କରୋନା ଦୁଃଖ ୭୩ ବର୍ଷ ତଳର ଦେଶ ବିଭାଜନ ସଙ୍କଟକୁ ବି ବଳିଗଲା !

ନୂଆଦିଲ୍ଲୀ,୨୯।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ସମ୍ପ୍ରତି ଭାରତ ସଂକ୍ରମଣ ଦ୍ୱିତୀୟ ଷ୍ଟେଜ୍‌ରେ ରହିଥିବାବେଳେ ତୃତୀୟ ଷ୍ଟେଜ୍‌କୁ ଯିବାର ଆଶଙ୍କା ଦେଖାଦେଇଛି। ସମ୍ପ୍ରତି ଦେଶରେ ଦେଖାଦେଇଥିବା ସଙ୍କଟ ୭୩ ବର୍ଷ ତଳେ ୧୯୪୭ରେ ହୋଇଥିବା ଦେଶ ବିଭାଜନ ଦୁଃଖକୁ ବି ବଳି ଯାଇଛି। ଦେଶ ବିଭାଜନ ସମୟରେ ଲୋକେ ଜୀବନ ବଞ୍ଚାଇବା ପାଇଁ ଭୟରେ ପ୍ରିୟ ପରିଜନଙ୍କୁ କାନ୍ଧରେ ବୋହି ନେଉଥିଲେ। ଏବେ ଭିଟାମାଟିଠାରୁ ଦୂରରେ ଅନ୍ୟ ରାଜ୍ୟରେ ଅଟକି ରହିଥିବା ଠିକା ଶ୍ରମିକ ଏବଂ ବହୁ ଲୋକେ ଘର ବାହୁଡ଼ିବାକୁ ଚାହୁଁଥିଲେ ମଧ୍ୟ ଲକ୍‌ଡାଉନ୍‌ ଯୋଗୁ ଏହା ସମ୍ଭବ ହୋଇ ପାରି ନାହିଁ। ଫଳରେ ଲୋକେ ଚାଲି ଚାଲି ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଚାଲି ପାରୁ ନ ଥିବା ପ୍ରିୟ ପରିଜନଙ୍କୁ ବହୁ ଲୋକେ କାନ୍ଧରେ ମଧ୍ୟ ବୋହି ନେଉଛନ୍ତି। ଏଭଳି ସ୍ଥିତି ପ୍ରାୟ ଏକ କୋଟି ୪୦ ଲକ୍ଷରୁ ଅଧିକ ଠିକା ଶ୍ରମିକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି ବୋଲି ଜବାହରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ରିପୋର୍ଟରେ ପ୍ରକାଶ ପାଇଛି। କରୋନାର ପ୍ରଭାବ ଅଣ-ସଂଗଠିତ କ୍ଷେତ୍ର ଉପରେ ଅଧିକ ପଡ଼ିଥିବା କୁହାଯାଉଛି। ଏହା ଦ୍ୱାରା ଅନ୍ୟ ରାଜ୍ୟକୁ କାମ ସନ୍ଧାନରେ ଯାଇଥିବା ଶ୍ରମିକମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କ ହାତରେ ଟଙ୍କା ନାହିଁ କି ଆବଶ୍ୟକ ଖାଦ୍ୟର ମଧ୍ୟ ଅଭାବ ରହିିଛି। କରୋନା ଯୋଗୁ ଉତ୍ତରପ୍ରଦେଶର ସର୍ବାଧିକ ୪୦ ଲକ୍ଷ ୨୦ ହଜାରରୁ ଅଧିକ ଶ୍ରମିକଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସେହିପରି ବିହାରର ୩୬ ଲକ୍ଷ ୧୬ ହଜାରରୁ ଅଧିକ, ରାଜସ୍ଥାନର ୧୮ ଲକ୍ଷ ୪୪ ହଜାର, ମଧ୍ୟପ୍ରଦେଶର ୧୮ ଲକ୍ଷ ୨୬ ହଜାର ଏବଂ ଓଡ଼ିଶାର ୫ ଲକ୍ଷ ୩ ହଜାରରୁ ଅଧିକ ଶ୍ରମିକଙ୍କ ଜୀବନଜୀବିକାରେ ବାଧା ସୃଷ୍ଟି ହୋଇଛି। ଅଣ-ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୪୧ କୋଟିରୁ ଅଧିକ ଲୋକଙ୍କ ଆର୍ଥିକ ସ୍ଥିତିକୁ କରୋନା ଦୋହଲାଇ ଦେଇଥିବା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ୩

ନୂଆଦିଲ୍ଲୀ, ୧୦।୬(ପି.ଟି.): ବିଶ୍ୱର ୨୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ୩ଟି ସ୍ଥାନ ପାଇଛି। ବୁଧବାର ପ୍ରକାଶିତ କ୍ୟୁଏସ୍‌ ଓ୍ବାଲର୍‌ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍‌ସରେ ଇଣ୍ଡିଆନ ଇନ୍‌ଷ୍ଟଚ୍ୟୁଟ୍‌...

ଶାଶୁ ଅପମାନ ଦେବାରୁ ୨ ପୁତୁରାଙ୍କୁ ପିଟି ପିଟି ହତ୍ୟା

ହାଇଦ୍ରାବାଦ,୨୯।୬: ଦୁଇ ନାବାଳକ ପୁତୁରା(ଜଣେ ୭ ବର୍ଷର ଓ ଜଣେ ୧୦ ବର୍ଷ)ଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ସେମାନଙ୍କ ମଉସା। ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୧୦।୭: ଦେଶରେ କରୋନା ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ...

ଅମିତାଭ ବଚ୍ଚନ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରୁଟିନ୍‌ ଚେକ୍‌ଅପ୍‌ ପାଇଁ ଯାଇଥିବାବେଳେ ତାଙ୍କୁ ସେଠାରେ ରଖାଯାଇଛି। ପେଟରେ ଅଧିକ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡିଲେ ହିଜବୁଲର ଟପ୍‌ କମାଣ୍ଡର

ଶ୍ରୀନଗର,୭।୬: ଜମ୍ମୁ-କଶ୍ମୀରର ଶୋପିଆନ ଜିଲାରେ ରବିବାର ହୋଇଥିବା ଏନକାଉଣ୍ଟରରେ ୫ଜଣ ଆତଙ୍କବାଦୀ ଟଳିପଡିଛନ୍ତି। ମୃତକଙ୍କ ମଧ୍ୟରେ ପାକ ଆତଙ୍କୀ ସଂଗଠନ ହିଜବୁଲର ଟପ କମାଣ୍ଡର ଫାରୁକ...

କରୋନାରେ ହଲିଉଡ୍‌ ରାପର ଫ୍ରେଡ୍‌ ଗଡ୍‌ସନଙ୍କ ନିଧନ

ନ୍ୟୁୟର୍କ: ହଲିଉଡ୍‌ ରାପର ଫ୍ରେଡ୍‌ ଗଡ୍‌ସନଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର ସାମ୍ନାକୁ ଆସିଛି। ଫ୍ରେଡ୍‌ ୩୫ ବର୍ଷ ବୟସରେ ଦୁନିଆରୁ ବିଦାୟ ଦେଇଛନ୍ତି। ଫ୍ରେଡ୍‌ଙ୍କ...

ଜରୁରୀ ପାଣ୍ଠି ଦେଲେନି ଋଣପ୍ରଦାନକାରୀ;ସାମୟିକ ବନ୍ଦ ହେଲା ଜେଟ୍‌

ନୂଆଦିଲ୍ଲୀ,୧୮-୪: ଋଣରେ ବୁଡ଼ି ଯାଇଥିବା ଜେଟ୍‌ ଏୟାରଓ୍ବେଜରେ ଦୀର୍ଘ ୨୫ ବର୍ଷ ପରେ ତାଲା ଝୁଲିଲା। ପରିଚାଳନ ବ୍ୟବସ୍ଥାକୁ ଜିଇଁ ରଖିବା ଲାଗି କମ୍ପାନୀ ମ୍ୟାନେଜମେଣ୍ଟ...

ମାଲ୍ୟା, ନୀରବଙ୍କ ପ୍ରତ୍ୟର୍ପଣ ତ୍ୱରାନ୍ବିତ ହେବ

ମୁମ୍ବାଇ: ପଳାତକ ବିଜୟ ମାଲ୍ୟା ଏବଂ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ତ୍ୱରାନ୍ବିତ ହେବାକୁ ଯାଉଛି। ଏହି ଧାରାକୁ ଆହୁରି ତ୍ୱରାନ୍ବିତ କରିବା ଲାଗି ଭାରତ...

Advertisement


Archives

Model This Week

Why Dharitri