରେ ପାଣି ଉତ୍ସରୁ ସଂକ୍ରମଣ ହୋଇଛି । ସେଠାରେ ଭିବ୍ରିଓ କଲେରା ବ୍ୟାକ୍ଟେରିଆର ସଂକ୍ରମଣ ଥିବା ଜଣାପଡିଛି । ଯେହେତୁ ସାଧାରଣ ପାଣି...

ଚାରିଆଡ଼େ ହାହାକାର: ମୃତ୍ୟୁ ସଂଖ୍ୟା ଟପିଲା ୨୮୦୦…

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ସଂକ୍ରମଣ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସ୍ଥିତି ବେଲଗାମ ହେବା ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନାର...

Advertisement
Archives

Model This Week